ETV Bharat / bharat

Uttar Pradesh: ମହରମ ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା, 33 ଗିରଫ - ଉତ୍ତର ପ୍ରଦେଶ ପୋଲିସ

ଉତ୍ତର ପ୍ରଦେଶରେ ମହରମ ଶୋଭାଯାତ୍ରା ବେଳେ ପାକିସ୍ତାନ ସମର୍ଥନରେ ନାରାବାଜୀ । ଭିଡିଓ ଭାଇରାଲ ପରେ 33 ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

Uttar Pradesh: ପାକିସ୍ତାନ ଜିନ୍ଦାବାଦ ନାରା ଦେଇ 33 ଗିରଫ

author img

By

Published : Aug 1, 2023, 9:12 PM IST

ଲକ୍ଷ୍ନୌ: ଦେଶରେ ପୁଣି ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା । ଉତ୍ତର ପ୍ରଦେଶ ଜାଉନପୁରରେ ମହରମ ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ପ୍ରାୟ 33 ଅଭିଯୁକ୍ତଙ୍କୁ ଉଠାଇ ନେଇଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ, ଶନିବାର ସଂଧ୍ୟାରେ ଜାଉନପୁରରେ ଗୋଧନା ବଜାର ଅଞ୍ଚଳରେ ଏକ ମହରମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ହଜାରରୁ ଅଧିକ ମୁସଲିମ ଧର୍ମାବଲମ୍ବୀ ସାମିଲ ହୋଇଥିଲେ । ହେଲେ ଶୋଭାଯାତ୍ରାରେ ଏକ ଗୋଷ୍ଠୀ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିଲା । ଅନ୍ୟମାନଙ୍କୁ ମଧ୍ୟ ଏହି ନାରା ଦେବା ପାଇଁ ସେମାନେ ଉତ୍ସାହିତ କରୁଥିବାର ଏକ 30 ସେକେଣ୍ଡର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଆକ୍ସନମୋଡକୁ ଆସିଛି । ଭିଡିଓରୁ ପ୍ରାୟ 30 ଅଭିଯକ୍ତଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଛି ।

ଗ୍ରାମୀଣ ଏସ.ପି ଶୈଳେନ୍ଦ୍ର କୁମାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାର, ପ୍ରାୟ 20ରୁ ଅଧିକ ଯୁବକଙ୍କ ଏକ ଗୋଷ୍ଠୀ ଏହି ପାକିସ୍ତାନ ସମର୍ଥିତ ନାରା ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଇଛି । ଏବେ ସୁଦ୍ଧା 33 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ଏପରି ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ । ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ହରିୟାଣା ହିଂସା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ନୁହରେ ଜାରି ହେଲା କର୍ଫ୍ୟୁ

ଅନ୍ୟପଟେ ଗତକାଲି (ସୋମବାର) ହରିୟାଣାର ନୁହରେ ମହରମ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାରେ ୨ ହୋମଗାର୍ଡଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ହିଂସା ପ୍ରଭାବିତ ନୁହ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଦୁଇ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ନୁହରେ ଘଟିଥିବା ହିଂସା ଅନ୍ୟ ଅଞ୍ଚଳକୁ ବ୍ୟାପିବା ଆଶଙ୍କା ଥିବାରୁ ରାଜ୍ୟରେ ୫ରୁ ଅଧିକ ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଛି । ଏହା ମଧ୍ୟରେ ଗୁରୁଗ୍ରାମରେ ଏକ ମସଜିଦ ଉପରେ ଆକ୍ରମଣ ହୋଇଥିବାର ଖବର ଆସିଛି । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.