ETV Bharat / bharat

ବନ୍ୟାଞ୍ଚଳ ପରିଦର୍ଶନ କଲେ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି - ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପିଥୋରଗୋଡ ଜିଲ୍ଲା ଧାର୍ଚୁଲା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ବନ୍ୟାଅଞ୍ଚଳ ପରିଦର୍ଶନ କଲେ ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

author img

By

Published : Sep 1, 2021, 6:56 AM IST

ଡେରାଡୁନ : ମହାମାରୀ କାଳରେ ଉତ୍ତରାଖଣ୍ତରେ ପ୍ରକୃତିର ତାଣ୍ତବ । ବାଦଲ ଫଟା ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ପିଥୋରଗୋଡ ଜିଲ୍ଲା ଧାର୍ଚୁଲା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଦଲଫଟା ବର୍ଷା ଯୋଗୁଁ ୭ ଜଣ ନିଖୋଜ ରହିଛଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ସ୍ଥିତି ସ୍ବାଭାବିକ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି ।

ଧାର୍ଚୁଲାରେ ବନ୍ୟା ଅଞ୍ଚଳ ପରିଦର୍ଶନ ପରେ ସେ ଜୁମ୍ମା ଏୟାରବେଶରେ ପହଞ୍ଚି ଥିଲେ । ସେଠାରେ ବନ୍ୟା ପୀଡିତଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ବନ୍ୟା ପୀଡିତଙ୍କୁ ଖୁବଶୀଘ୍ର ରିଲିଫ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବାଦଲଫଟା ବର୍ଷାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହ ପୀଡିତଙ୍କୁ ୧ ଲକ୍ଷର ସହାୟତା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ସୋମବାର ପିଥୋରଗୋଡ ଜିଲ୍ଲା ଧାର୍ଚୁଲା ଜୁମ୍ମା ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ମାଟି ତଳେ ଚାପି ହୋଇ ରହିଯାଇଥିବା ସୂଚନା ମିଳିଥିଲା । ଉଦ୍ଧାର କାର୍ଯ୍ୟ ପାଇଁ SDRF ଏବଂ SSB ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ପଠାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.