ETV Bharat / bharat

ରକ୍ଷକ ସାଜିଲା ଭକ୍ଷକ: ଥାନା ଭିତରେ ଗଣଦୁଷ୍କର୍ମ ପୀଡିତାକୁ ଦୁଷ୍କର୍ମ - ଉତ୍ତରପ୍ରଦେଶରେ ଲଜ୍ଜା

ଉତ୍ତରପ୍ରଦେଶରେ ଲଜ୍ଜା । ଥାନାରେ ଅଭିଯାେଗ କରିବାକୁ ଯାଇଥିବା ଜଣେ ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନା ଭିତରେ ପୁଣି ଦୁଷ୍କର୍ମ କଲେ ଥାନା ଅଧିକାରୀ । ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଲିତପୁର ପୋଲିସ୍ ଷ୍ଟେସନରେ । ଅଧିକ ପଢନ୍ତୁ

ରକ୍ଷକ ସାଜିଲା ଭକ୍ଷକ: ଥାନା ଭିତରେ ଗଣଦୁଷ୍କର୍ମ ପୀଡିତାକୁ ଦୁଷ୍କର୍ମ

author img

By

Published : May 4, 2022, 4:21 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ଥାନାରେ ଅଭିଯାେଗ କରିବାକୁ ଯାଇଥିବା ଜଣେ ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନା ଭିତରେ ପୁଣି ଦୁଷ୍କର୍ମ କଲେ ଥାନା ଅଧିକାରୀ। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଲିତପୁର ପୋଲିସ୍ ଷ୍ଟେସନରେ । ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଚାରି ଜଣ ଯୁବକ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ।

ଏହାପରେ ପୀଡିତା ନାବାଳିକା ଜଣକ ଅଭିଯୁକ୍ତଙ୍କ କବଳରୁ ଖସି ପଳାଇ ଆସି ଏହାପରେ ନ୍ୟାୟ ପାଇଁ ଥାନାରେ ଏତଲା ଦେବା ପାଇଁ ଯାଇଥିଲେ । ତେବେ ଏଠାରେ ତାଙ୍କୁ ନ୍ୟାୟ ମିଳିବା ବଦଳରେ ପୁଣି ଥରେ ଦୁଷ୍କର୍ମର ଶିକାର ହେବାକୁ ପଡିଥିଲା। ଥାନା ଅଧିକାରୀ ଉକ୍ତ ଗଣଦୁଷ୍କର୍ମ ପୀଡିତାଙ୍କ ସହ ପୁଣି ଥରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏନେଇ ପୀଡିତା ଜଣକ ଏସ୍‌ପିଙ୍କ ନିକଟରେ ଗୁହାରି କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଲଳିତପୁର ଥାନାଅଧିକାରୀ ଫେରାର ରହିଥିବାବେଳେ ତିଲକଧାରୀ ସରୋଜଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ୩ ଜଣକୁ ଗିରଫ କରାଯାଇଛି । ଡିଆଇଜି ରେଞ୍ଜ ଝାନ୍ସିରୁ ୨୪ ଘଣ୍ଟା ମଧ୍ୟରେ ପୁରା ମାମଲାର ରିପୋର୍ଟ ମଗାଯାଇଛି । ଏପ୍ରିଲ ୨୨ ତାରିଖରେ ଉତ୍ତରପ୍ରଦେଶରେ ଘଟିଛି ଏହି ଲଜ୍ଜା ଜନକ ଘଟଣା ।

ଲଲିତପୁର ପୋଲିସର କହିବା ଅନୁଯାୟୀ, ଏହି ମାମଲାରେ ପୋଲିସ ନିଜ ତରଫରୁ ପୋସ୍କୋଆକ୍ଟ(Protection of Children from Sexual Offences) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.