ETV Bharat / bharat

ଫୋନରେ କଥା ହେବାରୁ ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

author img

By

Published : Oct 5, 2022, 8:37 AM IST

ଦାମ୍ପତ୍ୟ ଜୀବନରେ କାଳ ସାଜୁଛି ମୋବାଇଲ ଫୋନ । ଫୋନରେ ମାତ୍ରାଧିକ ସମୟ କଥା ହେବାରୁ ସ୍ତ୍ରୀକୁ ହତ୍ୟା କରି ନିଜେ ଝୁଲିପଡିଲା ସ୍ବାମୀ (Husband kills wife for talking over phone)। ତଦନ୍ତ କରୁଛି ପୋଲିସ ।

ଫେନରେ କଥା ହେବାରୁ ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା !

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଅଭାବନୀୟ ଘଟଣା । ଫୋନରେ କଥା ହେବା କାରଣରୁ ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା (Husband kills wife for talking over phone) । ଲକ୍ଷ୍ନୌର କୁଲଓ୍ବନ୍ତ ସିଂ ନାମକ ଜଣେ 50 ବର୍ଷୀୟ ବ୍ୟକ୍ତି ନିଜ 38 ବର୍ଷୀୟା ପତ୍ନୀ ପୁଷ୍ପା ସିଂଙ୍କୁ ହତ୍ୟା କରିବା ପରେ ନିଜେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି (Husband commits suicide after killing wife) । ପୋଲିସ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ କୁଲଓ୍ବନ୍ତ ସିଂ ପେସାରେ ଜଣେ ଠିକାଦାର । ପତ୍ନୀ ପୁଷ୍ପା ଓ ଦୁଇ ସନ୍ତାନଙ୍କ ସହ ସେ ଗତ କିଛି ବର୍ଷ ହେବ ଲକ୍ଷ୍ନୌରେ ରହୁଥିଲେ । ପତ୍ନୀ ପୁଷ୍ପାଙ୍କର ଦୀର୍ଘ ସୟମ ଧରି ଫୋନରେ କଥା ହେବାର ଅଭ୍ୟାସ ଥିଲା । ଯାହାକୁ ନେଇ କୁଲଓ୍ବନ୍ତ ବିଭିନ୍ନ ସମୟରେ ବିରକ୍ତି ମଧ୍ୟ ପ୍ରକାଶ କରୁଥିଲେ । ପୂର୍ବରୁ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଓ ତିକ୍ତତା ମଧ୍ୟ ଦେଖିବାକୁ ମିଳିଥିଲା । ଗତକାଲି ଦୁଇ ସନ୍ତାନ କୌଣସି କାର୍ଯ୍ୟରେ ଅନ୍ୟତ୍ର ଯାଇଥିବା ସମୟରେ ଘରେ ଏକୁଟିଆ ଦମ୍ପତି ଥିଲେ । ସଂଧ୍ୟାରେ ପିଲମାନେ ଘରକୁ ଫେରି ଉଭୟଙ୍କ ମୃତଦେହ ଦେଖିବାକୁ ପାଇଥିଲ (Husband commits suicide after killing wife)। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଲକ୍ଷ୍ନୌ ପଶ୍ଚିମ ଜୋନ ଅତିରିକ୍ତ ପୋଲିସ କମିଶନର କହିଛନ୍ତି, ତଦନ୍ତ ଜାରି ରହିଛି । ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡାଲ ନୋଟ ଓ ସେପରି ଅନ୍ୟ ସାମଗ୍ରୀ ଜବତ କରାଯାଇନାହିଁ । ପରିବାର ସଦସ୍ୟ ଓ ଅନ୍ୟ ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପତ୍ନୀଙ୍କ ଦୀର୍ଘ ସମୟ ଧରି ଫୋନରେ କଥା ହେବାକୁ ନେଇ ପୂର୍ବରୁ ମଧ୍ୟ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ରିହଥିଲା । ଗତକାଲି ମଧ୍ୟ ଏପରି କିଛି କାରଣ ପାଇଁ ଏପରି ଅଭାବନୀୟ କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଏହାକୁ ପ୍ରାଥମିକ ଭାବେ ହତ୍ୟା ଓ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରାଯାଇ ତଦନ୍ତ ପରିସରକୁ ନିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟର କାରଣ ସ୍ପଷ୍ଟ ହେବା ସହ ସେହି ଧାରାରେ ତଦନ୍ତ ଆଗେଇବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.