ETV Bharat / bharat

Uttarakhand Poll: ରାମନଗର ନୁହେଁ ଲାଲକୁଆଁରୁ ଲଢିବେ ହରିଷ ରାୱତ - ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଖବର

ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗମର ହେଉଛି ରାଜନୀତି ପାଣିପାଗ । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବୁଧବାର ୧୦ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ତାଲିକାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାୱତଙ୍କ ସିଟରେ ପରିବର୍ତ୍ତନ ହୋଇଛି ।

ରାମନଗରରୁ ନୁହେଁ ଲାଲକୁଆଁରୁ ଲଢିବେ ହରିଷ ରାୱତ

author img

By

Published : Jan 27, 2022, 7:33 AM IST

ଡେରାଡୁନ: ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗରମ ହେଉଛି ରାଜନୀତି ପାଣିପାଗ । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବୁଧବାର ୧୦ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ତାଲିକାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାୱତଙ୍କ ସିଟରେ ପରିବର୍ତ୍ତନ ହୋଇଛି । କିଛି ଦିନ ତଳେ ସେ ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ଜଣା ପଡିଥିଲା ମାତ୍ର ରାମନଗର ବଦଳରେ ସେ ଲାଲକୁଆଁରୁ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ହୋଇଛି ।

ରାମନଗରରୁ ନୁହେଁ ଲାଲକୁଆଁରୁ ଲଢିବେ ହରିଷ ରାୱତ
ରାମନଗରରୁ ନୁହେଁ ଲାଲକୁଆଁରୁ ଲଢିବେ ହରିଷ ରାୱତ

ଏହାଛଡା ମହେଶ ଶର୍ମା କାଲାଡୁଙ୍ଗୀ ଓ ମହେନ୍ଦ୍ର ପାଲ ସିଂହ ରାମନଗରରୁ ଲଢିବେ । ରାମନଗରରୁ ପ୍ରଥମେ ହରିଷ ରାୱତଙ୍କ ନାମ ଘୋଷଣା ହୋଇଥିଲା ମାତ୍ର ବର୍ତ୍ତମାନ ସେ ଲାଲକୁଆଁ ଆସନରୁ ଲଢିବେ । କଂଗ୍ରେସର ଆଶାୟୀ ଲିଷ୍ଟରେ ପୁଣି ଥରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳିଛି । ଦଳ ହରିଷ ରାୱତଙ୍କ ଝିଅ ଅନୁପମା ରାୱତଙ୍କୁ ହରିଦ୍ବାରରୁ ଟିକେଟ ଦେଇଛି । ନୂଆ ତାଲିକା ଅନୁସାରେ ରଞ୍ଜିତ ରାୱତ ସଲ୍ଟରୁ, କେଶର ସିଂହ ରାୱତ ଚୌବଟାଖାଲରୁ ଲଢିବେ ।

ପ୍ରକାଶ ଥାଉ କି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରଥମେ ୫୩ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ଯେଉଁଥିଲେ ହରିଷ ରାୱତଙ୍କ ନାମ ନଥିଲା । ଉତ୍ତରାଖଣ୍ଡରେ ୭୦ ବିଧାନସଭା ଆସନରେ ୧୪ ଫେବ୍ରୃଆରୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ୧୦ ମାର୍ଚ୍ଚରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.