ETV Bharat / bharat

Unique Wedding: ୨୦ବର୍ଷ ଖୋଜି ଖୋଜି ମିଳିଲେନି ଝିଅ, କିନ୍ନରଙ୍କୁ କଲେ ଜୀବନସାଥୀ

୨୦ବର୍ଷ ଖୋଜିବା ପରେ ବି ମିଳିଲେନି ଝିଅ । ଶେଷରେ କିନ୍ନରଙ୍କ ମଥାରେ ସିନ୍ଦୂର ଭରିଲେ ହିମାଚଳପ୍ରଦେଶର ୪୮ବର୍ଷର ବ୍ୟକ୍ତି । ଅଧିକ ପଢନ୍ତୁ

author img

By

Published : Apr 17, 2023, 8:56 PM IST

Updated : Apr 17, 2023, 9:02 PM IST

Etv Bharat
Etv Bharat
Unique Wedding: ୨୦ବର୍ଷ ଖୋଜି ଖୋଜି ମିଳିଲେନି ଝିଅ, କିନ୍ନରଙ୍କୁ କଲେ ଜୀବନସାଥୀ

ସିମଲା: ୨୦ ବର୍ଷ ଧରି ବିବାହ ପାଇଁ ଝିଅ ଖୋଜିଲେ । ହେଲେ ମିଳିଲାନି ଉପଯୁକ୍ତ ଜୀବନସାଥୀ । ଏହାପରେ ଶେଷରେ ଜଣେ କିନ୍ନରର ହାତ ଧରିଛନ୍ତି ୪୮ବର୍ଷୀୟ ବୟସ୍କ ବ୍ୟକ୍ତି । ପୂଜକ ମନ୍ତ୍ର ପାଠ କରିଥିବା ବେଳେ ସେ ଜଣେ କିନ୍ନରଙ୍କ ମଥାରେ ଭରିଛନ୍ତି ସିନ୍ଦୂର । ଏପରି ଏକ ନିଆରା ବିବାହ ଉତ୍ସବ ହିମାଚଳପ୍ରଦେଶର ହମିରପୁର ଜିଲ୍ଲାର ସରିଲା ଅଞ୍ଚଳରେ ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହେଁ, ବିବାହ ସାଙ୍ଗକୁ ଭୋଜିଭାତର ଆୟୋଜନ ହୋଇଥିଲା । ରାତିରେ ଡିଜେ ବାଜିଥିଲା । ଆଉ ସାଙ୍ଗସାଥୀ, ପଡ଼ୋଶୀ ଖୁସିର ସହିତ ଠୁମକା ମଧ୍ୟ ଲଗାଇଥିଲେ । ଟୋଲା ଖଙ୍ଗାରନ ନିବାସୀ ନାଥୁରାମ ସିଂହଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନାଥୁରାମଙ୍କ ବଡ଼ ପୁଅ ବିବାହ କରିଥିବା ବେଳେ ତାଙ୍କର ୨ଟି ପୁଅ ରହିଛି । ସାନ ପୁଅ ଛତ୍ରପାଲ ସିଂଙ୍କୁ ୪୮ ବର୍ଷ ବୟସ ହୋଇଥିବା ବେଳେ ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଥିଲେ । ଛତ୍ରପାଲ ବିବାହ ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ କନ୍ୟାଟିଏ ମିଳିନଥିଲା ।

ଏହା ବି ପଢନ୍ତୁ- ଗାଲରେ ତ୍ରିରଙ୍ଗା ଚିତ୍ର ଯୋଗୁଁ ସ୍ବର୍ଣ୍ଣ ମନ୍ଦିରକୁ ଯାଇପାରିଲେନି ଯୁବତୀ, ଅଟକାଇଲେ ଷ୍ଟାଫ

ଏହାପରେ ସେ ଶନିବାର ପ୍ରାୟ ଦ୍ବିପ୍ରହରରେ ଗ୍ରାମର ମାତା ମନ୍ଦିରରେ ଜଣେ କିନ୍ନରଙ୍କ ମଥାରେ ସିନ୍ଦୂର ଭରିଛନ୍ତି । ପାଖରେ ପୁରୋହିତ ଓମପ୍ରକାଶ ମନ୍ତ୍ରପାଠ କରିଥିବା ବେଳେ ସେ ବିଲ୍ଲୋ ରାନିଙ୍କୁ ନିଜର ଜୀବନ ସାଥୀ କରିଛନ୍ତି । ଏଭଳି ନିଆରା ବିବାହର ସାକ୍ଷୀ ହେବା ଲାଗି ଅନେକ ଲୋକଙ୍କ ଭିଡ଼ ଜମିଥିଲା । ଛତ୍ରପାଲ ବିଲ୍ଲୋ ରାନିଙ୍କୁ ମଥାରେ ସିନ୍ଦୂର ଭରିବା ପରେ ନିକଟରେ ଥିବା ଏକ ମାଟିର ସ୍ତମ୍ବ ଚାରିପଟେ ଘୁରି ସାତଫେରେ ନେଇଥିଲେ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଜଙ୍ଗଲରେ ନିଆଁ ବ୍ୟାପିବା ପରି ନିମିଷକେ ମାତ୍ରେ ଏହି ଘଟଣାଟି ସାରା ଅଞ୍ଚଳରେ ବ୍ୟାପିଥିଲା । ଏହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ହେଉଛି । ବିବାହ ପରେ ନବଦମ୍ପତିଙ୍କୁ ଉପସ୍ଥିତ ଲୋକେ ଶୁଭେଚ୍ଛା ଜଣାଇଥିବା ବେଳେ ବିଲ୍ଲୋ ରାନି ପୁରୋହିତଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହାପରେ ସନ୍ଧ୍ୟା ବେଳେ ଛତ୍ରପାଲ ଭୋଜିଭାତର ଆୟୋଜନ ମଧ୍ୟ କରିଥିଲେ । ଏହି ଭୋଜିରେ ସମ୍ପର୍କୀୟଙ୍କ ସହିତ ପଡ଼ୋଶୀ ସାମିଲ ହୋଇଥିଲେ । ଭୋଜି ପରେ ସମସ୍ତେ ଡିଜେର ତାଳେ ତାଳେ ଖୁସିର ସହ ନାଚି ଉଠିଥିଲେ ।

Last Updated : Apr 17, 2023, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.