ETV Bharat / bharat

ଆମେରିକା ଫେରନ୍ତା ଦମ୍ପତିଙ୍କୁ ହତ୍ୟାକଲା ଡ୍ରାଇଭର: ଲୁଟିନେଲା 9 କେଜି ସୁନା, 50 କେଜି ରୂପା - ବିଦେଶ ଫେରନ୍ତା ଦମ୍ପତିଙ୍କୁ ହତ୍ୟା କଲା ଡ୍ରାଇଭର

ଟଙ୍କା ପାଇଁ ବିଦେଶ ଫେରନ୍ତା ମାଲିକ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ପୋତି ଦେଲା ଡ୍ରାଇଭର । ବିପୁଳ ଟଙ୍କା ଓ ସୁନା ଲୁଟ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ ପର୍ଦ୍ଦାଫାଶ ହେଲା ଘଟଣା । ଅଧିକ ପଢନ୍ତୁ

ଆମେରିକା ଫେରନ୍ତା ଦମ୍ପତିଙ୍କୁ ହତ୍ୟାକଲା ଡ୍ରାଇଭର: ଲୁଟିନେଲା 9 କେଜି ସୁନା, 50 କେଜି ରୂପା

author img

By

Published : May 9, 2022, 3:58 PM IST

ଚେନ୍ନାଇ: ଟଙ୍କା ଓ ସୁନା ଲୋଭରେ ଆମେରିକା ଫେରନ୍ତା ମାଲିକ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ଡ୍ରାଇଭର । ଘଟଣାଟି ଘଟିଛି ଚେନ୍ନାଇ ମାଲ୍ୟପୁର ଅନ୍ତର୍ଗତ ବୃନ୍ଦାବନ ନଗର ଅଞ୍ଚଳରେ । ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଡ୍ରାଇଭର ଓ ତାର ସହଯୋଗୀ ଦମ୍ପତିଙ୍କୁ ମୃତଦେହକୁ ଘର ପଛ ଫାର୍ମହାଉସରେ ପୋତିଦେବା ସହ 20 ଲକ୍ଷ ଟଙ୍କା, 8କେଜି ସୁନା ଓ 50 କେଜି ରୂପା ସମେତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଲୁଟି ନେଇ ଫେରାର ହୋଇଯାଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ବୃଦ୍ଧ ଦମ୍ପତି 60 ବର୍ଷୀୟ ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ 55 ବର୍ଷୀୟା ଅନୁରାଧା । ସେମାନେ ଗତକାଲି (ଶନିବାର) ଆମେରିକାରୁ ନିଜ ପୈତୃକ ସହର ଚେନ୍ନାଇକୁ ଫେରିଥିଲେ । ତେବେ ବୃଦ୍ଧ ଦମ୍ପତିଙ୍କ ଡ୍ରାଇଭର ଲାଲକ୍ରିଷ୍ଣା ଓ ତାର ସହଯୋଗୀ ରବି ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ସହ ଘର ପଛପଟେ ଥିବା ଫାର୍ମ ହାଉସରେ ମୃତଦେହକୁ ପୋତି ଦେଇଥିଲେ ।

ହତ୍ୟାକାଣ୍ଡ ଭିଆଇବା ପରେ ଉଭୟ ଅଭିଯୁକ୍ତ ସମସ୍ତ ଟଙ୍କା ସୁନା ଧରି ଚେନ୍ନାଇରୁ ଫେରାର ହୋଇଯାଇଥିଲେ । ତେବେ ଦମ୍ପତିଙ୍କ ଝିିଅ ସୁନନ୍ଦା ନିଜ ପିତାମାତାଙ୍କ ନିଖୋଜ ରିପୋର୍ଟ ନିକଟସ୍ଥ ଥାନାରେ କରିବାରୁ ତଦନ୍ତ କରିଥିଲା ପୋଲିସ । ଦମ୍ପତି ଗତକାଲି (ଶନିବାର) ଆମେରିକାରୁ ଫେରିବା ପରେ ଡ୍ରାଇଭର ଲାଲକ୍ରିଷ୍ଣା ତାଙ୍କୁ ବିମାନବନ୍ଦରକୁ ଆଣିବାକୁ ଯାଇଥିବାରୁ ଲାଲକ୍ରୀଷ୍ଣାକୁ ପୋଲିସ ଠାବ କରିବା ପାଇଁ ଚେଷ୍ଟା କରିଥିଲା । ଅଭିଯୁକ୍ତଙ୍କ ଲୋକେସନ ଟ୍ରାକ କରିବା ପରେ ଉଭୟଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ । ଗିରଫ ପରେ ସୁନା ଓ ଟଙ୍କା ପାଇଁ ଦମ୍ପତିଙ୍କୁ ନିଜ ଡ୍ରାଇଭର ହତ୍ୟା କରିଥିବା ଜଣାପଡିବା ପରେ ସମଗ୍ର ସହରରେ ଆଲୋଡନ ଖେଳିଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.