ETV Bharat / bharat

Unique Wedding In Mehsana: ବାହାଘରରେ ଟଙ୍କା ବୃଷ୍ଟି, ଆକାଶରେ ଉଡିଲା ୫୦୦ ଟଙ୍କିଆ ନୋଟ୍

author img

By

Published : Feb 19, 2023, 2:18 PM IST

ଗୁଜୁରାଟ ମେହସାଣାର ଏକ ବାହାଘରରେ ଉଡିଲା ୫୦୦ଟଙ୍କିଆ ନୋଟ । ପୁତୁରାର ବିବାହକୁ ସ୍ମରଣୀୟ କରିବା ପାଇଁ ଟଙ୍କା ବୃଷ୍ଟି କରିଲେ ପୂର୍ବତନ ସରପଞ୍ଚ । ଅଧିକ ପଢନ୍ତୁ

Unique Wedding In Mehsana
Unique Wedding In Mehsana
Unique Wedding In Mehsana

ଗାନ୍ଧୀନଗର: ଏବେ ଚାଲିଛି ବାହାଘର ଋତୁ । ବିବାହ ଭଳି ଉତ୍ସବକୁ ଏକ ନିଆରେ ଢଙ୍ଗରେ କରିବାକୁ ସବୁ ପରିବାର ଲୋକଙ୍କର ଇଚ୍ଛା ଥାଏ । ଏଭଳି ସ୍ଥିତିରେ ସମସ୍ତେ ନିଜ ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । ନିକଟରେ ଗୁଜୁରାଟର ରାଜକୋଟରେ ହେଲିକପ୍ଟରରେ ଝିଅ ବିଦାୟୀ ଘଟଣା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିବା ବେଳେ ଏବେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବାହାଘରକୁ ସ୍ମରଣୀୟ କରିବା ପାଇଁ ଜଣେ ପୂର୍ବତନ ସରପଞ୍ଚ ଏକ ନୂଆ ପନ୍ଥା ଆପଣାଇଛନ୍ତି । ପୁତୁରାର ବାହାଘର ପାଇଁ ବିଡା ବିଡା ଟଙ୍କା ଉଡାଇଛନ୍ତି ପୂର୍ବତନ ସରପଞ୍ଚ ।

ସେ ଛାତ ଉପରେ ଛିଡା ହୋଇ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏଁ ନୋଟ ଉଡାଉଥିବା ବେଳେ ତେଳେ ରହି ଲୋକମାନେ ମଧ୍ୟ ଗୋଟାଉଥିଲେ । ଯିଏ ଯେତେ ପାଇଲା ଗୋଟାଇ ନେଲା । ଏହି ସମୟରେ ଗୀତ ମାହୋଲକୁ ଆହୁରି ମଜାଦାର କରିଥିଲା । ଲୋକେ ଉତ୍ସହାର ସହ ଠେଲାପେଲା ହୋଇ ଟଙ୍କା ଗୋଟାଇଥିଲେ । ଗୁଜୁରାଟର ମେହସାଣାରୁ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ପୂର୍ବତନ ସରପଞ୍ଚ ହେଉଛନ୍ତି କରିମଭାଇ ଦୁଦୁଭାଇ ଯାଦବ ।

ଗୁଜୁରାଟର କେକରି ତହସିଲ ଅନ୍ତର୍ଗତ ସେବାଦା ଆଗୋଲ ଗ୍ରାମରେ ପୂର୍ବତନ ସରପଞ୍ଚ କରିମଭାଇ ଦୁଦୁଭାଇ ଯାଦବଙ୍କ ଭାଇ ରସୁଲଙ୍କ ପୁଅ ରାଜାକଙ୍କ ବାହାଘର ଚାଲିଥିଲା । ଉତ୍ସବରେ ଅନେକ ଅତିଥି ଯୋଗ ଦେଇଥିଲେ । ନାଚ ଗୀତର ଆସର ଚାଲିଥିବା ବେଳେ ହଠାତ କରିମଭାଇ ଦୁଦୁଭାଇ ଯାଦବ ଛାତ ଉପରକୁ ଯାଇ ତଳକୁ ଟଙ୍କା ପକାଇଥିଲେ । ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏଁ ଟଙ୍କା ଉଡାଇଥିଲେ ପୂର୍ବତନ ସରପଞ୍ଚ । ଟଙ୍କା ବୃଷ୍ଟି ହେଉଥିବା ଦେଖି ଲୋକମାନେ ମଧ୍ୟ ଗୋଟାଇବା ପାଇଁ ଭିଡ ଲଗାଇଥିଲେ । ଠୋଲାପେଲା ହୋଇ ଟଙ୍କା ଗୋଟାଇଲେ ନିମନ୍ତ୍ରିତ ଅତିଥି । ତେବେ ଟଙ୍କା ଉଡାଇବା ପାଇଁ ସରପଞ୍ଚଙ୍କ ସହ ଅନ୍ୟ କିଛି ସହଯୋଗୀ ମିଶିଥିବା ନେଇ ଭିଡିଓରେ ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: ହେଲିକପ୍ଟରରେ ଶାଶୁଘରକୁ ଗଲେ ନବବଧୂ, କରତାଳିରେ ଫାଟିଲା ପରିବେଶ

ମିଳିଥିବା ତଥ୍ୟ ଅନୁସାରେ, ରାଜାକ ତାଙ୍କ ଘରର ଏକମାତ୍ର ପୁଅ । ଦୁଇ ଭାଇଙ୍କ ଗୋଟିଏ ପୁଅ ହୋଇଥିବାରୁ ବିବାହକୁ ସ୍ମରଣୀୟ କରିବା ପାଇଁ ସେ ଚିନ୍ତା କରିଥିଲେ । ବାହାଘରକୁ ରାଜକୀୟ ଢଙ୍ଗରେ କରିବା ସହ ଅନେକ ଅତିଥିମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ସମୟରେ ଟଙ୍କା ଉଡାଇଥିଲେ ପୂର୍ବତନ ସରପଞ୍ଚ କରିମଭାଇ ଦୁଦୁଭାଇ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.