ETV Bharat / bharat

ଜାତିସଂଘ ଜଳବାୟୁ ପରିବର୍ତ୍ତନ ବୈଠକରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦବୋଧନ - ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦବୋଧନ

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ମହାସଚିବ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଆଗୁଆ ସତର୍କତା ସମ୍ପର୍କୀତ କାର୍ଯ୍ୟକାରୀ ଯୋଜନା ନେଇ କୋପ-୨୭ ସର୍ମ ଆଲ ଶେଖଠାରେ ବିଶ୍ୱ ଶିଖର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ଅଧିକ ପଢନ୍ତୁ

ଜାତିସଂଘ ଜଳବାୟୁ ପରିବର୍ତ୍ତନ ବୈଠକରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦବୋଧନ

author img

By

Published : Nov 8, 2022, 10:29 AM IST

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ମହାସଚିବ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଆଗୁଆ ସତର୍କତା ସମ୍ପର୍କୀତ କାର୍ଯ୍ୟକାରୀ ଯୋଜନା ନେଇ ସୋମବାର କୋପ-୨୭ ସର୍ମ ଆଲ ଶେଖଠାରେ ବିଶ୍ୱ ଶିଖର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ''ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ନେଇ ମହାସଚିବଙ୍କ କାର୍ଯ୍ୟସୂଚୀକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଦୂର କରିବା ଦିଗରେ ବୈଶ୍ୱିକ ସ୍ତରରେ ହେଉଥିବା ପଦକ୍ଷେପ ଯଥେଷ୍ଟ ନୁହଁ । ବିଶ୍ୱରେ ପ୍ରଭୂତ କ୍ଷତି ସାଧନ କରୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।"

ମାତ୍ର ଏସବୁ ସମସ୍ୟା କିଛି ସମୟ ପାଇଁ ଆମ ମନକୁ ଆନ୍ଦୋଳିତ କରୁଛି । ଏଥିରେ କ୍ଷତିଗ୍ରସ୍ତ ଦେଶଗୁଡିକୁ ଅଳ୍ପ କିଛି ପଦକ୍ଷେପ ନେବା ପରେ ଏହାକୁ ଭୁଲି ଯାଉଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନ ନେଇ ବହୁତ କିଛି କରିପାରିବେ । କର୍କଟ ଓ ମକରକ୍ରାନ୍ତି ରେଖା ମଧ୍ୟରେ ରହିଥିବା ଅଞ୍ଚଳଗୁଡିକ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଭାରତ ସମେତ ବିଶ୍ୱର ଅନେକ ବିକାଶମୁଖୀ ଦେଶ ଏହି ବଳୟ ମଧ୍ୟରେ ରହିଛନ୍ତି । ଏଭଳି ବିପର୍ଯ୍ୟୟ ଯୋଗୁଁ ସହକାରୀ ତହବିଲ ଖର୍ଚ୍ଚ ସହ ରାଜସ୍ୱହାନୀ ମଧ୍ୟ ଏହିସବୁ ଅଞ୍ଚଳରେ ବିଶେଷ ପରିଲକ୍ଷିତ ହେଉଛି ।

ପ୍ରଶାନ୍ତ ମହାସାଗରୀୟ ଓ କାରବିୟାନ ଅଞ୍ଚଳରେ ଏହି ଭୟଙ୍କର ଝଡରେ ତାଣ୍ଡବଲୀଳା ଯୋଗୁଁ କେତେକ ଉଷ୍ମ ମଣ୍ଡଳୀୟ ଦେଶ ସେମାନଙ୍କ ଜାତୀୟ ଆୟର ଶତକଡା ଦୁଇଶହ ଭାଗ ଅଳ୍ପ କେତେକ ଘଣ୍ଟା ମଧ୍ୟରେ ହରାଇ ସାରିଛନ୍ତି । କେତେକ ଛୋଟ ଛୋଟ ଦେଶରେ ଘଟିଥିବା ଏହି ବିପର୍ଯ୍ୟୟର ପ୍ରଳୟଙ୍କରୀ ପ୍ରଭାବର ମୁକାବିଲା କରିବାରେ ସେମାନଙ୍କ ନିକଟରେ ସମ୍ବଳ ନ ଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି । ଜଳବାୟୁ ପରିଚାଳନା ବାବଦ ସମ୍ବଳ ଖୁବ କମ ଥିବାବେଳେ ଆଗୁଆ ସତର୍କତା ସୂଚନା ଧନ ଜୀବନହାନୀ ରୋକିବାରେ ବେଶ ସହାୟକ ହେବ । ଆଗୁଆ ସତର୍କତା ନେଇ ସଚେତନତା କେବଳ ବିପର୍ଯ୍ୟୟ ରୋକିବ ନାହିଁ ବରଂ ଏହାର ଦୀର୍ଘସ୍ଥାୟୀ ସାମାଜିକ ଓ ଆର୍ଥିକ ପ୍ରଭାବକୁ ମଧ୍ୟ ପ୍ରଶମିତ କରିପାରିବ ।

ଭାରତ ସମସ୍ତ ପାଣିପାଗ ଜନିତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କତା ସଚେତନତା ପଦ୍ଧତିକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିଆସୁଛି । ଏଥିରେ ବାସ୍ତବ ଫଳାଫଳ ହାସଲ ହୋଇଛି । ଗତ ୧୫ବର୍ଷ ମଧ୍ୟରେ ଆମେ ବାତ୍ୟାଜନିତ ମୁତ୍ୟୁ ସଂଖ୍ୟା ଶତକଡା ୯୦ଭାଗ ହ୍ରାସ କରିବାରେ ସମର୍ଥ ହୋଇଛୁ । ଆମର ଉଭୟ ପୂର୍ବ ଓ ପଶ୍ଚିମ ଉପକୂଳରେ ପ୍ରାୟ ଶତ ପ୍ରତିଶତ ପ୍ରାକ-ଝଡ ସତର୍କତା ବ୍ୟବସ୍ଥା ରହିଛି । ସେହିପରି ଅନ୍ୟାନ୍ୟ ଘାତ ପ୍ରତିଘାତ ଯେପରିକି ଉଷ୍ମ ପ୍ରବାହ ନେଇ ଆମେ ଅନେକ ଅଗ୍ରଗତି କରିଛୁ, ଯାହା ଫଳରେ ଏହା ଆମର ଜନସାଧାରଣଙ୍କୁ ଅନେକାଂଶରେ ଆଶ୍ୱସ୍ତ କରିଛି ।

ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି, "ଗତ କିଛି ବର୍ଷ ମଧ୍ୟରେ ଆମେ ଆଗୁଆ ସତର୍କ ସୂଚନା ନେଇ କେତେକ ସମନ୍ୱିତ ଉଦ୍ୟମ କରିବା ଯୋଗୁଁ ତାହା ଜନସାଧାରଣଙ୍କୁ ସଚେତନ କରାଇବା ସହ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମଧ୍ୟ ସକ୍ଷମ ହେଉଛନ୍ତି। ଆମେ ବିପର୍ଯ୍ୟୟ ଓ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଓ ସୂଚନାର ସମନ୍ୱୟ କରି ଏକ ୱେବ ଡିସିଆରଏ ବିକଶିତ କରିଛୁ, ଯାହାଫଳରେ ଆଗୁଆ ସୂଚନା ନେଇ ଦ୍ରୁତ ଓ ଆଗୁଆ ପଦକ୍ଷେପ ନେଇ ହେବ ।"

ନୂଆଦିଲ୍ଳୀଠାରେ ଥିବା ଆଇଏମଡିର ଝଡ ସତର୍କତା ଏକାଂଶ(ସିଡବ୍ଳଡି) ଏକ ବହୁମୁଖୀ ଆଞ୍ଚଳିକ ବିଶେଷ ପାଣିପାଗ କେନ୍ଦ୍ରର କାର୍ଯ୍ୟ କରିଥାଏ । ଏହା ଉତ୍ତର ଭାରତ ମହାସାଗର (ବିଶ୍ୱର ଛଅଟି କେନ୍ଦ୍ର ମଧ୍ୟରୁ ଅନ୍ୟତମ, ବଙ୍ଗୋପସାଗର ଓ ଆରବ ସାଗର ଅଞ୍ଚଳର ୧୩ଟି ଦେଶରେ ଉଷ୍କ ମଣ୍ଡଳୀୟ ବାତ୍ୟାର ନିରୀକ୍ଷଣ, ପୂର୍ବାନୁମାନ ଓ ସତର୍କ ସୂଚନା ଜାରି କାର୍ଯ୍ୟ ତୁଲାଇଥାଏ । ଏପରି ସମନ୍ୱୟ ଯୋଗୁଁ ବଙ୍ଗୋପସାଗର ଓ ଆରବ ସାଗରୀୟ ଅଞ୍ଚଳର ଦେଶଗୁଡିକର ପାଣିପାଗ, ପୂର୍ବାନୁମାନ ଓ ଉନ୍ନତ ନିରୀକ୍ଷଣ ଯନ୍ତ୍ର ଜନିତ ତଥ୍ୟ ଆଇଏମଡିରେ ଉପଲବ୍ଧ ହୋଇଥାଏ ବୋଲି ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.