ETV Bharat / bharat

ରୋମରେ ମୋଦି, କେଦାରନାଥରୁ ଧମକ: ‘ମାଟିରେ ପାଦ ରଖିବାକୁ ଦେବୁନି’ - ମୋଦିଙ୍କୁ ପୁରୋହିତଙ୍କ ଧମକ

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରା ପୂର୍ବରୁ ମନ୍ଦିର ପୁରୋହିତଙ୍କ ଧମକ । ଉପସ୍ଥାନ କରାଯାଇଥିବା ଦାବି ପୂରଣ ନ ହେଲେ ମୋଦିଙ୍କୁ କେଦାରନାଥ ମାଟିରେ ପାଦ ପକାଇ ଦେବୁନି ବୋଲି ଧମକ ଦେଲେ । ଅଧିକ ପଢନ୍ତୁ...

ରୋମରେ ମୋଦି, କେଦାରନାଥରୁ ଧମକ: ‘ମାଟିରେ ପାଦ ରଖିବାକୁ ଦେବୁନି’

author img

By

Published : Oct 31, 2021, 2:55 PM IST

ଡେରାଡୁନ: ରୋମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତରାଖଣ୍ଡ କେଦାରନାଥ ମନ୍ଦିର ପୁରୋହିତ ଧମକ ଦେଇଛନ୍ତି । ମୋଦିଙ୍କ କେଦାରନାଥ ଯାତ୍ରା ପୂର୍ବରୁ ତାଙ୍କୁ ଧମକ ଦେଇଛନ୍ତି ପୁରୋହିତ । ମୋଦିଙ୍କୁ କେଦାରନାଥ ମାଟିରେ ପାଦ ପକାଇ ଦେବୁନି ବୋଲି ପୁରୋହିତ ବୁଜବହ୍ଲଭ ବଗ୍ବାଡି କହିଛନ୍ତି ।

ମନ୍ଦିର ନବୀକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ କରି ପୁରୋହିତ ଏପରି ଧମକ ଦେଇଥିବା ଜଣାପଡିଛି । ସେ କହିଛନ୍ତି ଯେ ମୋଦି କେଦାନପୁରୀର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ବର୍ତ୍ତମାନ ସରକାର ପୂର୍ବ ସରକାର ତୁଳନାରେ ଦୁର୍ନୀତି କରୁଛି । ଉତ୍ତରକାଶୀସ୍ଥିତ ନେହେରୁ ପର୍ବତାରୋହଣ ସଂସ୍ଥା ଦ୍ବାରା କୋଟି କୋଟି ଟଙ୍କାର ବିଶ୍ରାମ ଗୃହ ତିଆରି ହେବା ପରେ ଏହାକୁ ସମ୍ପ୍ରସାରଣ ଆଳରେ ଭାଙ୍ଗି ଦିଆଗଲା । ସେହିପରି ନଦୀ କୂଳରେ ୨୦ କୋଟିରେ ତିଆରି ଘାଟକୁ ମଧ୍ୟ ଧ୍ବଂସ କରିଦିଆଯାଇଛି । ମୁଖ୍ୟରାସ୍ତାରେ ଥିବା ଅନେକ ଭଲ ପଥରକୁ ସେଠାରୁ ନିଆଯାଇ ଅନ୍ୟ ସ୍ଥାନରେ ପକାଯାଇଛି ।

ଏସବୁ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ସେ ଭେଟୁ ନ ଥିବା ପୁରୋହିତ ଅଭିଯୋଗ କରିଛନ୍ତି । ମନ୍ଦିର ବୋର୍ଡ ମଧ୍ୟ ମନଇଚ୍ଛା କାର୍ଯ୍ୟ କରିବା ସହ ପୁରୋହିତଙ୍କ ଧାର୍ମିକ ଅଧିକାରରେ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ମୋଦିଙ୍କ ଗସ୍ତ ପୂର୍ବରୁ ଏସବୁ ସମାଧାନ ନ ହୁଏ ତେବେ ତାଙ୍କ ଗସ୍ତକୁ ବର୍ଜନ କରିବା ସହ ହେଲିପ୍ୟାଡରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.