ଡେରାଡୁନ: ରାଜରାସ୍ତାରେ ଧାରଣାରେ ବସିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ । ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯିବା ବେଳେ ରାଜପଥର ଦୟନୀୟ ଅବସ୍ଥା ନେଇ କ୍ଷୋଭପ୍ରକାଶ କରିବା ସହ ହଲଦଓ୍ବାନୀ ନିକଟରେ ସେ ଏହି ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରାରେ ମଝି ରାଜପଥରେ ରାଓ୍ବାତ ଧାରଣାରେ ବସିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
-
#WATCH | Senior Congress leader Harish Rawat stages a sit-in protest at Haldwani highway in Uttarakhand, in a bid to highlight the condition of the highway.
— ANI UP/Uttarakhand (@ANINewsUP) May 26, 2022 " class="align-text-top noRightClick twitterSection" data="
(Source: Office of Harish Rawat) pic.twitter.com/BznjUyAx1b
">#WATCH | Senior Congress leader Harish Rawat stages a sit-in protest at Haldwani highway in Uttarakhand, in a bid to highlight the condition of the highway.
— ANI UP/Uttarakhand (@ANINewsUP) May 26, 2022
(Source: Office of Harish Rawat) pic.twitter.com/BznjUyAx1b#WATCH | Senior Congress leader Harish Rawat stages a sit-in protest at Haldwani highway in Uttarakhand, in a bid to highlight the condition of the highway.
— ANI UP/Uttarakhand (@ANINewsUP) May 26, 2022
(Source: Office of Harish Rawat) pic.twitter.com/BznjUyAx1b
ଚମ୍ବାଓ୍ବତ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ପାଇଁ ରାଓ୍ବତ ଯାଇଥିବା ବେଳେ ଜାତୀୟ ରାଜପଥର ଏପରି ଦୟନୀୟ ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରିବା ସହ ସେହିଠାରେ ହିଁ ଧାରଣାରେ ବସିଥିଲେ । ରାଓ୍ବତ କହିଛନ୍ତି, ଲୋକଙ୍କୁ ସମସ୍ୟା ହେବା ପୂର୍ବରୁ ରାସ୍ତା ମରାମତି କରିବା ପାଇଁ ସେ ଦାବି କରିଥିଲେ ସୁଦ୍ଧା ସମସ୍ୟାର ସାମାଧାନ ହେଲା ନାହିଁ । ତେଣୁ ସେ ଏହି ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ