ETV Bharat / bharat

CAA ବିକ୍ଷୋଭକାରୀ ଫେରି ପାଇବେ ୨୨.୪ ଲକ୍ଷ ଟଙ୍କା - ସିଏଏ ବିକ୍ଷୋଭକାରୀ ଫେରି ପାଇବେ ୨୨.୪ ଲକ୍ଷ ଟଙ୍କା

କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରାଯାଇଥିଲା । ୨୦୧୯ରେ ଏହାକୁ ବିରୋଧ କରି ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଉତ୍ତର ପ୍ରଦେଶର ଅଧିକ ହିଂସା ହୋଇଥିଲା । ଅଧିକ ପଢନ୍ତୁ

CAA ବିକ୍ଷୋଭକାରୀ ଫେରି ପାଇବେ ୨୨.୪ ଲକ୍ଷ ଟଙ୍କା

author img

By

Published : Feb 21, 2022, 12:34 PM IST

ଲକ୍ଷ୍ନୌ: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ୨୦୧୯ରେ ବିରୋଧ କରି ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଉତ୍ତରପ୍ରଦେଶର ଅଧିକ ହିଂସା ହୋଇଥିଲା । ଉକ୍ତ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ସମ୍ପତ୍ତି ଜବତ କରାଯାଇଥିଲା । ୟୁପି ସରକାର ଦଙ୍ଗାକାରୀଙ୍କ ଠାରୁ ଆଦାୟ କରିଥିବା 22. 4 ଲକ୍ଷ ଟଙ୍କା ଫେରାଇ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସିଏଏକୁ ବିରୋଧ କରି ହୋଇଥିବା ଦଙ୍ଗା ସମୟରେ ୟୁପି ସରକାର ମୋଟ ୮୭୫ ଜଣଙ୍କୁ ନୋଟିସ ପଠାଇଥିଲେ । ସେମାନଙ୍କ ଠାରୁ ୨ କୋଟି ଟଙ୍କା ଆଦାୟ କରାଯାଇଥାନ୍ତା । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଏହି ନୋଟିସକୁ ପ୍ରତ୍ୟାହାର କରି ନିଆଯାଇଛି । ଏଯାବତ ୧୬ ଜଣଙ୍କ ଠାରୁ 22. 4 ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଯାହା ସେମାନଙ୍କୁ ଫେରାଇ ଦିଆଯିବ ବୋଲି ୟୁପି ସରକାର ଘୋଷଣା କରିଛନ୍ତି । ସିଏଏ ବିରୋଧରେ ଅଧିକାଂଶ ହିଂସାକାଣ୍ଡ ଘଟାଇଥିବା ଲୋକ ଳକ୍ଷ୍ନୌ, ମିରଟ, ମୁଜାଫରନଗର, ରାମପୁର, ସମ୍ଭଲ ଏବଂ ମୁରାଦାବାଦରୁ ରହିଛନ୍ତି ।

ପ୍ରକାଶ ଥାଉ କି, ୨୦୧୯ ଡିସେମ୍ବର ୧୧ରେ ସଂସଦର ପାରିତ ହୋଇଥିଲା ନାଗରିକତା ସଂଶୋଧନ ଅଧିନିୟମ । ପଡୋଶୀ ରାଷ୍ଚ୍ରମାନଙ୍କରୁ ଧାର୍ମିକ ନିର୍ଯାତନା ଯୋଗୁଁ ଭାରତ ପଳାୟନ କରିଥିବା ଶରଣାର୍ଥୀଙ୍କୁ ସୁରକ୍ଷା ପ୍ରଦାନ କରିବା ଭିତ୍ତିରେ ଏହି ଅଧିନିୟମ ପାରିତ ହୋଇଥିଲା । ଏହି ଆଇନ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯ୍ୟାତିତ ହୋଇ ଆସି ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରାଯିବ । ସିଏଏ ପାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ଖୁବ୍ ବିରୋଧ ହୋଇଥିଲା । 19 ଡିସେମ୍ବରରୁ ଜାନୁଆରୀ 10 ମଧ୍ୟରେ ଘଟିଥିବା ଏହି ହିଂସା ସମୟରେ 23 ଜଣ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.