ETV Bharat / bharat

UP ନିର୍ବାଚନ ନେଇ କଂଗ୍ରେସର ମାନସ ମନ୍ଥନ, ଆଜି CECର ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Oct 23, 2021, 7:42 AM IST

ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିବ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (CEC)ର ଗୁରୁତ୍ବରୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

UP ନିର୍ବାଚନ ନେଇ କଂଗ୍ରେସର ମାନସମନ୍ଥନ, ଆଜି CEC ର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆଜି(ଶନିବାର)କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ନେଇ ଏହି ବୈଠକ ବସିବ । ନୂଆଦିଲ୍ଲୀରେ ପାର୍ଟି ସଭାପତି ସୋନିଆ ଗାନ୍ଧୀଙ୍କ ଘରେ ସଭା ଅନୁଷ୍ଠିତ ହେବାର ସୂଚନା ରହିଛି ।

ଏହି ବୈଠକରେ 150 ବିଧାନସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆଲୋଚନା କରିବ । ବିଭିନ୍ନ ସ୍ତରରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ ଜିଲ୍ଲା ତଥା ବ୍ଲକସ୍ତରରେ ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା "ପ୍ରଶିକ୍ଷଣ ସେ ପରାକ୍ରମ ତକ୍" ସ୍ଲୋଗାନ ଦେଇ ଏକ ତାଲିମ ଅଭିଯାନ ଚାଲିଛି । ଦୁଇଟି ପର୍ଯ୍ୟାୟରେ ଏହି ପ୍ରଶିକ୍ଷଣ ସରିଛି ।

ଏଥିସହ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ସପ୍ତାହ ଆରମ୍ଭରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସେ ଦଳର ରାଜ୍ୟ ନିର୍ବାଚନ କମିଟି ସଦସ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟର ସଦସ୍ୟଙ୍କ ସହ ଆଲୋଚନା କରିବେ ।

ସେ ଆଜି ମଧ୍ୟ ରାଜ୍ୟରେ ତିନୋଟି ପ୍ରତିଜ୍ଞା ଯାତ୍ରାର ଶୁଭାରମ୍ଭ କରିବେ । ୟୁପି ବିଧାନସଭା ନିର୍ବାଚନ ପାଇଁ ମହିଳାଙ୍କ ପାଇଁ 40 ପ୍ରତିଶତ ଟିକେଟ୍ ସଂରକ୍ଷଣ ରଖିଛି । ଏଥିସହ +2 ପାସ୍ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ୍ ଏବଂ +3 ପାସ୍ କରିଥିବା ଛାତ୍ରୀଙ୍କୁ ଇ-ସ୍କୁଟି ଯୋଜନା ଶୁଭାରମ୍ଭ କରିବାର ପ୍ରତିଶ୍ରୁତି ଦେଇଛି । ଆଜି ମଧ୍ୟ ପ୍ରିୟଙ୍କା ଗାନ୍ଧୀ ଏଭଳି କିଛି ଅଧିକ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.