ନୂଆଦିଲ୍ଲୀ: ଜଳବାୟୁ ସଂକ୍ରାନ୍ତ ଏକ ଭର୍ଚୁଆଲ ଶିଖର ସମ୍ମଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ବର ୪୦ଜଣ ନେତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମନ୍ତ୍ରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ହ୍ଵାଇଟ ହାଉସ ସୂଚନା ଦେଇଛି । ଏପ୍ରିଲ ୨୨ ଓ ୨୩ ରେ ହେବାକୁ ଥିବା ଜଳବାୟୁ ସଂକ୍ରାନ୍ତ ନେତାମାନଙ୍କର ଏହି ଶିଖର ସମ୍ମଳନୀର ପ୍ରୟୋଜକ ହେଉଛନ୍ତି ଜୋ ବାଇଡେନ । ତେବେ ଏପ୍ରିଲ ୨୨ ଓ ୨୩ରେ ହେବାକୁ ଥିବା ‘ଜଳବାୟୁ ସଂକ୍ରାନ୍ତ ନେତାଙ୍କ ଶିଖର ସମ୍ମିଳନୀ’କୁ ରାଷ୍ଟ୍ରପତି ବାଇଡେନ ବିଶ୍ବର ୪୦ଜଣ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି ।
ଯାହା ସର୍ବସାଧାରଣଙ୍କ ଦର୍ଶନାର୍ଥେ ଏହି ‘ଭର୍ଚୁଆଲ ନେତାଙ୍କ ଶିଖର ସମ୍ମିଳନୀ’ର ସିଧା ପ୍ରସାରଣ କରାଯିବ । ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପ୍ୟାରିସ ରାଜିନାମାକୁ ଯୁକ୍ତରାଷ୍ଟ୍ର ଆମେରିକା ଫେରାଇ ନେବା ନିମନ୍ତେ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନ ହିଁ ରାଷ୍ଟ୍ରପତି ବାଇଡେନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହା ପରେ ଜାନୁଆରି ୨୭ ତାରିଖ ଦିନ ସେ ଘୋଷଣା କରିଥିଲେ ଯେ, ଜଳବାୟୁ ସଙ୍କଟ ମୁକାବିଲା ନିମନ୍ତେ ସେ ଖୁବ୍ ଶୀଘ୍ର ପ୍ରମୁଖ ଅର୍ଥନୀତିମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରିବେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତିରେକ, ଜୋ ବାଇଡେନ୍ ‘କ୍ବାଡ’ ନେତା ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏବଂ ଜାପାନୀ ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।