ETV Bharat / bharat

ଏପ୍ରିଲ 4 ଯାଏଁ ଖୋଲିବନି ୟୁପିର ସ୍କୁଲ, ଜାଣନ୍ତୁ କାହିଁକି... - ଯୋଗୀ ସରକାର

ସଂକ୍ରମଣ ବୃଦ୍ଧିକୁ ଆଶଙ୍କା କରି ଯୋଗୀ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ସମସ୍ତ ସ୍କୁଲକୁ ଏପ୍ରିଲ 4 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

UP schools shut till April 4 amid COVID-19 case surge
ଏପ୍ରିଲ 4 ଯାଏଁ ଖୋଲିବନି ୟୁପିର ସ୍କୁଲ, ଜାଣନ୍ତୁ କାରଣ
author img

By

Published : Mar 31, 2021, 12:09 PM IST

ଲକ୍ଷ୍ନୌ: ଦେଶରେ ଉପର ମୁହାଁ କୋରୋନା ଗ୍ରାଫ । ସଂକ୍ରମଣ ବୃଦ୍ଧିକୁ ଆଶଙ୍କା କରି ଯୋଗୀ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଏପ୍ରିଲ 4 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଯୋଗୀ ରାଜ୍ୟରେ ମାର୍ଚ୍ଚ 31 ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ସ୍କୁଲ ଆସିବା ଉପରେ ରୋକ ଲଗାଇଥିଲେ । ହେଲେ ବର୍ତ୍ତମାନ ରାଜ୍ୟରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସମୟ ସୀମାକୁ ବୃଦ୍ଧି କରିଛନ୍ତି । ଏପ୍ରିଲ 4 ପରେ ସ୍କୁଲ ଖୋଲିବ । ପରେ କୋରୋନା କଟକଣା ମଧ୍ୟରେ ବିଦ୍ୟାଳୟ ଗୁଡିକର ପରିଚାଳନା କରାଯିବ ବୋଲି ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟରେ ଟୀକାକରଣ କରାଯାଉଛି । ଏହାସହ କୋରୋନା ପରୀକ୍ଷାକୁ ବୃଦ୍ଧି କରାଯାଉଛି । ଅନାଥାଶ୍ରମ,ବୃଦ୍ଧାଶ୍ରମ ସ୍ଥାନ ଗୁଡିକରେ ଟେଷ୍ଚିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି । ମଙ୍ଗଳବାର ସୁଧା ରାଜ୍ୟରେ କୋରୋନାରେ 8,800 କୋରୋନାରେ ପୀଡିତ ଥିବା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ 918 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ 6 ଲକ୍ଷ 15 ହଜାର 996କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.