ETV Bharat / bharat

ନାବାଳକର କାରନାମା, ଅପହରଣର ଅଭିନୟ କରି ମାଗିଲା 50 କୋଟି - ଅପହରଣ ହେବାର ଅଭିନୟ

ମେରଟରେ ଜଣେ ନାବାଳକ ନିଜର ଅପହରଣ କରିବା ସହ ପରିବାର ଲୋକଙ୍କ ପାଖରୁ 50 କୋଟି ମାଗିଥିଲା । ଏହି ଘଟଣା ସମ୍ପର୍କରେ ଶିଶୁ କଲ୍ୟାଣ କମିଟିକୁ ସୂଚନା ଦିଆଯିବା ସହ ଏବଂ ବାଳକକୁ କୋର୍ଟରେ ହାଜର କରାଯାଇଛି। ଅଧିକ ଖବର ପଢନ୍ତୁ...

ନାବାଳକର କାରନାମା, ଅପହରଣ ହେବାର ଅଭିନୟ କରି ମାଗିଲା 15 କୋଟି

author img

By

Published : Nov 4, 2020, 9:57 AM IST

ଲକ୍ଷ୍ନୌ: ଅଭିନୟରେ ଟପିଗଲା ଫିଲ୍ମ ଷ୍ଟାରଙ୍କୁ । ପ୍ରଥମେ ଅପହରଣ ପରେ ଟଙ୍କା ପାଇଁ ଫୋନ୍ । ସବୁ କିଛି ପ୍ରି ପ୍ଲାନରେ ହେଉଥିବା ବେଳେ ଅଧାରେ ଫସର ଫାଟିଗଲା । ଖୋଲିଗଲା ନିଜେ ନିଜକୁ ଅପହରଣ କରିବାର ମିଛ ଗୁମର । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପରିବାର ଲୋକଙ୍କ ପାଖରୁ 50 କୋଟିର ଦାବି କରି ଫସିଯାଇଛି ଜଣେ 15 ବର୍ଷର ବାଳକ । ମଙ୍ଗଳବାର ପୋଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ ଏସଟିଏଫ ତାଙ୍କୁ ଖୋଜିବା ପରେ ପାଇଛି ।

ନାବାଳକର କାରନାମା, ଅପହରଣ ହେବାର ଅଭିନୟ କରି ମାଗିଲା 15 କୋଟି
ନାବାଳକର କାରନାମା, ଅପହରଣ ହେବାର ଅଭିନୟ କରି ମାଗିଲା 15 କୋଟି

ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ ସାହନି କହିଛନ୍ତି, "ବାଳକ ଜଣକ ତାଙ୍କ ପିତା, ସାବତ ମା ଏବଂ ଦୁଇ ଭଉଣୀଙ୍କ ସହ ରହୁଥିଲେ । ସେ ଏହି ଘଟଣାରେ ବିବ୍ରତ ହୋଇଥିଲେ, ଭଉଣୀମାନଙ୍କ ସହ ଘର ଛାଡି ଅନ୍ୟତ୍ର ରହିବାକୁ ଚାହୁଁଥିଲେ " ବାଳକ ଜଣକ ପାଖରୁ 9.31 ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି ।

ବାଳକ ଜଣକ ନିଜର ଅପହରଣର ଚକ୍ରବିହ୍ୟୁ ନିଜେ ରଚିଥିଲା । ଟଙ୍କା ପାଇଁ ତାଙ୍କ ଭଉଣୀକୁ ଏକ ମେସେଜ ପଠାଇଥିଲେ ଏବଂ ଏଥିପାଇଁ ଏକ ଚିଠି ମଧ୍ୟ ଛାଡିଥିଲା ବୋଲି ମେରଟ ଏସପି କହିଛନ୍ତି । ଶିଶୁ କଲ୍ୟାଣ ସମିତିକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି ଏବଂ ବାଳକକୁ କୋର୍ଟରେ ହାଜର କରାଯାଇଛି । ତାଙ୍କ ପିତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ବୋଲି ମେରଟ ଏସଏସପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.