ETV Bharat / bharat

ଯୋଗୀଙ୍କ ବଡ଼ ଘୋଷଣା, ହୋଲି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

author img

By

Published : Nov 4, 2021, 10:15 AM IST

ଅଯୋଧ୍ୟାରେ ଦୀପାବଳି ଅବସରରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ରାଜ୍ୟର ଗରିବଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PM-GKAY)ରେ ହୋଲି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ । ଅଧିକ ପଢନ୍ତୁ...

ଯୋଗୀଙ୍କ ବଡ଼ ଘୋଷଣା, ହୋଲି ପର୍ଯ୍ୟନ୍ତ ରାସନକାର୍ଡଧାରୀଙ୍କୁ ମିଳିବ ମାଗଣା ରାସନ

ଲକ୍ଷ୍ନୌ: ଅଯୋଧ୍ୟାରେ ଦୀପାବଳି ଅବସରରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ରାଜ୍ୟରେ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PM-GKAY)ରେ ହୋଲି ପର୍ଯ୍ୟନ୍ତ ମାଗଣା ରାସନ ମିଳିବ । ତେବେ PM-GKAYରେ କେବଳ ମାଗଣା ଚାଉଳ କି ଗହମ ନୁହେଁ, ବରଂ ଡାଲି, ତେଲ, ଲୁଣ ସାଙ୍ଗକୁ ଚିନି ବି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରୋନା ସଙ୍କଟର ସମ୍ମୁଖୀନ ହେଉଥିବା ରାଜ୍ୟର 15 କୋଟି ଲୋକ ଏଥିରେ ଉପକୃତ ହେବେ । ଏଥିରେ ଅନ୍ତୋଦୟ କାର୍ଡଧାରୀମାନଙ୍କୁ ପ୍ରତି ମାସରେ 35 କିଲୋଗ୍ରାମ ଚାଉଳ, ଗହମ, ଡାଲି, ଖାଇବା ତେଲ, ଲୁଣ ଏବଂ ଚିନି ଯୋଗାଇ ଦିଆଯିବ | ଯେଉଁଠାରେ ବିପିଏଲ୍ କାର୍ଡଧାରୀମାନଙ୍କୁ ପାଞ୍ଚ କିଲୋଗ୍ରାମ ଚାଉଳ, ଗହମ ସହିତ ଡାଲି, ଖାଇବା ତେଲ ଏବଂ ଲୁଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ସେ ସରଜୁ କୂଳରେ ଅବସ୍ଥିତ ରାମକଥାପାର୍କରେ ପଞ୍ଚମ ଦୀପୋତ୍ସଭ ଉଦ୍ଘାଟନ କରିବା ସମୟରେ କହିଥିଲେ ଯେ, କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ ବଣ୍ଟନ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଉତ୍ତରପ୍ରଦେଶରେ ଏହି ଯୋଜନା ଆସନ୍ତା ବର୍ଷ ହୋଲି ପର୍ଯ୍ୟନ୍ତ ଚାଲିବ।

ତେବେ ଯୋଗୀ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ଅଯୋଧ୍ୟାରେ ଦୀପୋତ୍ସବ ଓ ରାମଙ୍କ ଗୃହ ପ୍ରତ୍ୟାବର୍ତ୍ତନ ଉତ୍ସବ ତ୍ରେତୟା ଯୁଗ ପରମ୍ପରାରେ ଆୟୋଜିତ ହୋଇ ଆସୁଛି । ସେବେଠାରୁ ପ୍ରତିବର୍ଷ ଯୋଗୀ ରାଜ୍ୟ ବିକାଶ ଲାଗି କୋଟି କୋଟି ଟଙ୍କାର ଯୋଜନା ଘୋଷଣା କରିଆସୁଥିବା ବେଳେ ଏବେ ନିଶୁଳ୍କ ରାସନ ଘୋଷଣା କରି ସମସ୍ତଙ୍କୁ ଦୀପାବଳି ଭେଟି ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.