ETV Bharat / bharat

2024 Poll: ଉପେନ୍ଦ୍ର କୁଶଓ୍ୱାଙ୍କ ବଡ ବୟାନ, ବିରୋଧୀଙ୍କଠୁ ମୋଦିଙ୍କୁ ନାହିଁ କୌଣସି ଚ୍ୟାଲେଞ୍ଜ - 2024 ସାଧାରଣ ନିର୍ବାଚନ

2024 ରେ ମୋଦିଙ୍କ ବିରୋଧରେ କାମ ଦେବନି ବିରୋଧୀ ଏକତା । ବିରୋଧୀ ମେଳିରେ ଅଛନ୍ତି 12 ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆଶାୟୀ କହିଲେ ଉପେନ୍ଦ୍ର କୁଶଓ୍ବା । ଅଧିକ ପଢନ୍ତୁ

2024 Poll: ପ୍ରଧାନମନ୍ତ୍ରୀଙ୍କ ପାଇଁ ଆହ୍ବାନ ନୁହନ୍ତି ବିରୋଧୀ କହିଲେ ଉପେନ୍ଦ୍ର କୁଶଓ୍ବା

author img

By

Published : Feb 21, 2023, 10:09 PM IST

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆହ୍ବାନ ନୁହନ୍ତି ବିରୋଧୀ କହିଲେ ଉପେନ୍ଦ୍ର କୁଶଓ୍ବା

ପାଟନା: 2024 ସାଧାରଣ ନିର୍ବାଚନ ଲଢିବା ପାଇଁ ବିରୋଧୀ ଏକାଠି ଅଣ୍ଟା ଭିଡୁଥିବା ବେଳେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆହ୍ବାନ ସୃଷ୍ଟି କରିପାରିବ ନାହିଁ । ବିରୋଧୀ ଏକାଠି ଲଢିବା ହୁଙ୍କାର ଦେଉଛନ୍ତି, ହେଲେ ସେମାନଙ୍କ ମଧ୍ୟରେ 12 ଜଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆଶାୟୀ ରହିଛନ୍ତି । ଏପରି ସ୍ଥିତିରେ ସେମାନଙ୍କର ଏକାଠି ନିର୍ବାଚନ ଲଢିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିବା ପରି ମନେହେଉନାହିଁ ବୋଲି କହିଛନ୍ତି ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଉପେନ୍ଦ୍ର କୁଶଓ୍ବା ।

କୁଶଓ୍ବା କହିଛନ୍ତି, ଗୋଟିଏ ପଟେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଉଦ୍ୟମ ଚାଲିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ମାତ୍ର ଶହେ ଆସନରେ ସୀମିତ ରହିବ ବୋଲି କହୁଛନ୍ତି । ବିରୋଧୀ ମେଳିରେ 12 ଜଣ ନେତା ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ଅଛନ୍ତି ।

କୁଶଓ୍ବା ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମତଭେଦ ପରେ ନିଜର ସ୍ବତନ୍ତ୍ର ରାଜନୈତିକ ଦଳ ଗଠନ କରିଛନ୍ତି । ପୂର୍ବରେ ସେ ନୀତିଶଙ୍କ କ୍ୟାମ୍ପର ଜଣେ ବରିଷ୍ଠ ନେତା ଥିଲେ । ସେ ମଧ୍ୟ ତାଙ୍କର କିଛି ଅନୁଗତଙ୍କ ସହ 2024 ସାଧାରଣ ନିର୍ବାଚନରେ ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀତ୍ବ ଦାବିଦାରି ନେଇ ଯୁକ୍ତି କରିଥିବାର ନଜିର ରହିଛି । ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତିଶ ଜଣେ ଉପଯୁକ୍ତ ରାଜନେତା ବୋଲି କହିଥିଲେ କୁଶଓ୍ବା । ଏବେ ନୀତିଶ କ୍ୟାମ୍ପ ଛାଡିବା ପରେ ସେ ୟୁଟର୍ଣ୍ଣ ମାରିଛନ୍ତି । ନୀତିଶଙ୍କୁ କଡା ସମାଲୋଚନା କରିବା ସହ ନୀତିଶଙ୍କ ପ୍ରୟାସରେ କ୍ରମଶଃ ସଂଗଠିତ ହେବାରେ ଲାଗିଥିବା ବିରୋଧୀ ମେଣ୍ଟ ପ୍ରଧାନମନ୍ତ୍ରୀଙ୍କୁ ମୁକାବିଲା କରିପାରିବାରେ ସକ୍ଷମ ନୁହେଁ ବୋଲି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି କୁଶଓ୍ବା ।

2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ ସମୟ ଥିବା ବେଳେ ଏକାଧିକ ବରିଷ୍ଠ ନେତା ମିଳିତ ବିରୋଧୀ ଏକତା କଥା କୁହଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଜାତୀୟ ରାଜନୈତିକ ଦଳ ଗଠନ କରିଥିବା କେସିଆର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିରୋଧୀ ଏକତା ପାଇଁ ନିଜ ନିଜ ସ୍ତରରେ ଅଣ୍ଟା ଭିଡିବାରେ ଲାଗିଛନ୍ତି । ହେଲେ ଏପରି ସମୟରେ ମିଳିତ ବିରୋଧୀ ମେଣ୍ଟରେ କେଉଁ ଦଳ ସାମିଲ ହେବେ ଓ ତୃତୀୟ ସାମୁଖ୍ୟର ରୂପରେଖ, ଆଭିମୁଖ୍ୟ କପରି ହେବ ସେ ନେଇ କିଛି ସ୍ପଷ୍ଟ ସଙ୍କେତ ମଧ୍ୟ ମିଳିପାରୁନି ।

ଏହାରି ମଧ୍ୟରେ କେନ୍ଦ୍ରରେ ଦ୍ବିତୀୟ ପାଳିର ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଚଳିତ ଥର ମଧ୍ୟ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର କରିବାକୁ ଦମ୍ଭ ଦେଖାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ସୁଦ୍ଧା 9ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ରହିଛି । ଯାହାର ଫଳାଫଳ ରାଜଧାନୀ ଦିଲ୍ଲୀକୁ ରାସ୍ତା ସଫା କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.