ETV Bharat / bharat

ବୋରୱେଲରେ ଖସିପଡ଼ିଲା ଦୁଇ ବର୍ଷର ଶିଶୁ, ୨ ଘଣ୍ଟା ପରେ ହେଲା ଉଦ୍ଧାର

author img

By

Published : Jul 30, 2023, 7:43 AM IST

ଘର ବାହାରେ ଖେଳୁ ଖେଳୁ ୨୫ ଫୁଟ ଗଭୀର ବୋରୱେଲରେ ପଡ଼ିଗଲା ଦୁଇ ବର୍ଷର ଶିଶୁ । ଦୁଇ ଘଣ୍ଟାର ଅପରେସନ ପରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

girl child fell in borewell in shahjahanpur
ବୋରୱେଲରେ ଖସିପଡ଼ିଲା ଶିଶୁ

ଲକ୍ଷ୍ନୌ: ପୁଣି ସାମ୍ନାକୁ ଆସିଲା ବୋରୱେଲରେ ଶିଶୁ ପଡ଼ିବା ଘଟଣା । ଖେଳୁଥିବା ସମୟରେ ୨୫ ଫୁଟ ଗଭୀର ବୋରୱେଲରେ ପଡ଼ିଗଲା ଦୁଇ ବର୍ଷର ଶିଶୁକନ୍ୟା । ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲା ନିଗୋହି ଅଞ୍ଚଳରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ବୋରୱେଲ ଭିତରୁ ଶିଶୁର କାନ୍ଦ ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ଦୁଇଘଣ୍ଟା ପରେ ଶିଶୁକୁ ବୋରୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Nalanda: 6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ, ହସ୍ପିଟାଲରେ ଭର୍ତ୍ତି

ନିଗୋହି ଥାନା ଅନ୍ତର୍ଗତ ବିରାସିନ ଗ୍ରାମର ଅଭିଷେକ ତାଙ୍କ ପରିବାର ସହ ରୁହନ୍ତି । ପରିବାରରେ ପତ୍ନୀ ଏବଂ ଦୁଇ ବର୍ଷର ଶିଶୁକନ୍ୟା ଅଛି । ସକାଳ ୧୦ଟା ସମୟରେ ଦୁଇ ବର୍ଷର ଝିଅ ଘର ବାହାରେ ଖେଳୁଥିଲା । ଖେଳିବା ସମୟରେ ହଠାତ୍ ସେ କେଉଁଆଡ଼େ ଚାଲିଯାଇଥିଲା । ପରିବାର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ ତାକୁ ପାଇନଥିଲେ । ଘର ଠାରୁ କିଛି ଦୂରରେ ଖୋଳା ଯାଇଥିବା ୨୫ ଫୁଟ ଗଭୀର ବୋରୱେଲରେ ଶିଶୁଟି ପଡ଼ିଯାଇଥିଲା । ଝିଅର କାନ୍ଦିବା ଶବ୍ଦ ଶୁଣି ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ବୋରୱେଲ ଭିତରେ ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ସୂଚନା ପାଇ ପୋଲିସ ଏବଂ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Child Falls Into Borewell in Bihar: ବୋରୱେଲରେ ଭିତରେ ଅଟକିଛି 3 ବର୍ଷର ଶିଶୁର ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ତୁରନ୍ତ ଜେସିବି ସାହାଯ୍ୟରେ ଶିଶୁ ଉଦ୍ଧାର ପାଇଁ ଉଦ୍ୟମ କରାଗଲା । ବୋରୱେଲ ନିକଟରେ ଅନ୍ୟ ଏକ ଗାତ ଖୋଳି ଏକ ବାଟଲି ସାହାଯ୍ୟରେ ଶିଶୁକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ଦୀର୍ଘ ଦୁଇ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଟିମ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଶିଶୁର ଅମ୍ଲଜାନ ସ୍ତର କମିଯାଇଥିବା ସହ ଶରୀରରେ ଆଘାତ ମଧ୍ୟ ଲାଗିଥିଲା । ତେଣୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ନିଶ୍ବାସ ନେବାରେ ସମସ୍ୟା ଭୋଗିବାରୁ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଗଲା । ଶିଶୁର ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ହସ୍ପିଟାଲ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.