ETV Bharat / bharat

Uttarakhand Result: କାହା ମୁଣ୍ଡରେ ରହିବ ଦେବଭୂମି ଆଶୀର୍ବାଦ ?

author img

By

Published : Mar 10, 2022, 9:48 AM IST

ଖୋଲିଛି ଇଭିଏମ୍ ପେଡି, ଚାଲିଛି ଭୋଟ ଗଣତି । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ବାହାରିବ ଉତ୍ତରାଖଣ୍ଡ ବିଧାନସଭା ରେଜଲ୍ଟ । କାହାର ହେବ ଦେବଭୂମି ସିଂହାସନ ? କିଏ ମାରିବ ବାଜି ? କାହା ସପକ୍ଷରେ ଯିବ ଜନନା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ? ତାହା ହେବ ଫଇସଲା । ଅଧିକ ପଢନ୍ତୁ

Uttarakhand Result: କାହାକୁ ମୁଣ୍ଡରେ ରହିବ ଦେବଭୂମି ଆର୍ଶୀବାଦ ?

ଡେରାଡୁନ: ଆଜି ଆସିବ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । କିଏ ପିନ୍ଧିବ ବିଜୟ ମୁକୁଟ ଏବଂ ଦେବଭୂମିର କିଏ କରିବ ଶାସନ ? ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଥିବାବେଳେ ବିଜୟ ଦୋହରାଇବ କି ବିଜେପି ନା ହାତରୁ ଖସିଯିବ ଶାସନ ଡୋର ? ତାହା ଆଜି ଜଣାପଡିବ । ଏନେଇ ସକାଳୁ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଶାସନିକ ଦୃଷ୍ଟିରୁ ଉତ୍ତରାଖଣ୍ଡ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟିଏ ହେଉଛି ଗରୱାଲ ଏବଂ ଅନ୍ୟଟି କୁମାଓନ । ଗରୱାଲ ଡିଭିଜନରେ ଆସନ ସଂଖ୍ୟା ଅଧିକ ଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସର ଫୋକସରେ ରହିଛି କୁମାଓନ ଡିଭିଜନ ।

Uttarakhand Result

କୁମାଓନ ହରିଶ ରାୱତଙ୍କ ଗଡ ଭାବେ ଜଣା ଯାଉଥିବା ଯୋଗୁଁ କଂଗ୍ରେସ ସ୍ଥିତି ଏଠାରେ ମଜବୁତ ଥିବା ଦଳ ଭାବୁଛି । ସେପଟେ ବିଜେପି ମଧ୍ୟ ଏଠାରେ ଅଧିକ ଆସନ ଜିତିବା ଆଶାରେ ରହିଛି । ଗରୱାଲ ଡିଭିଜନରେ ୭ଟି ଜିଲ୍ଲା ଥିବାବେଳେ କୁମାୱନରେ ୬ଟି ରହିଛି । ଉତ୍ତରାଖଣ୍ଡରେ ମୋଟ ୭୦ ବିଧାନସଭା ଆସନରୁ ଗରୱାଲ ଡିଭିଜନ ଅଧିନରେ ୪୧ଟି ଆସନ ଆସୁଛି ଏବଂ ବାକି ୨୯ଟି ରହିଛି କୁମାୱନରେ । ଉତ୍ତରାଖଣ୍ଡରେ ସମୁଦାୟ ଲୋକସଂଖ୍ୟାକୁ ବିଚାରକୁ ନେଲେ ଏଠାରେ ୮୩ ପ୍ରତିଶତ ହିନ୍ଦୁ, ୧୪ ପ୍ରତିଶତ ମୁସଲମାନ ଏବଂ ୨.୪ ପ୍ରତିଶତ ଶିଖ୍ ସମ୍ପ୍ରଦାୟ ରହିଛନ୍ତି । ୪୧ ବିଧାନସଭା ସିଟ୍‌ରୁ ପାଖାପାଖି ୧୨ ସିଟ୍ ଜିତିବା ପାଇଁ ମୁସଲିମ୍ ଏବଂ ଦଳିତ ମେଣ୍ଟ ଖୁବ୍ ଗୁରୁତ୍ବପୂର୍ଣ୍ଣ । ରାଜ୍ୟ ବିଧାନସଭାରେ ୧୩ଟି ଆସନ ଅନୁସୂଚିତ ଜାତି(ଏସସି) ଏବଂ ୨ଟି ଅନୁସୂଚିତ ଜନଜାତି(ଏସଟି) ପାଇଁ ସଂରକ୍ଷିତ ଅଟେ । ଅନୁସୂଚିତ ଜାତି ସଂରକ୍ଷିତ ୧୩ ଆସନରୁ ଗରୱାଲ ଡିଭିଜନରେ ୮ଟି ରହିଛି ।

ରାଜ୍ୟରେ ଶିଖ୍ ଭୋଟରଙ୍କ ହାର ୨.୪ ପ୍ରତିଶତ, ଯାହାମଧ୍ୟରୁ ୦.୯ ପ୍ରତିଶତ ମତଦାତା ଗରୱାଲର ଅଟନ୍ତି । ଗରୱାଲର କଣ୍ଟୋନମେଣ୍ଟର ବିଧାନସଭା ଆସନରେ ଅଧିକାଂଶ ଶିଖ୍ ଭୋଟର ରହିଛନ୍ତି । ସେହିପରି ଗରୱାଲରେ ୩୨ ପ୍ରତିଶତ ଠାକରୁ ଏବଂ ୨୪ ପ୍ରତିଶତ ମତଦାତା ବ୍ରାହ୍ମଣ ଅଟନ୍ତି । ଗରୱାଲ ବିଜେପିର ମୋଟ ୬୫ ପ୍ରତିଶତ ପ୍ରାର୍ଥୀ ଠାକୁର ଏବଂ ବ୍ରାହ୍ମଣ । କଂଗ୍ରେସରେ ମଧ୍ୟ ସମାନ ସଂଖ୍ୟକ ଠାକୁର ଏବଂ ବ୍ରାହ୍ମଣ ନେତା ରହିଛନ୍ତି । କୁମାଓନରେ ହିନ୍ଦୁ ଜନସଂଖ୍ୟାର ୪୦ ପ୍ରତିଶତ ଠାକୁର, ୨୫ ବ୍ରାହ୍ମଣ, ୧୯ ପ୍ରତିଶତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୩ ପ୍ରତିଶତରୁ କମ୍ । ଆଞ୍ଚଳିକ ସ୍ତରରେ, ଗରୱାଲ ଡିଭିଜନରେ ଚାରିଧାନ(ଗଙ୍ଗୋତ୍ରି, ଯମୁନେତ୍ରୀ, କେଦାରନାଥ ଏବଂ ବଦ୍ରିନାଥ) ରହିଛି । ଯେଉଁଠି ବିଜେପିର ହିନ୍ଦୁତ୍ବ ନାରା ଦେଉଛି ।

ଯଦି ୨୦୧୭ ବିଧାନସଭା ଫଳାଫଳ କଥା କହିବା, ଏଠାରେ ମୋଟ ୭୦ ଆସନରୁ ବିଜେପି ୫୭ ଆସନ ଦଖଲ କରିପାରିଥିଲା । ଗରୱାଲ ଡିଭିଜନରେ ୪୧ ଆସନରୁ ବିଜେପି ଖାତାକୁ ୩୪ଟି ଆସିଥିବାବେଳେ କଂଗ୍ରେସ ଭାଗରେ ୬ଟି ପଡିଥିଲା ଏବଂ ଗୋଟିଏ ଆସନରେ ଜଣେ ସ୍ବାଧୀନ ପ୍ରାର୍ଥୀ ପ୍ରିତମ ପନୱାର ଜିତିଥିଲେ । ପରେ ପ୍ରିତମ ବିଜେପିରେ ସାମିଲ ହୋଇଥିଲେ । ସେହିପରି କୁମାଓନରେ ବିଜେପି ୨୩ ଆସନରେ ବିଜୟ ପାଇଥିଲା ।

୨୦୧୭ରେ ବିଜେପି ନେତା ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ତିରଥ ସିଂହ ରାୱତଙ୍କୁ ସିଏମ୍ ଭାବେ ଘୋଷଣା କରାଯାଇଥିଲା । ମାତ୍ର ସେ ବେଶି ଦିନ ଯାଏଁ ଗାଦିରେ ବସି ପାରିନଥିଲେ । କିଛି ମାସ ପରେ ବିଜେପି ପୁଷ୍କର ସିଂହ ଧାମୀଙ୍କ ହାତରେ ଶାସନ ଭାର ନ୍ୟସ୍ତ କରିଥିଲେ । କଂଗ୍ରେସ ନେତା ନାରାୟଣ ଦତ୍ତ ହିଁ ଜଣେ ମାତ୍ର ମୁଖ୍ୟମନ୍ତ୍ରୀ ଥିଲେ, ଯିଏକି ଦେବଭୂମିରେ ନିଜ କାର୍ଯ୍ୟାକଳ ଶେଷ ହେବା ଯାଏଁ ସତ୍ତାସୀନ ରହିଥିଲେ ।

ଚଳିତ ଥର ୨୦୧୭ ବିଜୟ ଦୋହରାଇବାକୁ ବିଜେପି କଳବଳ ଲଗାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଠାରୁ ଅମିତ୍ ଶାହା ଯାଏଁ ଭାଜପାରେ ଅନେକ ଟାଣୁଆ ନେତା ଏଥର ଉତ୍ତରାଖଣ୍ଡରେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ବିରୋଧ ଦଳ ମଧ୍ୟ ଘମାଘୋଟ ପ୍ରଚାର କରିଛନ୍ତି । ଏଥର ଉତ୍ତରାଖଣ୍ଡରେ ବିଜେପି ମୋଟ ୬୯୫ଟି ରାଲି କରିଛି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ କେବଳ ୧୫୧ ରାଲିରେ ସାମିଲ ଅଛନ୍ତି । କୋରୋନା ସଙ୍କଟ ଯୋଗୁଁ ଅଧିକାଂଶ ରାଲି ଭର୍ଚୁଆଲ ମୋଡରେ କରାଯାଇଥିଲା ।

ଅନ୍ୟପଟେ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ସେମନେ ମୋଟ ୨୦୦ ରାଲି କରିଥିଲେ । ସମୁଦାୟ ୭୦ ବିଧାନସଭା ମଣ୍ଡଳୀରେ ହରିଶ ରାୱତ ଭର୍ଚୁଆଲ ଯୋଗେ ଲୋକଙ୍କ ନିକଟରେ ପହଞ୍ଚିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କ ଗାନ୍ଧୀ ମଧ୍ୟ ଉଭୟ ଭର୍ଚୁଆଲ ଏବଂ ଶାରିରୀକ ଭାବେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ । ତେବେ ଏଥର ଦେବଭୂମିରେ କିଏ ମାରିବ ବାଜି ଏବଂ କାହା ମୁଣ୍ଡରେ ଆର୍ଶୀବାଦ ଢାଳିଛନ୍ତି ଲୋକେ ତାହା ଆଉ କେଇ ଘଣ୍ଟା ପରେ ସ୍ପଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.