ETV Bharat / bharat

UP polls: ବରେଲୀରୁ ଫେରିଲା ରାଜନାଥଙ୍କ ହେଲିକପ୍ଟର, ଜନସଭାକୁ ଫୋନରେ କଲେ ସମ୍ବୋଧନ

author img

By

Published : Feb 2, 2022, 4:07 PM IST

ଖରାପ ପାଗ ଯୋଗୁଁ ଅବତରଣ କରିନପାରି ଫେରିଲା ରାଜନାଥ ସିଂଙ୍କ ହେଲିକପ୍ଟର । ଲକ୍ଷୀମପୁର ଖେରୀରେ ଆୟୋଜିତ ଜନସଭାକୁ ଟେଲିଫୋନରେ ସମ୍ବୋଧିତ କଲେ ରାଜନାଥ । ଅଧିକ ପଢନ୍ତୁ

UP polls: ଖରାପ ପାଗ ଯୋଗୁ ପହଞ୍ଚି ପାରିଲେନି ରାଜନାଥ, ଜନସଭାକୁ ଫୋନରେ କଲେ ସମ୍ବୋଧନ

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ଅବତରଣ କରି ନପାରି ଫେରିଗଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ହେଲିକପ୍ଟର । ଫଳରେ ଉକ୍ତ ଜନସଭାକୁ ଟେଲିଫୋନ ଯୋଗେ ସମ୍ବୋଧିତ କରିଛନ୍ତି ରାଜନାଥ । ରାଜନାଥ ଆଜି ଉତ୍ତର ପ୍ରଦେଶର ଲକ୍ଷୀମପୁର ଖେରୀରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ପାଇଁ ଦିଲ୍ଲୀରୁ ଉତ୍ତର ପ୍ରଦେଶ ବରେଲିରେ ପହଞ୍ଚିଥିଲେ । ତେବେ ଘନ କୁହୁଡି ପାଇଁ ଏପରି ଘଟଣା ସାମ୍ନାକୁ ଆସିଛି ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି (ବୁଧବାର) ଉତ୍ତର ପ୍ରଦେଶର ଦୁଇଟି ଭିନ୍ନଭିନ୍ନ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରାଜନାଥ ପୂର୍ବାହ୍ନ 11 ଟାରେ ବରେଲିରେ ପହଞ୍ଚିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ଲକ୍ଷୀମପୁର ଖେରୀ ଏବଂ ପିଲିବିତ ଅଭିମୁଖେ ଯାତ୍ରା ମଧ୍ୟ କରିଥିଲେ ।

ହେଲେ ଘନ କୁହୁଡି ଯୋଗୁ ଉଭୟ ସ୍ଥାନରେ ଏକାଧିକ ପ୍ରୟାସ ସତ୍ତ୍ବେ ମଧ୍ୟ ହେଲିକପ୍ଟରଟି ଅବତରଣ କରିପାରିନଥିଲା । ପରେ ସେଠାରୁ ରାଜନାଥ ବରେଲି ଫେରିଯାଇଛନ୍ତି । ଲକ୍ଷ୍ମୀପୁର ଖେରୀ ଜନସଭାକୁ ସେ ଫୋନ ଯୋଗେ ସମ୍ବୋଧିତ କରିଥିବା ବେଳେ ଅନ୍ୟ ଏକ ନିର୍ଦ୍ଧାରିତ ସଭାସ୍ଥଳରେ ସେ ସଡକ ପଥରେ ପହଞ୍ଚିବା ନେଇ ସୂଚନା ରହିଛି ।

ବହୁଚର୍ଚ୍ଚିତ ଲକ୍ଷୀମପୁର ଖେରୀ ନିର୍ବାଚନ ମଣ୍ଡଳୀରେ ଫେବୃଆରୀ 23 ମତଦାନ ହେବାକୁ ଥିବା ବେଳେ ଆସନ୍ତାକାଲି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମଧ୍ୟ ରହିଛି । ଜାନୁୟାରୀ 31ରେ ନିର୍ବାଚନ ଆୟୋଗ 1,000 ରୁ ଅଧିକ ଲୋକଙ୍କର ସାଧାରଣ ସଭା ଏବଂ 10 ଜଣଙ୍କ ପରିବର୍ତ୍ତେ 20 ଜଣ ବ୍ୟକ୍ତିଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର ଅନୁମତି ଦେଇଛନ୍ତି ।

ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.