ହାଇଦ୍ରାବାଦ: ଆଜି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ଫଳାପଳ ପ୍ରକାଶ ପାଇଛି । ସେହିପରି ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଆସନ ସମେତ ଦେଶର 5ଟି ରାଜ୍ୟର 6 ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ଉତ୍ତର ପ୍ରଦେଶ ମୈନପୁରୀ ଲୋକସଭା ଆସନ, ରାମପୁର ସଦର ଏବଂ ଖତୌଲି ବିଧାନସଭା ଆସନ ସମେତ ବିହାରର କୁଢନୀ ,ଓଡିଶାର ପଦ୍ମପୁର, ରାଜସ୍ଥାନର ସର୍ଦ୍ଦାରସହର, ଛତିଶଗଡର ଭାନୁପ୍ରତାପୁର ଉପ ନିରବାଚନର ଭୋଟ ଗଣତି ଶେଷ ହୋଇଛି ।
-
उत्तर प्रदेश में मैनपुरी, रामपुर एवं खतौली उपचुनाव में विजयी सभी प्रत्याशियों को हार्दिक बधाई।
— Yogi Adityanath (@myogiadityanath) December 8, 2022 " class="align-text-top noRightClick twitterSection" data="
भारतीय जनता पार्टी ने रामपुर की सीट पर पहली बार विजय प्राप्त की है, इसके लिए श्री आकाश सक्सेना समेत रामपुर के सभी कार्यकर्ताओं को बधाई एवं जनता-जनार्दन के प्रति आभार।
">उत्तर प्रदेश में मैनपुरी, रामपुर एवं खतौली उपचुनाव में विजयी सभी प्रत्याशियों को हार्दिक बधाई।
— Yogi Adityanath (@myogiadityanath) December 8, 2022
भारतीय जनता पार्टी ने रामपुर की सीट पर पहली बार विजय प्राप्त की है, इसके लिए श्री आकाश सक्सेना समेत रामपुर के सभी कार्यकर्ताओं को बधाई एवं जनता-जनार्दन के प्रति आभार।उत्तर प्रदेश में मैनपुरी, रामपुर एवं खतौली उपचुनाव में विजयी सभी प्रत्याशियों को हार्दिक बधाई।
— Yogi Adityanath (@myogiadityanath) December 8, 2022
भारतीय जनता पार्टी ने रामपुर की सीट पर पहली बार विजय प्राप्त की है, इसके लिए श्री आकाश सक्सेना समेत रामपुर के सभी कार्यकर्ताओं को बधाई एवं जनता-जनार्दन के प्रति आभार।
ଏଥିରେ ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ଓ ବିହାରରେ ମୋଟ ଦୁଇଟି ବିଧାନସଭା ଆସନରେ ବିଜୟୀ ହୋଇଛି । କଂଗ୍ରେସ ରାଜସ୍ଥାନ ଓ ଛତିଶଗଡରେ ଦୁଇ ବିଧାନସଭା ଆସନ ହତେଇଛି । ସେହିପରି ରାଷ୍ଟ୍ରୀୟ ଲୋକ ଦଳ ଓ ବିଜୁ ଜନତା ଦଳ ଗୋଟିଏ ଲେଖାଏଁ ସିଟରେ ବିଜୟୀ ହୋଇଛନ୍ତି ।
![BY ELECTION RESULT 2022: ମୈନପୁରୀରେ ଡିମ୍ପଲ ଯାଦବ ବିଜୟୀ, ବିଜେପି ଓ କଂଗ୍ରେସ ଦଖଲରେ ଦୁଇଟି ଲେଖାଏଁ ବିଧାନସଭା](https://etvbharatimages.akamaized.net/etvbharat/prod-images/17150395_3x2_images.jpg)
ମୈନପୁରୀ:- (ଲୋକସଭା)
ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ବହୁ ଭୋଟ ବ୍ୟବଧାନରେ ବିଜୀୟ ହୋଇଛନ୍ତି । ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂଙ୍କ ଦେହାନ୍ତ ପରେ ସେଠାରେ ବୋହୁ ଡିମ୍ପଲଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଡିମ୍ପଲଙ୍କୁ 64.08 ପ୍ରତିଶତ ଏବଂ ବିଜେପି ପ୍ରାର୍ଥୀ ରଘୁରାଜ ସାକ୍ୟଙ୍କୁ 34.18 ପ୍ରତିଶତ ଭୋଟ୍ ମିଳିଛି ।
![BY ELECTION RESULT 2022: ମୈନପୁରୀରେ ଡିମ୍ପଲ ଯାଦବ ବିଜୟୀ, ବିଜେପି ଓ କଂଗ୍ରେସ ଦଖଲରେ ଦୁଇଟି ଲେଖାଏଁ ବିଧାନସଭା](https://etvbharatimages.akamaized.net/etvbharat/prod-images/17150395_2x1_im.jpg)
ରାମପୁର (ଉ.ପ୍ର):-
ସେହିପରି ରାଜ୍ୟର ବିଧାନସଭା ଉପନିର୍ବାଚନ ହୋଇଥିବା ଅନ୍ୟତମ ଚର୍ଚ୍ଚିତ ଆସନ ରାମପୁରରେ କିନ୍ତୁ ପୂର୍ବ ଧାରା ଭାଙ୍ଗିଛି । ବିବାଦୀୟ ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ଗଡ କୁହାଯାଉଥିବା ରାମପୁରରେ ଗେରୁଆ ପତାକା ଉଡାଇଛି ଭାରତୀୟ ଜନତା ପାର୍ଟି । ବିଜେପି ପ୍ରାର୍ଥୀ ଆକାଶ ସକ୍ସେନାଙ୍କ ସପା ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଛନ୍ତି । ସେହିପରି ରାଜ୍ୟର ଅନ୍ୟତମ ଆସନ ଖତୌଲିରେ ବାଜି ମାରିଛି ରାଷ୍ଟ୍ରୀୟ ଲୋକଦଳ ।
![BY ELECTION RESULT 2022: ମୈନପୁରୀରେ ଡିମ୍ପଲ ଯାଦବ ବିଜୟୀ, ବିଜେପି ଓ କଂଗ୍ରେସ ଦଖଲରେ ଦୁଇଟି ଲେଖାଏଁ ବିଧାନସଭା](https://etvbharatimages.akamaized.net/etvbharat/prod-images/17150395_2x1_images.jpg)
ଖତୌଲି (ଉ.ପ୍ର):-
ଆରଏଲଡି ପ୍ରାର୍ଥୀ ମଦନ ଭୈୟା ଖତୌଲିରେ ଉପନିର୍ବାଚନରେ ନିକଟତମ ବିଜେପି ପ୍ରାର୍ଥୀ ରାଜକୁମାରୀ ସାଇନିଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆକାଶ ସକ୍ସେନା 62.06 ପ୍ରତିଶତ ଭୋଟ୍ ପାଇଛନ୍ତି । ସେହିପରି ନୋଟା (NOTA) ରେ 0.55 ପ୍ରତିଶତ ଭୋଟ ପଡିଛି ।
କୁଢନୀ (ବିହାର):-
ବିହାର କୁଢନୀ ଉପନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି । ବିଜେପି ପ୍ରାର୍ଥୀ କେଦାର ଗୁପ୍ତା ବିଜୟୀ ହୋଇଛନ୍ତି । କେଦାରଙ୍କୁ ମୋଟ 76653 ଭୋଟ ମିଳିଥିଲା । ନିଜ ନିକଟତମ ଜେଡିୟୁ ପ୍ରାର୍ଥୀଙ୍କୁ ପ୍ରାୟ 3645 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଲୋକସଭା ଓ ବିଧାନସଭା ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପଦ୍ମପୁର (ଓଡିଶା) : -
ଓଡିଶାର ପଦ୍ମପୁର ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ରାଜ୍ୟରେ ଶାସନରେ ଥିବା ବିଜେଡି ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ 42 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ସତ୍ତ୍ବେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜୟର ସ୍ବାଦ ଚାଖିବାରୁ ବଞ୍ଚିତ ହୋଇଛି । ସେହିପରି ଗତ ସାଧାରଣ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର 3594ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି ।
ସର୍ଦ୍ଦାରସହର (ରାଜସ୍ଥାନ):-
ରାଜସ୍ଥାନର ଏହି ଆସନ କଂଗ୍ରେସ ହାତକୁ ଯାଇଛି । କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ଶର୍ମା ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ଅନିଲଙ୍କ ବିଜୟ ବ୍ୟବଧାନ ରହିଛି 26852 । ଅକ୍ଟୋବରରେ କଂଗ୍ରେସ ବିଧାୟକ ବନଓ୍ବାର ଲାଲ ଶର୍ମାଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ଘୋଷଣା ହୋଇଥିଲା । କଂଗ୍ରେସ ସ୍ବର୍ଗତ ବନଓ୍ବାର ଲାଲ ଶର୍ମାଙ୍କ ପୁଅ ଅନିଲ କୁମାରଙ୍କୁ ପ୍ରାର୍ଥୀ କରିଥିଲା । ଅନିଲ ବିଜୟୀ ହୋଇଛନ୍ତି ।
ଛତିଶଗଡର ଭାନୁପ୍ରତାପପୁର:-
ଏହି ଆସନରେ ମଧ୍ୟ କଂଗ୍ରେସକୁ ସଫଳତା ମିଳିଛି । କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡବୀ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତାମଙ୍କୁ 21 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
- ମୈନପୁରୀ (ଉ.ପ୍ର) ଲୋକସଭା ଡିମ୍ପଲ ଯାଦବ (ସମାଜବାଦୀ ପାର୍ଟି)
- ରାମପୁର (ଉ.ପ୍ର)- ଆକାଶ ସକ୍ସେନା (ବିଜେପି)
- ଖାତୌଲି (ଉ.ପ୍ର)- ମଦନ ଭୈୟା (ଆରଏଲଡି)
- ସର୍ଦ୍ଦାରସହର (ରାଜସ୍ଥାନ) - ଅନିଲ କୁମାର ଶର୍ମା ( କଂଗ୍ରେସ)
- ପଦ୍ମପୁର- (ଓଡିଶା) -ବାର୍ଷା ସିଂ ବରିହା (ବିଜେଡି)
- କୁଢାନୀ- (ବିହାର) - କେଦାର ପ୍ରସାଦ ଗୁପ୍ତା (ବିଜେପି)
- ଭାନୁପ୍ରତାପପୁର (ଛତିଶଗଡ)- ସାବିତ୍ରୀ ମାଣ୍ଡବୀ (କଂଗ୍ରେସ)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ