ୱାଶିଂଟନ: ଭାରତ ଆମେରିକା ମଧ୍ୟରେ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଓ୍ବାଶିଂଟନ ପକ୍ଷରୁ ଏକ ବଡ ବୟାନ ଆସିଛି । ଭାରତରେ କ୍ରମଶଃ ମାନବାଧିକାର ଉଲ୍ଲଙ୍ଘନ ବଢିବାରେ ଲାଗିଛି ଓ ଆମରିକା ଏପରି ପ୍ରସଙ୍ଗ ଉପରେ ତୀକ୍ଷ୍ନ ନଜର ରଖିଥିବା କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ ।
ଭାରତରେ ନିକଟ ଅତୀତରେ ଘଟିଥିବା ଏପରି କିଛି ଘଟଣା ଉପରେ ଯୁକ୍ତରାଷ୍ଟ୍ର ପକ୍ଷରୁ କଡା ନଜର ରଖାଯାଇଛି । ଭାରତର କିଛି ସ୍ଥାନରେ ରାଜ୍ୟ ସରକାର ଦ୍ବାରା ଏପରି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଆଣ୍ଟୋନୀ ବ୍ଲିନକେନ । ଆଜି ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ୨+୨ ମନ୍ତ୍ରୀସ୍ତରୀୟ ବୈଠକ ପରେ ଭାରତୀୟ କର୍ତ୍ତୁପକ୍ଷଙ୍କ ସହ ମିଳିତ ଗଣମାଧ୍ୟମ ସମ୍ବୋଧିନରେ ଆମେରିକା ପକ୍ଷରୁ ଏପରି ଟିପ୍ପଣୀ ଆସିଥିବା ଦେଖିବାକୁ ମିଳିଥିଲା ।
ଆମେରିକାର ଏପରି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ଭାରତର ମଧ୍ୟ ଚର୍ଚ୍ଚା ଜୋର ଜୋର ଧରିବାରେ ଲାଗିଛି । ବିରୋଧୀମାନେ ସରକାରକୁ ଏହି ପ୍ରସଙ୍ଗରେ ଘେରିବା ପାଇଁ ମଧ୍ୟ ଉଦ୍ୟମ କରିବା ପରି ସ୍ଥିତି ମଧ୍ୟ ଦେଖିବାକୁ ମିଳିଲାଣି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ