ETV Bharat / bharat

ଦେବଭୂମିରେ ବର୍ଷା ତାଣ୍ଡବ, 48 ଘଣ୍ଟାରେ ୨୩ ମୃତ

author img

By

Published : Oct 19, 2021, 4:41 PM IST

ଦିନରୁ ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ବନ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଗତ ୪୮ ଘଣ୍ଟା ମଧ୍ୟରେ ବର୍ଷା କାରଣରୁ ୨୩ ଜଣଙ୍କ ଜୀବନ ଯାଇସାରିଲାଣି । କେବଳ କୁମାଉଁରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦେଭୂମିରେ ବର୍ଷା ତାଣ୍ଡବ, 48 ଘଣ୍ଟାରେ ୨୩ ମୃତ

ଡେରାଡୁନ: ଦେବଭୂମିରେ ବର୍ଷାର ତାଣ୍ଡବ । ୨ ଦିନରୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅକ୍ଟୋର ୧୯ ତଥା ମଙ୍ଗଳବାର ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଉତ୍ତରକାଶୀ, ଚାମୋଲି, ବାଗେଶ୍ବର, ପିଥୌରାଗଡର ପାର୍ବ୍ୟତାଞ୍ଚଳରେ ବରଫପାତର ମଧ୍ୟ ଆଶଙ୍କା ରହିଥିବା ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ଉତ୍ତରଖଣ୍ଡରେ ଗତ ୩ ଦିନରୁ ମୂଷଳଧାରାରେ ବର୍ଷା ଲାଗି ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ବର୍ଷା କାରଣରୁ ୨୩ ଜଣଙ୍କ ଜୀବନ ଯାଇସାରିଲାଣି । କେବଳ କୁମାଉଁରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ପୌଡିରେ ୩, ଚମ୍ପାୱତରେ ୨ ଓ ପିଥୌରାଗଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହପରି ନୈନିତାଲରେ ୧୩, ଅଲମୋଡାରେ ୪, ଉଦ୍ଧମସିଂହନଗରରେ ଜଣେ ଲେଖାଏଁ ନିଖୋଜ ଥିବା କୁହାଯାଉଛି ।

ଦେବଭୂମିରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଧାମୀ । ସେପଟେ ରାଜ୍ୟରେ ଦୋକାନ, ପୋଲ ସମେତ ଭିତ୍ତିଭୂମିର ବ୍ୟାପକ କ୍ଷମକ୍ଷତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପର୍ଯ୍ୟୟ ବାବଦରେ ଅବଗତ କରାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ମୁତୟନ ହୋଇଛି ।

କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଲଗାତାର ସ୍ଥିତି ଉପରେ ନଜର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଙ୍କୁ ଫୋନ ଯୋଗେ କ୍ଷୟକ୍ଷତି, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବାବଦରେ ଅବଗତ ହୋଇଛନ୍ତି । ଏଥିସହିତ ରାଜ୍ୟକୁ ଆବଶ୍ୟକ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.