ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା 67କୁ ବୃଦ୍ଧି

author img

By

Published : Feb 21, 2021, 10:44 AM IST

ଉତ୍ତରାଖଣ୍ଡ ଜଳପ୍ରଳୟ ଘଟଣାରେ ଆଜି ଆଉ 5ଟି ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା 67 ଜଣଙ୍କ ମୃତଦେହ ମିଳିଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା 67କୁ ବୃଦ୍ଧି
ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା 67କୁ ବୃଦ୍ଧି

ଡେରାଡୁନ୍: ଉତ୍ତରାଖଣ୍ଡ ଜଳପ୍ରଳୟକୁ 14 ଦିନ ବିତିଥିବାବେଳେ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, 67 ଜଣଙ୍କ ମୃତଦେହ ମିଳିଛି । ତପୋବନ ଟନେଲରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଆଜି ଆଉ ୫ ମୃତଦେହ ଯବାନ ମାନଙ୍କ ଦ୍ବାରା ଉଦ୍ଧାର କରାଯାଇଛି । ଏନେଇ ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ରବିବାର ସୂଚନା ଦେଇଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ଏସଡିଆରଏଫ ଓ ଏନଡିଆରଏଫ ଟିମ୍‌ ଲାଗିଛନ୍ତି । ଏବେ ସୁଦ୍ଧା 67ଟି ମୃତଦେହ ସହ 28ଟି ମଣିଷ ଅଙ୍ଗ ଉଦ୍ଧାର ହୋଇଛି । ସେପଟେ ଏବେ ବି 137 ଜଣ ନିଖୋଜ ଅଛନ୍ତି ।

ଟନେଲ ଭିତରେ ବହୁ ପରିମାଣର ଆବର୍ଜନା ଏବଂ କାଦୁଅ ଥିବାରୁ ବହୁ ସମୟ ଧରି ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି SDRF କହିଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଚେତାବନୀ ଦେବା ପାଇଁ ରେନି ଗ୍ରାମରେ ୱାଟର ସେନସର ଲଗାଯାଇଛି। ସୂଚନାଅନୁଯାୟୀ, ଉତ୍ତରାଖଣ୍ଡର ଚମୋଲୀ ଅଞ୍ଚଳରେ 7 ତାରିଖ ଦିନ ଜଳପ୍ରଳୟ ଆସିଥିଲା । ଏଥିରେ 200ରୁ ଉର୍ଦ୍ଧ୍ବ ନିଖୋଜ ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.