ETV Bharat / bharat

ଚାଲିଗଲେ ନେତାଜୀ, 3 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ୟୁପି - ରାଷ୍ଟ୍ରୀୟ ଶୋକ ପାଳିବ ୟୁପି

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି । ୟୁପିରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବାକୁ ଘୋଷଣା କରିଛନ୍ତି ୟୁପି ସରକାର । ଅଧିକ ପଢନ୍ତୁ

UP government announces three day state mourning
ଚାଲିଗଲେ ନେତାଜୀ, 3 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ୟୁପି
author img

By

Published : Oct 10, 2022, 11:51 AM IST

ଲକ୍ଷ୍ନୌ: ଆଉ ନାହାନ୍ତି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ତିନି ତିନି ଥର ୟୁପି ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ମୁଲାୟମ ସିଂହ ଯାଦବ । ଅସୁସ୍ଥତା ପାଇଁ ଅଗଷ୍ଟ ୨୨ରେ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମୁଲାୟମ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଲାୟମଙ୍କ ପରଲୋକରେ ୟୁପିରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବାକୁ ଘୋଷଣା କରିଛନ୍ତି ୟୁପି ସରକାର ।

  • श्री मुलायम सिंह यादव जी के निधन पर उत्तर प्रदेश सरकार तीन दिन के राजकीय शोक की घोषणा करती है।

    उनका अंतिम संस्कार पूरे राजकीय सम्मान के साथ होगा।

    — Yogi Adityanath (@myogiadityanath) October 10, 2022 " class="align-text-top noRightClick twitterSection" data=" ">

୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ନେଇ ଘୋଷଣା କରିଛନ୍ତି କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ହେବା ନେଇ ଘୋଷଣା ହୋଇଛି । ଜନ୍ମମାଟି ୟୁପି ସୈଫାଇରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ମୁଲାୟମଙ୍କ ପରଲୋକରେ ଶୋକ ପ୍ରକାଶ କରି 3 ଦିନିଆ ରାଷ୍ଟୀୟ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ୟୁପି ରାଜନୀତିକୁ 3 ଦଶନ୍ଧି ଧରି ପ୍ରଭାବିତ କରିଥିଲେ । ସାଧାରଣ ପରିବାରରୁ ଜନ୍ମ ଆଉ ପରେ ରାଜନେତା ଭାବେ ପରିଚୟ ସୃଷ୍ଟି କରିଥିଲେ । ସମାଜବାଦୀ ପାର୍ଟି ପ୍ରତିଷ୍ଠା କରି ସମସ୍ତଙ୍କ ନେତାଜୀ ହୋଇଥିଲେ । 3 ଥର ୟୁପି ମୁଖ୍ୟମନ୍ତ୍ରୀ ଓ 7ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମୁଲାୟମ । ମୁଲାୟମଙ୍କ ବିୟୋଗ ୟୁପି ରାଜନୀତି ପାଇଁ ଅପୂରଣୀୟ କ୍ଷତି ।

ଏହା ବି ପଢନ୍ତୁ...ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ

ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥିଲା । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିଲା । କିନ୍ତୁ ଗତକାଲି ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଡାକ୍ତରୀଟିମଙ୍କ ତତ୍ତ୍ୱାବଧାନରେ ରହିଥିଲେ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.