ETV Bharat / bharat

AI to Cyber Crime Control: ହାସ୍ୟ କାଳ୍ପନିକ ଚରିତ୍ର 'ସୁପରକପ୍ ଚକ୍ରେଶ' କରିବ ଲୋକଙ୍କୁ ସଚେତନ - ଉତ୍ତରାଖଣ୍ଡର ନିଆରା ପ୍ରୟାସ

ସାଇବର ଅପରାଧ ନେଇ ଲୋକଙ୍କୁ ସଚେତନ କରିବା ଲାଗି ଉତ୍ତରାଖଣ୍ଡ ପୋଲିସର ନିଆରା ପ୍ରୟାସ । ହାସ୍ୟ କାଳ୍ପନିକ ଚରିତ୍ର 'ସୁପରକପ୍ ଚକ୍ରେଶ'ର କାହାଣୀ ଲୋକଙ୍କୁ କରିବ ସଚେତନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Aug 29, 2023, 9:28 PM IST

ଡେରାଡୁନ: ଦିନକୁ ଦିନ ଦେଶରେ ବିଭିନ୍ନ ପ୍ରକାର ସାଇବର ଅପରାଧ ବଢିବାରେ ଲାଗିଛି । ବୟସ୍କଙ୍କ କଥା ତ ଦୂର ଆଜିକାଲିର ସ୍ମାର୍ଟ ଯୁବପୀଢି ମଧ୍ୟ ସାଇବର ଅପରାଧର ଶିକାର ହେଉଛନ୍ତି । କାରଣ ଟେକ୍ନୋଲୋଜି ସହ ତାଳ ଦେଇ ସାଇବର ଅପରାଧମାନେ ଠକେଇର ନୂଆ ପନ୍ଥା ଆପଣାଉଛନ୍ତି । ତେବେ ଏଥିଲାଗି ଲୋକଙ୍କ ସଚେତନ କରିବା ଲାଗି ଉତ୍ତରାଖଣ୍ଡ ପୋଲିସ 'ଉତ୍ତରାଖଣ୍ଡ ସାଇବର କମିକ୍ସ' ଆରମ୍ଭ କରିଛି । ଯେଉଁଥିରେ ଏକ କାଳ୍ପନିକ ଚରିତ୍ର କିଛି କାହାଣୀ ମାଧ୍ୟମରେ ଲୋକଙ୍କୁ କରିବ ସଚେତନ ।

  • *उत्तराखंड पुलिस ने जागरूकता बढ़ाने के लिए शुरू की "उत्तराखण्ड साइबर कॉमिक्स"
    📷आर्टिफिशियल इंटेलिजेंस का इस्तेमाल करने वाला भारत का पहला राज्य
    *कॉमिक्स काल्पनिक चरित्र SuperCop Chakresh के काम पर आधारित होगी। ("चक्रेश की कहानियाँ ")
    *हर सोमवार को कॉमिक्स को प्रकाशित किया जायेगा pic.twitter.com/furDBuLAgM

    — Cyber Crime Police Station, Uttarakhand (@UKCyberPolice) August 28, 2023 " class="align-text-top noRightClick twitterSection" data=" ">

ଉତ୍ତରାଖଣ୍ଡ ସାଇବର କମିକ୍ସ ମାଧ୍ୟମରେ କାଳ୍ପନିକ ହାସ୍ୟ ଅଭିନେତା ଚରିତ୍ର 'ସୁପରକପ୍ ଚକ୍ରେଶ'ଙ୍କ ସାଇବର ଅପରାଧ ନେଇ ଲୋକଙ୍କୁ କରିବ ସଚେତନ । 'ଚକ୍ରେଶର କାହାଣୀ' ପ୍ରତି ସୋମବାର ପ୍ରକାଶିତ ହେବ । ଯାହା ଦ୍ବାରା ଲୋକେ ସାଇବର ଅପରାଧ ବିଷୟରେ ଅବଗତ ହୋଇପାରିବେ। ତେବେ ସାଇବର ଅପରାଧ ନେଇ ସତର୍କ କରିବା ଲାଗି ଉତ୍ତରାଖଣ୍ଡ ପୋଲିସର ଏହି ପଦକ୍ଷେପ ଦେଶର ପ୍ରଥମ । ଯିଏକି ସାଇବର ଅପରାଧ ସତର୍କତା ଲାଗି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରିଛି ।

ଏହା ବି ପଢନ୍ତୁ- ବଢୁଛି ସାଇବର କ୍ରାଇମ, ବରିଷ୍ଠ ନାଗରିକ କିପରି ରହିବେ ସତର୍କ ? ସଚେତନ କଲେ କଟକ ଡିସିପି

ଏସଟିଏଫ ଏସଏସପି ଆୟୁଷ ଅଗ୍ରୱାଲ ନିଜେ ସାଇବର ଅପରାଧ ଦିଗରେ ତୀକ୍ଷ୍ଣ ନଜର ରଖିଛନ୍ତି । ଉତ୍ତରାଖଣ୍ଡ ସାଇବର କମିକ୍ସ ସମ୍ପର୍କରେ ରାଜ୍ୟର ସମସ୍ତ ପୋଲିସ ଷ୍ଟେସନକୁ ଅବଗତ କରାଯାଇଛି । ଏହି କାଳ୍ପନିକ ଚରିତ୍ରଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ବାରା ପରିଚାଳିତ ହେବ । ଏଥିଲାଗି ଏକ କାର୍ଟୁନ ତିଆରି ହେଉଛି । ଯାହାକି ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ସାଇବର ଅପରାଧ ନେଇ ଅବଗତ କରାଇବ । ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବଢିବା ପରେ ପୋଲିସ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।

ଏ ନେଇ ଏସଏସପି ଏସଟିଏଫ ଆୟୁଷ ଅଗ୍ରୱାଲ କହିଛନ୍ତି, " କାଳ୍ପନିକ କାହାଣୀ ମାଧ୍ୟମରେ ସଚେତନତା ବୃଦ୍ଧି କରିବା ଦିଗରେ ବ୍ୟଙ୍ଗଗୁଡ଼ିକ ସହାୟକ ହେବ । କାଳ୍ପନିକ ଚରିତ୍ର ସୁପରକପ୍ ଚକ୍ରେଶ କିପରି ସାଇବର ଅପରାଧର ଶିକାର ହେଉଛି ଓ ଏହା ବିରୋଧରେ ଲଢେଇ କରୁଛି ତାହା କାହାଣୀ ମାଧ୍ୟମରେ ଦର୍ଶାଯିବ । ଏହା ଅପରାଧୀଙ୍କ ଟ୍ରିକକୁ ପଦାରେ ପକାଇବ ଏବଂ ସଚେତନତା ସୃଷ୍ଟି କରିବ । 'ଉତ୍ତରାଖଣ୍ଡ ସାଇବର କମିକ୍ସ' ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପ୍ରସାରିତ ହେବ ଏବଂ ସାଇବର କ୍ରାଇମ ଥାନାର ସୋସିଆଲ ମିଡିଆ ପେଜରେ ମଧ୍ୟ ପ୍ରଦର୍ଶିତ ହେବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.