ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲୟର୍ଡ ଅଷ୍ଟିନ । ଲୟର୍ଡ ଶନିବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ସାକ୍ଷାତ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସମ୍ବନ୍ଧକୁ ମଜବୁତ କରିବା ପ୍ରତି ଆମେରିକା ସରକରାଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଅଷ୍ଟିନ ।
ଭାରତ-ପ୍ରଶାନ୍ତମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମ୍ରୁଦ୍ଦ ପାଇଁ କୂଟନୈତିକ ସମ୍ପର୍କକୁ ଆଗାକୁ ନେବା ଦିଗରେ ଆମେରିକାର ଇଚ୍ଛା ଶକ୍ତିକୁ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ଲୟର୍ଡ ଅଷ୍ଟିନ । ଅନ୍ୟପକ୍ଷେ ଦୁଇ ଦେଶ ମଧ୍ୟରେ ନିକଟତର ସମ୍ବନ୍ଧକୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶର କୂଟନୈତିକ ସମ୍ପର୍କ ପାଇଁ ନିଜ ଦୃଷ୍ଟିକୋଣକୁ ରେଖାଙ୍କିତ କରିଛନ୍ତି । ଏହାସହିତ ଭାରତ-ଆମେରିକା ସମ୍ପର୍କରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।