ETV Bharat / bharat

ଉତ୍ତରପ୍ରଦେଶରେ ଧର୍ମ ପରିବର୍ତ୍ତନ ନେଟୱାର୍କର ବଡ ଖୁଲାସା - ଉତ୍ତରପ୍ରଦେଶ ଧର୍ମପରିବର୍ତ୍ତନ

ଉତ୍ତରପ୍ରଦେଶରେ ଧର୍ମପରିବର୍ତ୍ତନ ନେଟୱାର୍କର ଖୁଲାସା କରିଛି ଏଟିଏସ । 2 ଜଣ ଗିରଫ । 1000ରୁ ଅଧିକ ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ ଧର୍ମପରିବର୍ତ୍ତନ ନେଟୱାର୍କର ବଡ ଖୁଲାସା

author img

By

Published : Jun 22, 2021, 9:32 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଧର୍ମପରିବର୍ତ୍ତନ ନେଟୱାର୍କର ହୋଇଛି ବଡ ଖଲାସା । ଏହି ଘୃଣ୍ୟ କାର୍ଯ୍ୟରେ 2 ଜଣଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ଏଟିଏସ । ଧରାପଡିଥିବା 2 ଅଭିଯୁକ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବେକାରୀ, ଗରିବ ଓ ପଛୁଆ ବର୍ଗର ଲୋକଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ ।

ଦେଶରେ ଧାର୍ମିକ ଭେଦଭାବ ବିସ୍ତାର ପାଇଁ ଏହି ଷଡଯନ୍ତ୍ରରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଅନ୍ୟାନ୍ୟ ବିଦେଶୀ ପାଣ୍ଠି ଜଡିତ ଥାଇପାରେ ବୋଲି ଏଟିଏସ ଅଧିକାରୀମାନେ କହିଛନ୍ତି । ଗିରଫ ଅଭିଯୁକ୍ତମାନେ 1000ରୁ ଅଧିକ ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିବା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ, ଅନେକ ଝିଅଙ୍କ ଧର୍ମ ପରିବର୍ତ୍ତନ କରିବା ପରେ ସେମାନେ ବିବାହ କରାଯାଇଥିବା ଖୁଲାସାରୁ ଜଣାପଡିଛି ।

ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଉଛନ୍ତି ମୁଫତି କାଜି ଜାହଙ୍ଗୀର ଆଲାମ କାସମି ଏବଂ ନୂଆଦିଲ୍ଲୀର ଜାମିଆ ନାଗରର ମହମ୍ମଦ ଉମର। ମହମ୍ମଦ ଉମର ପ୍ରଥମେ ଜଣେ ହିନ୍ଦୁ ଥିଲେ ଏବଂ ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ସେ ଦିଲ୍ଲୀର ଜାମିଆ ନଗରରେ ଏକ କାର୍ଯ୍ୟାଳୟ ଖୋଲି ଧର୍ମାନ୍ତରୀକରଣ କାର୍ଯ୍ୟ କରୁଥିଲେ।

ଏଟିଏସ ତଦନ୍ତରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହା ଜାଣିବାକୁ ମିଳିଛି ଯେ ନୋଏଡା ସେକ୍ଟର 117ରେ ଦିବ୍ୟାଙ୍ଗ ଆବାସିକ ବିଦ୍ୟାଳୟରେ ଉମର ପିଲାମାନଙ୍କୁ ଚାକିରୀ, ବିବାହ ଏବଂ ଅର୍ଥ ପ୍ରଲୋଭନ ଦେଖାଇ ଇସଲାମ ଧର୍ମ ଗ୍ରହଣ କରାଇଥିଲେ । ଏହା ବ୍ୟତୀତ ସେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାର ଗରିବ, ବେକାରୀ ଏବଂ ପଛୁଆ ବର୍ଗର ଲୋକଙ୍କୁ ଇସଲାମ ଧର୍ମରେ ପରିବର୍ତ୍ତିତ କରାଯାଉଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.