ETV Bharat / bharat

UP Polls Phase-1: 58 ଆସନ ପାଇଁ ମତଦାନ, 9 ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା - ଉତ୍ତର ପ୍ରଦେଶ ମତଦାନ ଆରମ୍ଭ

ଆଜି(ଗୁରୁବାର) ଉତ୍ତରପ୍ରଦେଶର ପ୍ରଥମ ପର୍ଯ୍ୟାୟ ମତଦାନ । 11ଟି ଜିଲ୍ଲାରେ 58 ବିଧାନସଭା ଆସନ ପାଇଁ ପଡିବ ଭୋଟ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

UP Poll count down start: ଆସନ୍ତାକାଲି ଠାରୁ ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ

author img

By

Published : Feb 9, 2022, 9:30 PM IST

Updated : Feb 10, 2022, 9:07 AM IST

ଲକ୍ଷ୍ନୌ: ଆଜି (ଗୁରୁବାର) ଆରମ୍ଭ ହେଉଛି ବହୁଚର୍ଚ୍ଚିିତ ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପଶ୍ଚିମ ଭାଗର 11ଟି ଜିଲ୍ଲାରେ 58 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇ ମାର୍ଚ୍ଚ 7ରେ ସମସ୍ତ ଆସନରେ ମତଦାନ ଶେଷ ହେବ । ସେହିପରି ମାର୍ଚ୍ଚ ୧୦ ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରଦତ୍ତ କୋଭିଡ ଗାଇଡଲାଇନ ଅନୁପାଳନ ମୁତାବକ ଭୋଟିଂ ପ୍ରକ୍ରିୟା ଶେଷ କରିବା ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ସେହିପରି ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଉତ୍ତର ପ୍ରଦେଶରେ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ 14 ମାର୍ଚ୍ଚ 2022ରେ ଶେଷ ହେବାକୁ ଯାଉଛି । ଉତ୍ତର ପ୍ରଦେଶ ବ୍ୟତୀତ ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ମତଦାନ ହେବା ପାଇଁ ଯାଉଛି । ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯାୟରେ ଭୋଟ୍ ଗ୍ରହଣ ହେବ । ସେହିପରି ମଣିପୁରରେ ମତଦାନ ଫେବୃଆରୀ 27 ଏବଂ ମାର୍ଚ୍ଚ 3 ତାରିଖରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।

ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ନିର୍ବାଚନ ମଣ୍ଡଳୀଗୁଡିକରେ ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6 ଟାରେ ଶେଷ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେଉଥିବା ତାଲିକାରେ 9 ମନ୍ତ୍ରୀ ମଧ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଲ ଦେବ ଅଗ୍ରୱାଲ, ଅତୁଲ ଗର୍ଗ, ଚୌଧୁରୀ ଲକ୍ଷ୍ମୀ ନାରାୟଣ, ଜିଏସ ଧର୍ମେଶ, ଅନୀଲ ଶର୍ମା, ଦୀନେଶ ଖଟିକ । ।

ପ୍ରଥମ ରାଉଣ୍ଡ ପୋଲ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ନୂତନ ସହଯୋଗୀ ପାର୍ଟନର ଜୟନ୍ତ ଚୌଧୁରୀ ପ୍ରଚାର ଜାରି ରଖିଥିବାବେଳେ ବିଜେପି ପକ୍ଷରୁ ଅମିତ୍ ଶାହା, ହେମା ମାଳିନୀଙ୍କ ଠାରୁ ଆରମ୍ଭ କରି ରାଜନାଥ ସିଂ, ରାଷ୍ଟ୍ରୀୟ ଜେ.ପି ନଡ୍ଡା, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘମାଘୋଟ ପ୍ରଚାର କରୁଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବାପରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର 412 କମ୍ପାନୀରୁ ପ୍ରାୟ 50,000 କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଆଜି ମତଦାନ ଥିବା 58ଟି ବିଧାନସଭା ନିର୍ବାଚନରେ ​​ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ରାଜ୍ୟର ସୀମାକୁ ସିଲ୍ କରିଛି ଏବଂ କଡା ପ୍ରହରା ଜାରି ରହିଛି । ସେହିପରି ମତଦାନ ପ୍ରକ୍ରିୟା ପାଇଁ ମୋଟ 3,911 ମତଦାନ ଅଧିକାରୀ ଓ କର୍ମଚାରୀ କଡା ସୁରକ୍ଷା ମଧ୍ୟରେ ପୋଲିଂ ବୁଥ ଅଭିମୁଖେ ଯାତ୍ରା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 10, 2022, 9:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.