ETV Bharat / bharat

Chardham Yatra 2022: ୧୩ ଦିନରେ ଗଲାଣି ୩୬ ତୀର୍ଥଯାତ୍ରୀଙ୍କ ଜୀବନ

author img

By

Published : May 16, 2022, 10:46 AM IST

ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra ) । ଏଯାବତ ହୋଇସାରିଲାଣି ୩୬ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Chardham Yatra 2022: ୧୩ ଦିନରେ ଗଲାଣି ୩୬ ତିର୍ଥଯାତ୍ରୀଙ୍କ ଜୀବନ

ଡେରାଡୁନ: ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ରବିବାର ଆଉ ୨ ତିର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ହୃଦଘାତ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ପଶ୍ଚିମବଙ୍ଗ କୋଚ୍‌ ବେହାର ଜିଲ୍ଲାର ପୁରେନ୍ଦ୍ର ସରକାର(୭୦) । ଯେ କି ୟେମୁନେତ୍ରୀ ଧାମରେ ଆଖି ବୁଜିଛନ୍ତି । ସେହିପରି ଗଙ୍ଗୋତ୍ରୀ ଧାମରେ ଗୁଜୁରାଟର ପ୍ରମୋଦ ଭାଇ(୬୨) ମଧ୍ୟ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳର (SDRF) ସୂଚନା ଅନୁଯାୟୀ, ରବିବାର ଦିନ ସକାଳେ ହଠାତ ପୁରେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ତାଙ୍କୁ ମେଡିକାଲ ନିଆଯିବା ବାଟରେ ସେ ଆଖି ବୁଜିଝିଲେ । ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି । ୟେମୁନେତ୍ରି ଧାମରେ(Yamunotri Dham) ଏପର୍ଯ୍ୟନ୍ତ ୧୪ଜଣଙ୍କ ମୃତ୍ୟୁ ହୋଇସାରିଛି । ସେଥିମଧ୍ୟରୁ କେବେଳ ୧୧ ଜଣ ପୁରୁଷ ଥିବା ବେଳେ ବାକି ୩ ଜଣ ମହିଳା ରହିଛନ୍ତି ।

ସେହିପରି, ଗାଙ୍ଗୋତ୍ରି ଧାମରେ( Gangotri Dham ) ​​ଚାରିଜଣ ତୀର୍ଥଯାତ୍ରୀ ଏବଂ କେଦାରନାଥ ଧାମରେ (Kedarnath Dham) ୧୩ ​​ମୃତ୍ୟୁ ବରଣ କରିଛନ୍ତି । ବଦ୍ରିନାଥ ଧାମରେ(Badrinath Dham) ଏପର୍ଯ୍ୟନ୍ତ ପାଞ୍ଚଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି । ହୃଦଘାତ କାରଣରୁ ସମସ୍ତ ତିର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କହିଛି ସ୍ବାସ୍ଥ୍ୟ ବିଭାଗ । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.