ETV Bharat / bharat

ଉତ୍ତରପ୍ରଦେଶ କନ୍ନୌଜରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ

ଉତ୍ତରପ୍ରଦେଶରେ ଏବେ କାୟା ବିସ୍ତାର କରିଚାଲିଛି ଜିକା ଭାଇରସ । ପୂର୍ବରୁ କାନପୁରରୁ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ କନ୍ନୌଜ ଜିଲ୍ଲାରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

author img

By

Published : Nov 7, 2021, 12:25 PM IST

ଉତ୍ତରପ୍ରଦେଶ କନ୍ନୌଜରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ
ଉତ୍ତରପ୍ରଦେଶ କନ୍ନୌଜରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ କାୟା ବିସ୍ତାର କରି ଚାଲିଛି ଜିକା ଭାଇରସ । ପୂର୍ବରୁ କାନପୁରରୁ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ କନ୍ନୌଜ ଜିଲ୍ଲାରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ ହୋଇଛି । ଏନେଇ ମୁଖ୍ୟଚିକିତ୍ସା ଅଧିକାରୀ ଡ. ବିନୋଦ କୁମାର ସୂଚନା ଦେଇଛନ୍ତି । ତେବେ କାନପୁରର ଶିବରାଜପୁର ଗ୍ରାମରେ ରହୁଥିବା 45 ବର୍ଷିୟ ଜଣେ ପୁରୁଷଙ୍କଠାରେ ଜିକା ଭାଇରସ ଚିହ୍ନଟ ହୋଇଛି । କୁମାର କହିଛନ୍ତି ଯେ, ଜିକା ଭାଇରସରେ ଆକ୍ରାନ୍ତ ବ୍ୟକ୍ତି ପ୍ରଥମେ ଜ୍ବରରେ ପୀଡିତ ହେବା ପରେ ଡାକ୍ତରମାନେ ନଭେମ୍ବର 3 ରେ ତାଙ୍କ ନମୁନା ପରୀକ୍ଷା କରିଥିଲେ। ଏହା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣା ପଡ଼ିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସକ୍ରିୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିବା 19 ଜଣଙ୍କ ନମୁନା ଯାଞ୍ଚ ପାଇଁ ନିଆଯାଇଛି । ଏହା ମଧ୍ୟରେ, ଶନିବାର କାନପୁରରେ 13 ଟି ନୂଆ ଜିକା ଭାଇରସ ମାମଲା ଚିହ୍ନଟ ହେବା ସହ ଏଯାବତ ମୋଟ 79 ଜଣ ଆକ୍ରାନ୍ତ ହୋଇଥିବା ଅଧିକାରୀମାନେ କହିଛନ୍ତି ।

ଜିକା ହେଉଛି ଏକ ଭାଇରସ, ଯାହା ଏଡିଜ ମଶା କାମୁଡିବା ଦ୍ବାରା ବ୍ୟାପିଥାଏ । ଏହି ମଶା ଦିନରେ କାମୁଡ଼େ। ଏହି ରୋଗ ହେଲେ ସାମାନ୍ୟ ଜ୍ବର, ଦେହରେ ନାଲି ଦାଗ ପଡିବା, ଆଖି ସମସ୍ୟା, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଅସୁସ୍ଥତା କିମ୍ବା ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଯାଇଥାଏ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.