ETV Bharat / bharat

ସ୍ବାଧୀନତା ଦିବସ ପୂର୍ବରୁ ସ୍ବାଧୀନ ହେଲା ୟୁପି ପରିବାର, ପାକ୍‌ ଜେଲରେ ବର୍ଷେ କାଟି ଫେରିଲେ ଭାରତ

author img

By

Published : Aug 13, 2023, 3:59 PM IST

ଦୀର୍ଘ ବର୍ଷେ ପରେ ପାକିସ୍ତାନ ଜେଲରୁ ସ୍ବଦେଶ ଫେରିଲେ ଉତ୍ତରପ୍ରଦେଶ ଏକ ପରିବାର । ସମ୍ପର୍କୀୟଙ୍କ ଘରକୁ ଯାଇ ପାକିସ୍ତାନ ଜେଲ୍‌ରେ କାଟିଥିଲେ ସଜା । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଚଳିତ ସ୍ବାଧୀନତା ଦିବସ ନଫିଜ ଅହମ୍ମଦଙ୍କ ପରିବାର ପାଇଁ ପାଲଟିବ ସ୍ବତନ୍ତ୍ର । ଅଗଷ୍ଟ 15 ତାରିଖରେ ଖାଲି ଦେଶ ସ୍ବାଧୀନତା ଦିବସ ପାଳିବନି, ବରଂ ସେମାନେ ମଧ୍ୟ ପାଳିବେ ସ୍ବାଧୀନତା ଦିବସ । କାରଣ ନଫିଜଙ୍କ ପରିବାର ଦୀର୍ଘ ବର୍ଷେ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାକିସ୍ତାନରେ ଥିବା ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇ ଆଉ ଫେରିପାରିନଥିଲେ ଭାରତ । ଉତ୍ତରପ୍ରଦେଶର ଶାମଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଶାମଲି ଅଞ୍ଚଳର ଅଧିବାସୀ 70 ବର୍ଷୀୟ ନଫିଜ ଅହମ୍ମଦ ନିଜ ପତ୍ନୀ ଅମନା (65) ଓ ପୁତ୍ର କଲିମ (35) ସହିତ ଗତ 2022 ମସିହା ଜୁଲାଇ ମାସରେ ପାକିସ୍ତାନରେ ଥିବା ସମ୍ପର୍କୀୟଙ୍କୁ ଭେଟିବା ଲାଗି ପଡ଼ୋଶୀ ଦେଶ ପାକିସ୍ତାନକୁ ଯାଇଥିଲେ । ଆଜି ଦୀର୍ଘ ବର୍ଷେ ପରେ ପାକିସ୍ତାନ ଜେଲରେ ସଜ୍ଜା କାଟିବା ପରେ ତାଙ୍କୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ଦିନକ ପରେ ଭାରତ ସ୍ବାଧୀନତା ଦିବସ ପାଳିବାକୁ ଥିବା ବେଳେ ଉତ୍ତରପ୍ରଦେଶର ଏହି ପରିବାର ମଧ୍ୟ ହୋଇଛି ସ୍ବାଧୀନ ।

ଏହା ବି ପଢନ୍ତୁ- ବର୍ଷେ ହେଲା ପାକିସ୍ତାନ ଜେଲରେ ଉତ୍ତର ପ୍ରଦେଶ ଯୁବକ, ଗିରଫ କରିଥିଲା ପାକିସ୍ତାନ ନୈସେନା

ପାକିସ୍ତାନରୁ ଘରକୁ ଫେରିବା ସମୟରେ ପଞ୍ଜାବ ୱାଘା ବର୍ଡର ନିକଟରେ ଏମାନଙ୍କଠାରୁ ଏକ ପିସ୍ତଲ ମିଳିଥିଲା । ଫଳରେ ଏହି ପରିବାରକୁ ଗିରଫ କରିଥିଲେ ପାକିସ୍ତାନ ସେନା । ସେହି ଦିନଠାରୁ ଏହି ପରିବାର ପାକିସ୍ତାନର ଏକ ଜେଲରେ ସଜା କାଟୁଥିଲେ । ତେବେ ତାଙ୍କ ସଜା ଶେଷ ହେବା ପରେ ଆଜି ଏହି ପରିବାରକୁ BSF ଯବାନଙ୍କୁ ସୀମା ନିକଟରେ ହସ୍ତାନ୍ତର କରାଯାଇଛି । ସେମାନଙ୍କ ମୁକୁଳିବା ଖବର ପାଇବା ପରେ ଶାମଲି ଜିଲ୍ଲା ପ୍ରଶାସନ କିଛି ଅଧିକାରୀଙ୍କୁ ସୀମା ନିକଟକୁ ପଠାଇଥିଲା ।

ନେଇ ଶାମଲି ଏସପି ଅଭିଷେକ କହିଛନ୍ତି ଯେ, ଏହି ପରିବାର ଆଜି ଜେଲରୁ ମୁକୁଳିବା ଖବର ଜଣାପଡ଼ିଥିଲା । ୱାଘା ବର୍ଡର ଜରୁରୀ ବ୍ୟବସ୍ଥା କରିବା ଲାଗି ଏକ ଟିମକୁ ପଠାଯାଇଥିଲା । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରୋଟକଲ ପରେ ଏହି ପରିବାରକୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ଏନେଇ ଶାମଲି ଜିଲ୍ଲାରେ ଖୁସିର ବାତାବରଣ ଖେଳିଯାଇଛି । ସେପଟେ ବର୍ଷେ ପରେ ନିଜ ଜନ୍ମମାଟିକୁ ଫେରି ଏହି ପରିବାର ମଧ୍ୟ ବେଶ ଖୁସିଥିବା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.