ETV Bharat / bharat

UP polls: 159 ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା SP, କରହାଲରୁ ଅଖିଳେଶ - ସପାର ପ୍ରାର୍ଥୀ ତାଲିକା

159 ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା । ରହିଛନ୍ତି ଦଳ ମୁଖ୍ୟ ଅଖିଳେଶ ସମେତ ଅନେକ ବଡ ଚେହେରା । ଖୁବ ଶୀଘ୍ର ଆସିପାରେ ଅବଶିଷ୍ଟ ପ୍ରାର୍ଥୀଙ୍କ ତାଲିକା । ଅଧିକ ପଢନ୍ତୁ

UP polls: 159 ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା SP, କରାହାଲରୁ ଅଖିଳେଶ

author img

By

Published : Jan 24, 2022, 8:33 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି (ସୋମବାର) ସମାଜବାଦୀ ପାର୍ଟି (ଏସପି) 159 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । କରହଲ ନିର୍ବାଚନ ମଣ୍ଡଳୀରୁ ଦଳ ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ଅବଦୁଲ୍ଲା ଆଜାମ ଖାନଙ୍କୁ ସୁଆର ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇଛି ଦଳ । ସେହିପରି ସପାର ଅନ୍ୟ ଜଣେ ବରିଷ୍ଠ ନେତା ତଥା ବିବାଦୀୟ ସାଂସଦ ଆଜମ ଖାନ ରାମପୁର ନିର୍ବାଚନ ମଣ୍ଡଳୀ ଓ ଶିବପାଲ ସିଂ ଯାଦବଙ୍କୁ ଜଶୋବନ୍ତନଗର ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି ସପା ।

ଜାତୀୟ ରାଜନୀତିରେ ବେଶ୍ ପ୍ରଭାବ ରଖୁଥିବା ଉତ୍ତର ପ୍ରଦେଶ ରାଜନୀତିରେ ଘମାଘୋଟ ପ୍ରଚାର ଜାରି ରହିଛି । ଫେବୃଆରୀ 10 ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ମୋଟ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ । ବର୍ତ୍ତମାନ ବିଜେପି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ କ୍ଷମତାରେ ଥିବା ବେଳେ ଅଖିଳେଶଙ୍କ ନେତୃତ୍ବଧୀନ ସମାଜବାଦୀ ପାର୍ଟି ବିରୋଧୀ ଦଳ ଭୂମିକାରେ ରହିଛି । ଚଳିତ ବର୍ଷ ସପା ବିଜେପିକୁ ହଟାଇ କ୍ଷମତାକୁ ଫେରିବା ନେଇ ଦଳ ମୁଖ୍ୟ ଅଖିଳେଶ ଦମ୍ଭୋକ୍ତି ଦେଖାଇ ଆସୁଛନ୍ତି ।

ସେହିପରି କିଛି ବିଜେପି ନେତା ତଥା ମନ୍ତ୍ରୀ ମଧ୍ୟ ଯୋଗୀ ଶିବିର ଛାଡି ଅଖିଳେଶଙ୍କ ସାଇକେଲରେ ସବାର ହୋଇଥିବାରୁ ପୂର୍ବ ସମୀରକରଣରେ ମଧ୍ୟ ସମ୍ୟକ ପରିବର୍ତ୍ତନ ଆସିପାରେ ବୋଲି ଆଶା କରାଯାଉଛି । ଏପଟେ ଦଳ ଡିଆଁର କୌଣସି ପ୍ରଭାବ ପଡିବ ନାହିଁ ଓ ବିଜେପି ପୁଣି ରାଜ୍ୟରେ କ୍ଷମତା ବଜାୟ ରଖିବା ନେଇ ମଧ୍ୟ ଆଶା ପ୍ରକଟ କରିଛି ବିଜେପି ।

ଆଜି ସମାଜବାଦୀ ପାର୍ଟି ୧୫୯ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଥିବା ବେଳେ ଏହି ପର୍ଯ୍ୟାୟରେ ଅନେକ ପ୍ରମୁଖ ଚେହେରା ସାମିଲ ରହିଛନ୍ତି । ତେବେ ଅବଶିଷ୍ଟ ଆସନରେ ମଧ୍ୟ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ନେଇ ମଧ୍ୟ ଅଖିଳେଶଙ୍କ କ୍ୟାମ୍ପରୁ ସୂଚନା ମିଳିଛି । ଫେବୃଆରୀ ୧୦ ତାରିଖରୁ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ମତଦାନ । ମାର୍ଚ୍ଚ ୧୦ ରେ ଗଣତି ସହ ଜନାଦେଶ ପ୍ରକାଶ ପାଇବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.