ETV Bharat / bharat

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର - AIIMS

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର

author img

By

Published : May 23, 2021, 11:32 AM IST

ଡେରାଡୁନ: ମହାମାରୀ କୋରୋନା ପରେ ଏବେ ଦେଶବାସୀଙ୍କ ଚିନ୍ତା ବଢାଇଲାଣୀ ବ୍ଲାକ ଫଙ୍ଗସ । ଗୋଟେ ପରେ ଗୋଟେ ରାଜ୍ୟରେ ଏବେ ବ୍ଲାକ ଫଙ୍ଗସ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଲାଣି । ଉତ୍ତରାଖଣ୍ଡରେ ଏବେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ଉତ୍ତରାଖଣ୍ଡ ସରକାର ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି । ଏବେ ସୁଦ୍ଧା ଉତ୍ତରାଖଣ୍ଡରେ 65 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଲେଣି । ସେଥିମଧ୍ୟରୁ 61 ଜଣଙ୍କୁ AIIMSରେ ଭର୍ତ୍ତି କରାଯାଇଛି ବୋଲି ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ କହିଛି ।

ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ଯୋଗୁଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ମାରାତ୍ମକ ରୋଗର ଚିକିତ୍ସା ପାଇଁ ଔଷଧ ଆମ୍ଫୋଟେରାଇସିନ୍-ବି ଉପଲବ୍ଧ ହେବ ଏବଂ ଏନେଇ ମନ୍ତ୍ରଣାଳୟ ପାଞ୍ଚଜଣ ଅତିରିକ୍ତ ଉତ୍ପାଦକଙ୍କ ସହ ଯୋଗାଯୋଗରେ ଅଛି ।

ତେବେ ଏହା ପୂର୍ବରୁ ଓଡିଶା, ରାଜସ୍ଥାନ, ବିହାର, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜୁରାଟ ମଧ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ବୋଲି ଘୋଷଣା କରିଛନ୍ତି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.