ETV Bharat / bharat

UP election 5th Phase: ୬୧ ବିଧାନସଭା ଆସନରେ ନିର୍ବାଚନ, 1ଟା ସୁଦ୍ଧା 34.83% ମତଦାନ

author img

By

Published : Feb 26, 2022, 8:51 PM IST

Updated : Feb 27, 2022, 2:11 PM IST

ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ ଦେଉଛି ଉତ୍ତରପ୍ରଦେଶ । ମୋଟ 12ଟି ଜିଲ୍ଲାର 61ଟି ନିର୍ବାଚନ ମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୬୯୨ ପ୍ରାର୍ଥୀ । ଅଧିକ ପଢନ୍ତୁ

UP election 5th Phase : 61 ବିଧାନସଭା ଆସନ ପାଇଁ ପଡିବ ଭୋଟ, ମୈଦାନରେ ୬୯୨ ପ୍ରାର୍ଥୀ

ଲକ୍ଷ୍ନୌ: ଆଜି (ରବିବାର) ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ 12ଟି ଜିଲ୍ଲାର 61ଟି ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ । ମୈଦାନରେ ରହିଛନ୍ତି ବିଭିନ୍ନ ଦଳର ମୋଟ ୬୯୨ ଜଣ ପ୍ରାର୍ଥୀ । 61ଟି ବିଧାନସଭା ଆସନ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ଭାବେ ଆମେଥି, ରାଏବରେଲି, ସୁଲତାନପୁର, ଚିତ୍ରକୁଟ, ପ୍ରତାପଗଡ, ପ୍ରୟାଗରାଜ, ଅଯୋଧ୍ୟା ଏବଂ ଗୋଣ୍ଡା ପ୍ରମୁଖ ଚର୍ଚ୍ଚିତ ଆସନ ମଧ୍ୟ ରହିଛି ।

ପଞ୍ଚମ ପର୍ଯ୍ୟାୟରେ ବିଭିନ୍ନ ଦଳରୁ ମୋଟ 692 ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏମାନଙ୍କ ମଧ୍ୟରେ ପ୍ରମୁଖ ଚେହେରା ଭାବେ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରଥୁ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବାବେଳେ ରାମପୁର ଖାସ ଆସନରୁ ନିର୍ବାଚନକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାନସଭା ଦଳର ନେତା ଆରାଧନା ମିଶ୍ର । ସେହିପରି ଅନ୍ୟତମ ବାହୁବଳୀ ନେତା ରଘୁରାଜ ପ୍ରତାପ ସିଂ କୁଣ୍ଡା ଆସନରୁ ଏବଂ ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ଆହ୍ଲାବାଦ ପଶ୍ଚିମ ଆସନ ଓ ଆହ୍ଲାବାଦ ଦକ୍ଷିଣରୁ ନନ୍ଦ ଗୋପାଳ ଗୁପ୍ତ ନାଡି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହେବ । ସମସ୍ତ ବୁଥରେ ଆବଶ୍ୟକୀୟ ବ୍ୟବସ୍ଥା ଶେଷ ହୋଇଛି । ସମସ୍ତ ବୁଥରେ ପୋଲିଂ ପାର୍ଟି ମଧ୍ୟ ପହଞ୍ଚି ସାରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇ ସରିଛି । ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇ ସଂନ୍ଧ୍ୟା ୬ରେ ଶେଷ ହେବା ପରେ ଇଭିଏମକୁ ପୂର୍ବ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ପହଞ୍ଚାଯିବ ।

ତେବେ ଆସନ୍ତା ମାର୍ଚ୍ଚ 3 ତାରିଖ ଏବଂ 7 ତାରିଖରେ ଅବଶିଷ୍ଟ ଦୁଇଟି ପର୍ଯ୍ୟାୟ ପାଇଁ ଭୋଟିଂ ହେବାକୁ ଥିବାବେଳେ ସମସ୍ତ ପର୍ଯ୍ୟାୟ ଭୋଟିଂ ଶେଷ ହେବା ପରେ ମାର୍ଚ୍ଚ ୧୦ ତାରିଖରେ ଅନ୍ୟ ୫ ରାଜ୍ୟଙ୍କ ସହ ଭୋଟ ଗଣତି ହେବା ସହ ଜନାଦେଶ ପ୍ରକାଶ ପାଇବ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ସର୍ବାଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ ।

ANI

Last Updated : Feb 27, 2022, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.