ETV Bharat / bharat

27ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ

ଜୁଲାଇ 27 ଏବଂ 28 ରେ ଭାରତ ଆସିବେ ଆମେରିକା ବୈଦେଶିକମନ୍ତ୍ରୀ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ । ଅଧିକ ପଢନ୍ତୁ...

27ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକମନ୍ତ୍ରୀ

author img

By

Published : Jul 23, 2021, 9:44 PM IST

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ । ଜୁଲାଇ 27 ଏବଂ 28ରେ ଭାରତ ଆସିବେ ଆମେରିକା ବୈଦେଶିକମନ୍ତ୍ରୀ ।

ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ଏହା ଆଣ୍ଟୋନି ବ୍ଲିଙ୍କନଙ୍କ ପ୍ରଥମ ଭାରତ ଗସ୍ତ ହେବ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ । ଆଣ୍ଟୋନି ବ୍ଲିଙ୍କନଙ୍କ ଭାରତ ଗସ୍ତ ଉଚ୍ଚସ୍ତରୀୟ ଆଲୋଚନା ଜାରି ରଖିବା, ଭାରତ-ଆମେରିକାର ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ମଜବୁତ କରିବାର ଏକ ସୁଯୋଗ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଜୁଲାଇ 28ରେ ଭାରତ ଗସ୍ତ ସମୟରେ ନିଜ ପ୍ରତିପକ୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭାଲଙ୍କୁ ସାକ୍ଷାତ କରିବେ ।

ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ନୂଆଦିଲ୍ଲୀ ଗସ୍ତ ବ୍ୟତୀତ ବ୍ଲିଙ୍କନ ଜୁଲାଇ 26 ରୁ 29 ପର୍ଯ୍ୟନ୍ତ ବିଦେଶ ଗସ୍ତ ସମୟରେ କୁଏତ ସହର ପରିଦର୍ଶନ କରିବେ। ତାଙ୍କର ଆଗାମୀ ଗସ୍ତ ସହଭାଗିଦାରୀକୁ ମଜବୁତ କରିବ । ଜୁଲାଇ 28ରେ ନୂଆଦିଲ୍ଲୀରେ ବ୍ଲିଙ୍କନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏହି ସମୟରେ, କୋଭିଡ -19, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଆଞ୍ଚଳିକ ସୁରକ୍ଷା, ଅଂଶୀଦାର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜଳବାୟୁ ସଙ୍କଟ ସହ ମୁକାବିଲା ପାଇଁ ଜାରି ରହିଥିବା ସହଯୋଗ ଉପରେ ଅନେକ ପ୍ରସଙ୍ଗରେ ଆଲୋଚନା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.