ETV Bharat / bharat

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ - ଅଖିଳ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି

ଅଖିଳ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ବୁଧବାର ଦିନ ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣା : ବନ୍ଧା ହେଲେ ଅନ୍ୟ ଜଣେ ଅଭିଯୁକ୍ତ

author img

By

Published : Sep 23, 2021, 10:53 AM IST

ଲକ୍ଷ୍ନୌ: ଅଖିଳ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ବୁଧବାର ଦିନ ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୋଟ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସନ୍ଦିପ ତିଓ୍ବାରୀ ।

ସୂଚନା ଅନୁସାରେ, ଆଲ୍ଲାବାଦ ସ୍ଥିତ ବାଘାମ୍ବରୀ ମଠରେ ସୋମବାର ଦିନ ଅଖିଳ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କ କୋଠରୀରୁ ଅନେକ ପୃଷ୍ଠାର ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରାଯାଇଥିଲା । ଯେଉଁଥିରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ତିନି ଜଣଙ୍କ ନାମ ଲେଖାଯାଇଥିଲା ।

ପ୍ରଥମ ନାମ ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ସ୍ବାମୀ ଆନନ୍ଦ ଗିରି ଲେଖା ଯାଇଥିବାବେଳେ ଦ୍ବିତୀୟ ନାମ ଆଧ୍ୟା ତିୱାରୀ ଏବଂ ତୃତୀୟ ନାମ ଆଦ୍ୟ ତିୱାରୀଙ୍କ ପୁଅ ସନ୍ଦୀପ ତିୱାରୀ ଲେଖାଯାଇଥିଲା । ଏନେଇ ଆନନ୍ଦ ଗିରି ଓ ଆଧ୍ୟା ତିୱାରୀଙ୍କୁ ସ୍ଥାନୀୟ କୋର୍ଟର ହାଜର କରାଯାଇଥିଲା । ପରେ ୧୪ ଦିନିଆ ନ୍ୟାୟିକ ହେପାଜତ ପଠାଯାଇଥିଲା । ନରେନ୍ଦ୍ର ଗିରିଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକେଇବା ଭଳି ଅଭିଯୋଗ ତାଙ୍କର ଉପରେ ଲଗାଯାଇଛି । ତେବେ, ଘଟଣାର ତଦନ୍ତ ପାଇଁ ୧୮ ଜଣିଆ ଏସଆଇଟି ଟିମ ଗଠନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.