ETV Bharat / bharat

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ, BJP ଆରମ୍ଭ କଲା 'ବୁଥ ବିଜୟ ଅଭିଯାନ’

author img

By

Published : Sep 11, 2021, 6:06 PM IST

ଦେଶର ଅନ୍ୟତମ ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । 'ବୁଥ ବିଜୟ ଅଭିଯାନର ଶୁଭାରମ୍ଭ କଲେ ବିଜେପି ମୁଖ୍ୟ ଜେପି ନଡ୍ଡା । କହିଲେ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିବା ସହ କ୍ଷମତା ବଜାୟ ରଖିବ ଦଳ । ଅଧିକ ପଢନ୍ତୁ...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ, BJP ଆରମ୍ଭ କଲା‘ ବୁଥ ବିଜୟ ଅଭିଯାନ’

ନୂଆଦିଲ୍ଲୀ : ଦେଶର ଅନ୍ୟତମ ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଅର୍ଥାତ୍ 2022ରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ସବୁ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ୟୁପିରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିବା ପାଇଁ ଆରମ୍ଭ କରିଛି ନୂଆ କ୍ୟାମ୍ପେନ ‘ବୁଥ ବିଜୟ ଅଭିଯାନ’ । ଆଜି ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆନୁଷ୍ଠାନିକ ଭାବେ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ।

୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭା ଫଳାଫଳକୁ ସେମି ଫାଇନାଲ ବୋଲି ବିଚାର କରାଯାଉଛି । ତେବେ ଉତ୍ତର ପ୍ରଦେଶରେ କ୍ଷମତାରେ ଥିବା ବିଜେପି କ୍ଷମତା ବଜାୟ ରଖିବା ପାଇଁ ରଣନୀତି ଆରମ୍ଭ କରିଥିବାବେଳେ କ୍ଷମତାକୁ ଫେରିବାକୁ ବହୁଜନ ସମାଜବାଦୀ ପାର୍ଟି ଓ ଗତଥର କ୍ଷମତାରେ ଥିବା ସମାଜବାଦୀ ପାର୍ଟି ମଧ୍ୟ ବଳ କଷିବା ଆରମ୍ଭ କରିସାରିଛନ୍ତି । ସେହିପରି ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ମଧ୍ୟ ନିର୍ବାଚନୀ ରଣନୀତି ଆରମ୍ଭ କରିସାରିଛି । ଏସବୁ ମଧ୍ୟରେ ବିଜେପି ତାର ନିର୍ବାଚନୀ କ୍ୟାମ୍ପେନ ବୁଥ ବିଜୟ ଶୁଭାରମ୍ଭ କରିଛି । ୟୁପିରେ ଥିବା ପ୍ରତ୍ୟେକ ବୁଥ କିପରି ଶକ୍ତିଶାଳୀ ହେବ, ଓ ଦଳ ବୁଥସ୍ତରରୁ କିପରି ସଫଳତା ପାଇବ ତାକୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ନାଡା କହିଛନ୍ତି, 2017 ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ 325 ସିଟରେ ବିଜୟୀ ହୋଇ ଭାରତୀୟ ଜନତା ପାର୍ଟି ଐତିହାସିକ ସଫଳତା ପାଇ ସରକାର ଗଠନ କରିଥିଲା । 2014 ଏବଂ 2019 ଲୋକସଭା ନିର୍ବାଚନରେ ମଧ୍ୟ ​ଉତ୍ତର ପ୍ରଦେଶ ଜନତା ବିଜେପିର ବିକାଶ ମୂଳକ ରାଜନୀତିରେ ନିଜର ପୁନଃ ସମର୍ଥନକୁ ଦୋହରାଇ ଥିଲେ । ଏଥର ମଧ୍ୟ ଦଳ ଅନୂରୁପ ଭାବେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନଡ୍ଡା ।

ରାଷ୍ଟ୍ରୀୟ ସଭାପତି ନଡ୍ଡା ଆହୁରି ମଧ୍ୟ କହିଛନ୍ତି, କେବଳ ଉତ୍ତରପ୍ରଦେଶ ନୁହେଁ, ଗୋଆ ଏବଂ ମଣିପୁରରେ ମଧ୍ୟ ବିଜେପି କ୍ଷମତାକୁ ପ୍ରତ୍ୟାବର୍ତ୍ତନର ସଙ୍କେତ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଅନ୍ୟ ଦଳକୁ କଟାକ୍ଷ କରି ନଡ୍ଡା କହିଛନ୍ତି, ଅନେକ ଦଳର ରାଜନୀତିକ ନେତା ଅଛନ୍ତି ଯେଉଁମାନେ ସଂସଦ ଅଧିବେଶନରେ ବି ଛୁଟିଦିନ ପାଇଁ ବିଦେଶ ଯାଆନ୍ତି। କୋରୋନା ସମୟରେ ସେମାନେ ନିଜର ସୁରକ୍ଷା ପାଇଁ ଘରେ ଲୁଚି ରହିଥିଲେ । କିନ୍ତୁ ବିଜେପି କର୍ମୀମାନେ ନିଜ ଜୀବନକୁ ବିପଦରେ ପକାଇ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସେମାନଙ୍କର କର୍ତ୍ତବ୍ୟ ବୋଲି ବିବେଚନା କରିଥିଲେ। ଯାହା ଲୋକେ ବୁଝି ସାରିଛନ୍ତି ବୋଲି ନଡ୍ଡା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.