ETV Bharat / bharat

Kota Suicide Case: ଚାପ ନା ଚିନ୍ତା, ରାଜସ୍ଥାନରେ ଜୀବନ ହାରିଲେ ୟୁପି ଛାତ୍ରୀ - ରାଜସ୍ଥାନରେ ୟୁପି ଛାତ୍ରୀଙ୍କ ମୃତ୍ୟୁ

ରାଜସ୍ଥାନରେ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Kota Suicide Case
ରାଜସ୍ଥାନରେ ୟୁପି ଛାତ୍ରୀଙ୍କ ମୃତ୍ୟୁ
author img

By ETV Bharat Odisha Team

Published : Sep 20, 2023, 3:05 PM IST

ଜୟପୁର(ରାଜସ୍ଥାନ): କୋଚିଂ ସେଣ୍ଟରରେ ଥମୁନି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ସରକାର ଓ ପୋଲିସଙ୍କ ଶତ ଚେଷ୍ଟା ସତ୍ତ୍ବେ ଆତ୍ମହତ୍ୟା ଜନିତ ମୃତ୍ୟୁ ରୋକିବାରେ ସଫଳ ହେଉନି ପୋଲିସ । ପୁଣି କୋଚିଂ ସେଣ୍ଟରରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ଜଣେ ଛାତ୍ରୀଙ୍କର ରାଜସ୍ଥାନରେ ମୃତ୍ୟୁ ହୋଇଛି । ବିଜ୍ଞାନ ନଗର ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ଝିଅର ମୃତ୍ୟୁ ଖବର ଶୁଣି ପରିବାର ରାଜସ୍ଥାନରେ ପହଞ୍ଚିଥିଲେ । କୋଚିଂ ସେଣ୍ଟରରେ ପାଠ ପଢାଯିବାକୁ ନେଇ ଚାପ ପକାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା । ଏହା ସହିତ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପରିବାର ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...ଅଭିଯୋଗ ନେଇ କାର୍ଯ୍ୟାଳୟ ଆସିଥିବା ବୃଦ୍ଧାଙ୍କୁ ଚା’-ଜଳଖିଆ ଖୁଆଇଲେ SDM, ଅଭିଯୋଗର କଲେ ତୁରନ୍ତ ସମାଧାନ

ମୃତ ବାଳିକା ଜଣକ ହେଲେ ଉତ୍ତରପ୍ରଦେଶର । ଝିଅର ମୃତ୍ୟୁ ନେଇ କୋଚିଂ ସେଣ୍ଟର ଉପରେ ଦୋଷ ଲଦିଛନ୍ତି ତାଙ୍କ ବାପା । କୋଚିଂ ସେଣ୍ଟର ଷ୍ଟାଫ୍‌ ତାଙ୍କ ଝିଅ ଉପରେ ପାଠ ପଢ଼ାକୁ ନେଇ ଚାପ ପକାଉଥିଲେ । ଏହି ଘଟଣାରେ କୋଚିଂ ସେଣ୍ଟରର ହାତ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା ସୂର୍ଯ୍ୟ ସିଂହ । ଝିଅକୁ ହରାଇ କୋହ ସମ୍ଭାଳି ପାରୁନଥିଲେ ବାପା । ଝିଅ ଉପରେ ଏତେ ଚାପ ପଡୁଥିଲା ସେ ଏହି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ବାପା । 2 ମାସ ତଳେ ହଷ୍ଟେଲକୁ ଆସିଥିଲେ ଛାତ୍ରୀ ଜଣଙ୍କ । ଝିଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ଏହା ବି ପଢନ୍ତୁ...ଦମ୍ପତିଙ୍କୁ ଟୋଲପ୍ଲାଜାରେ ଆକ୍ରମଣର ଭିଡିଓ ଭାଇରାଲ, 7 କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଏହି ପୁରା ଘଟଣାରେ ଅତିରିକ୍ତ ପୋଲିସ ଅଧୀକ୍ଷକ ଭଗବତ ସିଂହ ହିଗଡେ କହିଛନ୍ତି, "ଘଟଣାର ତଦନ୍ତ ଚାଲିଛି । ଆତ୍ମହତ୍ୟାର କାରଣ କଣ ତଦନ୍ତ ପରେ ସତ ଜଣା ପଡ଼ିବ । ଯୁବତୀଙ୍କ ବାପା କୋଚିଂ ସେଣ୍ଟର ନାମରେ ଅଭିଯୋଗ ଆଣିଛନ୍ତି । କୋଚିଂ ସେଣ୍ଟର ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।" ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ରାଜସ୍ଥାନର କୋଟାରେ କୋଚିଂ ସେଣ୍ଟରରେ ଏହିପରି ଘଟଣା ନୂଆ ନୁହେଁ । ସରକାର ଓ ପୋଲିସର ସମସ୍ତ ପ୍ରୟାସ ପରେ ବି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ଥମିବାରେ ନାମ ନେଉନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.