ETV Bharat / bharat

ହୃଦଘାତରେ ବିଜେପି ବିଧାୟକ ଦେବେନ୍ଦ୍ର ପ୍ରତାପ ସିଂହଙ୍କ ପରଲୋକ

author img

By

Published : May 31, 2021, 12:58 PM IST

ବିଜେପି ବିଧାୟକ ଦେବେନ୍ଦ୍ର ପ୍ରତାପ ସିଂହଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 55ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

ବିଜେପି ବିଧାୟକ ଦେବେନ୍ଦ୍ର ପ୍ରତାପ ସିଂହଙ୍କ ପରଲୋକ

ଲକ୍ଷ୍ନୌ: ବିଜେପି ବିଧାୟକ ଦେବେନ୍ଦ୍ର ପ୍ରତାପ ସିଂହଙ୍କ ଦେହାନ୍ତ । ଆଜି(ସୋମବାର) ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 55ବର୍ଷ ବୟସ ହୋଇଥିଲା ।

ଦେବେନ୍ଦ୍ର ପ୍ରତାପ ସିଂହ ବିଜେପିର ଜଣେ ସକ୍ରିୟ ସଦ୍ୟସ ଥିଲେ । ସେ ଉତ୍ତରପ୍ରଦେଶର ଅମାପୁରରୁ ପ୍ରତିନିଧିତ୍ବ କରିଥିଲେ । ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହେବାରୁ ସକାଳ 7ଟାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିବା ମେଡିକାଲର ମୁଖ୍ୟ ସୁପରିଟେଣ୍ଡେଣ୍ଟ ଡାକ୍ତର ରାଜେଶ ଅଗ୍ରୱାଲ କହିଛନ୍ତି ।

ବିଧାୟକ ଦେବେନ୍ଦ୍ର ପ୍ରତାପ ସିଂହଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଅମାପୁରରୁ ତିନିଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ପ୍ରତାପ ସିଂହ । ଦୁଇ ପୁଅ ଓ ଗୋଟିଏ ଝିଅ, ପତ୍ନୀଙ୍କୁ ନେଇ ପ୍ରତାପଙ୍କ ପରିବାର । ପ୍ରତାପଙ୍କ ଅକାଳ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଡାକ୍ତରଖାନାକୁ ସ୍ଥାନୀୟ ବିଧାୟକ ବିପୀନ ବର୍ମା ଏବଂ ବିଧାୟକ ମହେନ୍ଦ୍ର ଲୋଧିଙ୍କ ସମେତ ବଜେପି ନେତା ଓ କର୍ମୀଙ୍କ ସୁଅ ଛୁଟିଥିଲା । ବିଧାୟକଙ୍କ ମୃତଦେହ ତାଙ୍କୁ ଗାଁକୁ ନେବାକୁ ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇନଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଫଳରେ ପରିବାର ପକ୍ଷରୁ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.