ETV Bharat / bharat

ବୁଲା ଗାଈଗୋରୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ମିଳିବ ମାସିକ ଭତ୍ତା !

author img

By

Published : Feb 23, 2022, 7:38 PM IST

ବୁଲା ଗାଈଗୋରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ରକ୍ଷଣାବେକ୍ଷଣ କଲେ ମାସିକ ୯ ଶହରୁ ୧ ହଜାର ଭତ୍ତା ପ୍ରଦାନ କରାଯିବ । ଅଧିକ ପଢନ୍ତୁ

ବୁଲା ଗାଈଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ମାସିକ ଭତ୍ତା: ୟୁପି ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବୁଲା ଗାଈଗୋରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ରକ୍ଷଣାବେକ୍ଷଣ କଲେ ମାସିକ ୯ ଶହରୁ ୧ ହଜାର ଭତ୍ତା ପ୍ରଦାନ କରାଯିବ । ଆଜି (ବୁଧବାର) ଉତ୍ତରପ୍ରଦେଶର ଅମେଠୀରେ ଆୟୋଜିତ ଏକ ନିର୍ବାଚନ ସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଯଦି ଆମେ ପୁଣି ସରକାର କରୁ ତେବେ ରାଜ୍ୟରେ ବୁଲା ଗାଈଗୋରୁଙ୍କୁ ପୋଷ୍ୟ ଭାବରେ ଯେଉଁ କୃଷକ ଗ୍ରହଣ କରିବେ ତାଙ୍କୁ ମାସିକ ୯ ଶହରୁ ୧ ହଜାର ଟଙ୍କା ପ୍ରଦାନ କରାଯିବ ।

ଅନ୍ୟପଟେ ରାଜ୍ୟରେ ଚାଲିଥିବା ବେଆଇନ କଂସାଇଖାନାକୁ ସମ୍ପର୍ଣ୍ଣ ରୂପେ ବନ୍ଦ କରିବୁ ବୋଲି କହିଛନ୍ତି ଯୋଗୀ । ସେହିପରି ଗୋଟିଏ ବି ଗୋମାତାଙ୍କୁ ହତ୍ୟା ହେବାକୁ ଦେବି ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ଯୋଗୀ । ଏଥିପାଇଁ ଗାଈଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାପାଇଁ କୃଷକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ୨୦୧୭ ପୂର୍ବରୁ ସରକାରୀ ଚାକିରୀ କରିବାପାଇଁ ସାଧାରଣ ପରିବାର ଠାରୁ ଟଙ୍କା ନିଆ ଯାଉଥିଲା । ମାତ୍ର ବିଜେପି ସରକାର ଆସିବା ପରେ ୫ ଲକ୍ଷ ଯୁବପିଢିଙ୍କୁ ସରକାରୀ ଚାକିରୀ ମିଳିଥିବା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ । ସେହିପରି ଆଜି( ବୁଧବାର) ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଚାଲିଛି ।

ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଥିବା ବେଳେ ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ୭ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ପ୍ରତିକ୍ରିୟା ପରେ ରାଜନୀତି ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.