ETV Bharat / bharat

Delivery during UPTET exam: ନବଜାତକର ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - ପରୀକ୍ଷା ବେଳେ ପ୍ରସବ ଯନ୍ତ୍ରଣା

ଉତ୍ତରପ୍ରଦେଶ ଶିକ୍ଷକ ଯୋଗ୍ୟତା ସମୟରେ ଆଶାୟୀଙ୍କୁ ପ୍ରସବ ଯନ୍ତ୍ରଣା । ଶିଶୁ ଜନ୍ମ ପରେ ନବଜାତକର ଏପରି ନାମ ରଖିଲେ ପରିବାର, ଯାହାକୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ

Delivery during UPTET exam: ନବଜାତର ଏମିତି ନାଁ ରଖିଲେ ପରିବାର

author img

By

Published : Jan 24, 2022, 8:22 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା(Uttar Pradesh Teachers' Eligibility) ବେଳେ ଗର୍ଭବତୀଙ୍କୁ ହେଲା ପ୍ରସବ ଯନ୍ତ୍ରଣା । ଏହାପରେ ତୁରନ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ଦେବା ସମୟରେ ସେ ସନ୍ତାନ ଜନ୍ମ କରିଥିବାରୁ ପରିବାର ବର୍ଗ ନବଜାତକର ନାଁ ରଖିଛନ୍ତି TET । ନବଜାତକର ଏପରି ଭିନ୍ନ ନାମକୁ ହେଉଛି ଚର୍ଚ୍ଚା । ଏହି ଘଟଣା ଉତ୍ତରପ୍ରଦେଶ ଅମରୋହାଠାରେ ଦେଖିବାକୁ ମିଳିଛି ।

ଆମ ଦେଶରେ ପରିସ୍ଥିତିକୁ ଦେଖି ଅନେକ ସମୟରେ ନବଜାତକଙ୍କ ନାମ ରଖାଯାଏ । ବାତ୍ୟା ସମୟରେ ଜନ୍ମ ନେଇଥିବା ଶିଶୁଙ୍କ ନାମ ତୋଫାନ, ବର୍ଷା ଭଳି ନାଁ ଦିଆଯାଉଥିବା ଅନେକ ସମୟରେ ନଜର ଆସେ । ଏଠାରେ ମହିଳାଙ୍କ ଜଣକ ପରୀକ୍ଷା ସମୟରେ ଶିଶୁକୁ ଜନ୍ମ ଦେଉଥିବାରୁ ନବଜାତର ଏପରି ଭିନ୍ନ ନାଁ ଦିଆଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ଗଜରାଉଳାଠାରେ ଥିବା ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ଜନ୍ମ ଦେଇଛନ୍ତି । ଡାକ୍ତର ଯୋଗେନ୍ଦ୍ର ସିଂଙ୍କ କହିବାନୁସାରେ ମା' ଓ ଶିଶୁ ଉଭୟ ସୁସ୍ଥ ରହିଛନ୍ତି ।

ଏହା ବି ପଢନ୍ତୁ: ସାଧାରଣତନ୍ତ୍ର ଦିବସ ଅବସରରେ ବନ୍ଦ ରହିବ ମେଟ୍ରୋ ୟେଲୋ ଲାଇନର ଷ୍ଟେସନ

UPTET ଆଶାୟୀ ମହିଳା ଗଜରାଇଲାର ରମାବାଈ ଆମ୍ବେଦକର ଡିଗ୍ରୀ କଲେଜରେ ପରୀକ୍ଷା ଦେଉଥିଲେ । ପରୀକ୍ଷାର ସେକେଣ୍ଡ ସିଟିଙ୍ଗ ସମୟରେ ଅପରାହ୍ନ ପ୍ରାୟ 4 ଟା ସମୟରେ ସେ ପ୍ରସବ ଯନ୍ତ୍ରଣା ଭୋଗିଲେ । ସୂଚନା ମୁତାବକ, ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଏହି ମହିଳା ଜଣକ ନାନପୁର ବିଟା ଗ୍ରାମର ରେଣୁ ଦେବୀ ବୋଲି ଜଣାପଡ଼ିଛି । ତାଙ୍କ ସ୍ବାମୀ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.