ETV Bharat / bharat

Unnao rape case: ଝିଅ ବାହାଘର ପାଇଁ ଦୋଷୀ କୁଲଦୀପ ସେଙ୍ଗରଙ୍କୁ ଜାମିନ

author img

By

Published : Jan 17, 2023, 2:16 PM IST

ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲା । ଝିଅ ବାହାଘର ପାଇଁ ଦୋଷୀ କୁଲଦୀପ ସେଙ୍ଗରଙ୍କୁ ମିଳିଲା ଜାମିନ । ଅଧିକ ପଢନ୍ତୁ

କୁଲଦୀପ ସେଙ୍ଗରଙ୍କୁ ଜାମିନ
କୁଲଦୀପ ସେଙ୍ଗରଙ୍କୁ ଜାମିନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାର ଦୋଷୀ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଜାମିନ ମିଳିଛି । ଝିଅ ବାହାଘର ପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ୨୦୧୭ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ସେଙ୍ଗର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଆଗକୁ ତାଙ୍କର ଝିଅ ବାହାଘର ଥିବାରୁ ଏଥିରେ ଯୋଗଦେବା ପାଇଁ ସେ ହାଇକୋର୍ଟର ଦ୍ବାରସ୍ତ ହୋଇଥିବା ବେଳେ ତାଙ୍କୁ ଜାମିନ ମିଳିଛି ।

ଜଷ୍ଟିସ ମୁକ୍ତା ଗୁପ୍ତା ଓ ଜଷ୍ଟିସ ପୁନମ ଏ ବମ୍ବା ସେଙ୍ଗରଙ୍କ ଜାମିନ ଆବଦେନର ବିଚାର କରି ତାଙ୍କୁ ଜାନୁୟାରୀ ୨୭ରୁ ଫେବୃୟାରୀ ୧୦ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ସମୟରେ ସେ SHOକୁ ନିୟମିତ ରିପୋର୍ଟ କରିବେ । କୁଲଦୀପ ସେଙ୍ଗର ନିଜ ଆଇନଜୀବୀଙ୍କ ଜରିଆରେ କୋର୍ଟକୁ ଜଣାଇଛନ୍ତି ଯେ, ତାଙ୍କ ଝିଅର ବିବାହ ରୀତିନୀତି ଏବଂ ଉତ୍ସବ ଗୋରଖପୁର ଓ ଲକ୍ଷ୍ନୌରେ ଆୟୋଜିତ ହେବ । ଏଥିରେ କେବଳ ପରିବାର ଲୋକ ସାମିଲ ହେବେ । ଫେବୃୟାରୀ ୮ରେ ବିବାହ ଅନୁଷ୍ଠିତ ହେବ ।

ପ୍ରକାଶଥାଉ କି, ୨୦୧୭ ମସିହାରେ ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କୁଲଦୀପ ସେଙ୍ଗର । ଚାକିରି ଦେବା ନାଁରେ ସେ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ୨୦୧୯ରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ନିଜ ପରିବାର ସହ କୋର୍ଟ ଆସୁଥିବା ସମୟରେ ଏକ ବଡ ସଡକ ଦୁର୍ଘଟଣାର ସାମ୍ନା କରିଥିଲେ । ଏଥିରେ ପରିବାରର ୨ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ନାବାଳିକା ଓ ତାଙ୍କ ଓକିଲ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ପଛରେ ସେଙ୍ଗରଙ୍କ ହାତ ଥିବା କୁହାଯାଇଥିଲା । ପରେ ସୁପ୍ରିମକୋର୍ଟରେ ଦୁଷ୍କର୍ମ ସମ୍ବନ୍ଧିତ ସମସ୍ତ ମାମଲାର ଶୁଣାଣି କରିବାକୁ ଦିଲ୍ଲୀ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଦିଲ୍ଲୀ କୋର୍ଟ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.