ETV Bharat / bharat

ଜେଡିୟୁ ସହ ମିଶିଲା RLSP, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହଙ୍କୁ ବଡ ଦାୟିତ୍ବ - RLSP chief Upendra kushwaha

ଜନତା ଦଳ ୟୁନାଇଟେଡରେ ମିଶିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହଙ୍କୁ ନେତୃତ୍ବାଧିନ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(RLSP) । ଏହାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଜେଡିୟୁ ରାଷ୍ଟ୍ରୀୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ଅଧିକ ପଢନ୍ତୁ...

ଜେଡିୟୁ ସହ ମିଶିଲା RLSP, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହଙ୍କୁ ମିଳିଲା ବଡ ଦାୟିତ୍ବ

author img

By

Published : Mar 14, 2021, 8:08 PM IST

ପାଟନା: ବିହାର ରାଜନୀତିରେ ବଡ ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନେତୃତ୍ବାଧିନ ଜନତା ଦଳ ୟୁନାଇଟେଡରେ ମିଶିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହଙ୍କୁ ନେତୃତ୍ବାଧିନ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(RLSP) । ଏହାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଜେଡିୟୁ ରାଷ୍ଟ୍ରୀୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ।

ପ୍ରାୟ ଆଠ ବର୍ଷର ଦୀର୍ଘ ବ୍ୟବଧାନ ପରେ କୁଶୱାହ ଜେଡିୟୁକୁ ଫେରିଛନ୍ତି । ମିଶ୍ରଣ ପରେ ଉପେନ୍ଦ୍ର କୁଶୱାହଙ୍କୁ ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱାହା ପାର୍ଟି ସଦସ୍ୟତା ପ୍ରଦାନ କରିଛନ୍ତି । ଜେଡିୟୁ ଜାତୀୟ ସଭାପତି ଆରସିପି ସିଂଙ୍କ ଅନୁପସ୍ଥିତି ଏହି ପ୍ରସଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବର୍ତ୍ତମାନ ଉପେନ୍ଦ୍ର କୁଶୱାହ ଜେଡିୟୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ।

ଜୁଲାଇ 2017ରେ ଜେଡିଡୁ ଏନଡିଏକୁ ଫେରିବା ସମୀକରଣକୁ ପୁଣି ଥରେ ବଦଳାଇଥିଲା ଏବଂ ଆରଏଲଏସପି ମେଣ୍ଟ ଭାଙ୍ଗି ଆରଜେଡି ନେତୃତ୍ବାଧୀନ ମହାମେଣ୍ଟର ଅଂଶ ହୋଇଥିଲା | 2019 ଲୋକସଭା ନିର୍ବାଚନରେ ​​କୁଶୱାହ କରାକାଟ ଏବଂ ଉଜିଆରପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ପରାଜୟର ସାମ୍ନା କରିଥିଲେ ।

2020 ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଉପେନ୍ଦ୍ର କୁଶୱାହ ମହାମେଣ୍ଟ ସହ ସମ୍ପର୍କ ଭାଙ୍ଗି ମାୟାବତୀଙ୍କ ବିଏସପି ଏବଂ ଏଆଇଏମଆଇଏମ ସହିତ ଏକ ନୂତନ ମେଣ୍ଟ ଗଠନ କରି ଲଢିଥିଲେ । ବିହାର ବିଧାନସଭା ନିର୍ବାଚନରେ ​​ଆରଏଲଏସପି ମୁଖ୍ୟ କୁଶୱାହଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅନୁମାନ କରାଯାଉଥିଲା । କିନ୍ତୁ ମହାମେଣ୍ଟରେ ହାଇଦ୍ରାବାଦ ସାଂସଦ ଆସଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ ସଂଖ୍ୟାଲଘୁ ସୀମାଞ୍ଚଲ ଅଞ୍ଚଳରେ ପାଞ୍ଚଟି ଆସନ ଜିତିଥିବାବେଳେ ଆରଏଲଏସପି ଗୋଟିଏ ଆସନ ଜିତିପାରି ନଥିଲା । ଏହା ପରେ ଉପେନ୍ଦ୍ର କୁଶୱାହ ନିତୀଶ କୁମାରଙ୍କୁ ଅନେକ ଥର ପ୍ରଶଂସା କରିଥିଲେ ଏବଂ ପରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.