ETV Bharat / bharat

ଯାତ୍ରୀଙ୍କ ଅପ୍ରୀତିକର ବ୍ୟବହାର ଗ୍ରହଣୀୟ ନୁହେଁ: ସିନ୍ଧିଆ

author img

By ETV Bharat Odisha Team

Published : Jan 15, 2024, 9:28 PM IST

Jyotiraditya Scindia: ବିମାନ ଉଡାଣ ବିଳମ୍ବ ହେବାରୁ ପାଇଲଟଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଲେ ଉଡାଣ ମନ୍ତ୍ରୀ ସିନ୍ଧିଆ । କହିଲେ ଯାତ୍ରୀଙ୍କ ଦ୍ବାରା ଅପ୍ରୀତିକର ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ଅଧିକ ପଢନ୍ତୁ

ଯାତ୍ରୀଙ୍କ ଦ୍ବାରା ଅପ୍ରୀତିକର ବ୍ୟବହାର ଗ୍ରହଣୀୟ ନୁହେଁ: ସିନ୍ଧିଆ

ନୂଆଦିଲ୍ଲୀ: ମାତ୍ରାଧିକ ଘଣ୍ଟା ଉଡାଣ ବିଳମ୍ବ ହେବା ପରେ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ପାଇଲଟଙ୍କୁ ଆକ୍ରମଣ କରିବା ଘଟଣାରେ କେନ୍ଦ୍ର ବେସାମରିକ ବିମାନ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଘଟଣାକୁ ନିନ୍ଦା କରିବା ସହ କୌଣସି ଯାତ୍ରୀଙ୍କ ଦ୍ବାରା ଏପରି ଅପ୍ରୀତିକର ବ୍ୟବହାରକୁ ଗ୍ରହଣ କରାଯିବନି ବୋଲି ଉଡାଣ ମନ୍ତ୍ରୀ କହିଛନ୍ତି । କୁହୁଡି କାରଣରୁ ବିମାନ ଯାତ୍ରାରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଏହାକୁ ସମାଧାନ କରିବା ପାଇଁ ସମସ୍ତ ସଂସ୍ଥା ଚିନ୍ତିତ ଓ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ସିନ୍ଧିଆ କହିଛନ୍ତି ।

  • Yesterday, Delhi witnessed unprecedented fog wherein visibility fluctuated for several hours, and at times, dropped to zero between 5 AM to 9 AM.

    The authorities, therefore, were compelled to enforce a shut-down of operations for some time even on CAT III runways (CAT III…

    — Jyotiraditya M. Scindia (@JM_Scindia) January 15, 2024 " class="align-text-top noRightClick twitterSection" data=" ">

ଏହି ପ୍ରସଙ୍ଗରେ ଏକ ବିସ୍ତୃତ ଟ୍ବିଟ କରିଛନ୍ତି ମନ୍ତ୍ରୀ ସିନ୍ଧିଆ । କହିଛନ୍ତି ଯେ କୁହୁଡ଼ି ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିବାକୁ ସମସ୍ତ ଉଡାଣ ବ୍ୟାପାର ସହିତ ଜଡିତ ସଂସ୍ଥା ଓ ବିଭାଗ ଦିନରାତି କାର୍ଯ୍ୟ କରୁଛନ୍ତି । ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ପାଇଲଟଙ୍କୁ ଆକ୍ରମଣ କରିବା ଅତି ଦୁର୍ଭାଗ୍ୟପୂର୍ଣ୍ଣ । ଏପରି ଆଚରଣ ଗ୍ରହଣୀୟ ନୁହେଁ ।

ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି, “ଏପରି ଆଚରଣର ଘଟଣା ଗ୍ରହଣୀୟ ନୁହେଁ, ଓ ଏବେ ଆଇନଗତ ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘନ କୁହୁଡ଼ି କାରଣରୁ ଉତ୍ତର ଭାରତର ଏକାଧିକ ବିମାନ ବନ୍ଦରଗୁଡିକରେ ଓ ବିଶେଷ ଭାବରେ ଦିଲ୍ଲୀରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା । ଫଳରେ ଅନେକ ବିମାନର ଉଡ଼ାଣ, ବାତିଲ ଏବଂ ବିଳମ୍ବ କରିବାକୁ ପଡିଥିଲା ।’’

ଏହା ମଧ୍ୟ ପଢନ୍ତୁ :- ଫ୍ଲାଇଟ ଉଡାଣ ବିଳମ୍ବ ହେବାରୁ ରାଗିଗଲେ ଯାତ୍ରୀ, ପାଇଲଟଙ୍କୁ ପିଟିଲେ

ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଥିଲା । ବିମାନ ଉଡାଣରେ ବିଳମ୍ବ ହେବାରୁ ରାଗି ଗଲେ ଯାତ୍ରୀ । ଘଟଣାଟି ବୁଧବାରର ବୋଲି କୁହାଯାଉଛି । ବିମାନ ବିଳମ୍ବ ହେବା ଘୋଷଣା କରିବା ସମୟରେ ପାଇଲଟଙ୍କୁ ଆକ୍ରମଣ କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରୁ ଗୋଆ ଉଡାଣ କରିବାକୁ ଥିବା ବିମାନରେ ଏପରି ଘଟଣା ଘଟିଛି । ଯାତ୍ରୀଙ୍କ ନାମ ସାହିଲ କାଟାରିଆ ବୋଲି ଜଣାପଡିଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି । ପରେ ଯାତ୍ରୀଜଣକ କ୍ଷମା ମାଗିଥିବା ମଧ୍ୟ ସୂଚନା ମିଳିଛି । ଦୀର୍ଘ ଘଣ୍ଟା ଧରି ଉଡାଣ ବିଳମ୍ବ ହେବା ପରେ ସେ କ୍ରୋଧିତ ହୋଇ ପାଇଲଟଙ୍କୁ ଆକ୍ରମଣ କରିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.