ଲକ୍ଷ୍ନୌ: ବ୍ୟବସାୟ କାରବାରର ପେଣ୍ଠସ୍ଥଳୀ ହେଉଛି ୟୁପି । ଇଜ ଅଫ ଡୁଇଂ ବିଜନେସ( Ease of doing business)ରେ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ତିନି ଚାରିବର୍ଷ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଥିଲା ରାଜ୍ୟ । ଏବେ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛି । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଚାଲିଥିବା ଏଭଳି ପ୍ରବୁଦ୍ଧ ସମ୍ମିଳନୀରେ ଏହି ବକ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟର ମୁଣ୍ଡପିଛା ଆୟ ଦେଶର ହାରାହାରି ଠାରୁ ଅଧିକ ବୃଦ୍ଧି ହେବ ବୋଲି ସେ କହିଛନ୍ତି । ବିଶ୍ୱାସ ଅଛି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶର ମୁଣ୍ଡପିଛା ଆୟ ଦେଶର ମୁଣ୍ଡପିଛା ଆୟଠାରୁ ଅଧିକ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ।
ସେପଟେ ରାଜ୍ୟରେ କୋରୋନା ସ୍ଥିତି ନେଇ ମଧ୍ୟ ଆଲୋଚନା କରିଥିଲେ । କୋରୋନା ସ୍ଥିତି ଉପରେ ନଜର ରଖା ଯାଇଛି । ଦୈନିକ ୪ଲକ୍ଷ କୋରୋନା ପରୀକ୍ଷା କରିବାର କ୍ଷମତା ରହିଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ 555 ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ସେହି ସମୟରେ ସୋମନାଥ ମନ୍ଦିର ନିର୍ମାଣ ପାଇଁ ନେତୃତ୍ବ ନେଇଥିବା ପ୍ରତିନିଧି ବିରୋଧ କରିଥିଲେ । ହେଲେ ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କରି ପାଞ୍ଚ ଶତାବ୍ଦୀ ଅପେକ୍ଷାକୁ ଅତିକ୍ରମ କରିଛି । ରବିବାର ମଧ୍ୟ ଆଦିତ୍ୟନାଥ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରି ଲୋକଙ୍କ ପାଇଁ ଅନେକ ରିଲିଫ ପ୍ୟାକେଜ ବିତରଣ କରିଥିଲେ।
@ANI