ETV Bharat / bharat

ଧାମିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ଦେବେ ଲକ୍ଷେ ଟଙ୍କା ସହାୟତା

author img

By ETV Bharat Odisha Team

Published : Nov 28, 2023, 10:59 PM IST

ଧାମିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ 41 ଫସିଥିବା ଶ୍ରମିକଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କଲା ଉତ୍ତରାଖଣ୍ଡ ସରକାର । ଅଧିକ ପଢନ୍ତୁ

ଧାମିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ଦେବ ଲକ୍ଷେ ଟଙ୍କାର ସହାୟତା

ଡେରାଡୁନ: ଦୀର୍ଘ 17 ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଆଜି ସଂଧ୍ୟାରେ ଉତ୍ତରକାଶୀର ସିଲକ୍ୟାରା ଟନେଲରୁ ସମସ୍ତ 41 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳରେ ଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନରେ କଥା ହୋଇ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଅନ୍ୟପଟେ ସମସ୍ତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଧାମି । ସେହିପରି ସେମାନଙ୍କ ରାଜ୍ୟକୁ ସୁରକ୍ଷିତ ପଠାଇବାର ପ୍ରକ୍ରିୟା ମଧ୍ୟ ଆସନ୍ତାକାଲିଠାରୁ ଆବଶ୍ୟକ ଅନୁସାରେ ଆରମ୍ଭ କରାଯିବ ।

  • Uttarakhand CM Pushkar Singh Dhami said that the government will provide financial assistance of Rs 1 lakh to all the workers trapped in the Silkyara tunnel. Instructions have been given to the officials for this. Apart from this, complete arrangements will be made for treatment…

    — ANI (@ANI) November 28, 2023 " class="align-text-top noRightClick twitterSection" data=" ">
ଆଜି ଉଦ୍ଧାର ଅପରେସନ ଶେଷ ହେବା ପରେ ଉତ୍ତରାଖଣ୍ଡ ସରକାର ସମସ୍ତ 41 ଶ୍ରମିକଙ୍କୁ ଏକ ଲକ୍ଷ ଟଙ୍କାଏ ସହାୟତା ରାଶି ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛି । ଏନେଇ ଧାମି ସରକାର ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିସାରିଛି । ସେମାନେ ଘରକୁ ଫେରିବା ପର୍ଯ୍ୟନ୍ତ ହସ୍ପିଟାଲରେ ରହିବେ । ସେମାନଙ୍କ ଚିକିତ୍ସା ସୁବିଧା ଓ ଏ ସମ୍ପର୍କିତ ଖର୍ଚ୍ଚ ମଧ୍ୟ ଉତ୍ତରାଖଣ୍ଡ ସରକାର ବହନ କରିବା ନେଇ ଘୋଷଣା କରିଛନ୍ତି । ଆଜି ଉଦ୍ଧାର ଅପରେସନ ଶେଷ ହେବା ପରେ ସମଗ୍ର ପ୍ରକ୍ରିୟାକୁ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରିଥିବା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ ସିଂ ମିଳିତ ପ୍ରେସମିଟ କରିଛନ୍ତି । ସମସ୍ତ ଉଦ୍ଧାର ଟିମର ସଦସ୍ୟଙ୍କୁ ଉଭୟ ଧନ୍ୟବାଦ ଦେଇଛନ୍ତି । ଉତ୍ତରାଖଣ୍ଡରେ ଏବେ ବହୁ ଟନେଲ ନିର୍ମାଣାଧୀନ ରହିଛି । ଏହି ପରି ସମସ୍ୟାକୁ ଏଡାଇବା ପାଇଁ ନିର୍ମାଣ ଓ ଏହାର ସୁରକ୍ଷାକୁ ସମୀକ୍ଷା ମଧ୍ୟ କରାଯିବା ନେଇ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜିତିଲା ଜୀବନ: ଉଦ୍ଧାରକାରୀ ଟିମର ପରିଶ୍ରମ ଓ ଶ୍ରମିକଙ୍କ ଧୈର୍ଯ୍ୟଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଦୀର୍ଘ 17 ଦିନର ଅପରେସନ ପରେ ଆଜି ସଂଧ୍ୟାରେ ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ସଫଳତାର ସହ ସମସ୍ତ 41 ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ରହିଛି । କୌଣସି ଶ୍ରମିକଙ୍କଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଜଣାପଡିନି । ସେମାନେ ଏବେ ଡାକ୍ତରୀ ଟିମ ତତ୍ତ୍ବବଧାନରେ ରହିବେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,12 ତାରିଖରେ ଭୂସ୍ଖଳନ ହେବା ପରେ ଏହି ଟନେଲ ମଧ୍ୟରେ କାର୍ଯ୍ୟରେ ନିୟୋଜିତ ଥିବା 41 ଶ୍ରମିକ ଫସି ରହିଥିଲେ । ସେମାନଙ୍କୁ ଆଜି ସୁରକ୍ଷିତ ଉଦ୍ଧାର କରିବାରେ ସଫଳତା ମିଳିଛି । ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପରେ ସେମାନଙ୍କ ଗୃହ ରାଜ୍ୟକୁ ହସ୍ତାନ୍ତର କରାଯିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.