ETV Bharat / bharat

ପତ୍ନୀ ହତ୍ୟା ଅଭିଯୋଗରେ ଜେଲରେ ସ୍ୱାମୀ, ବାପ ଘରୁ ମିଳିଲେ ପତ୍ନୀ - ବିହାରରେ ହତ୍ୟାକାଣ୍ଡ ମାମଲା

ପତ୍ନୀର ହତ୍ୟା ମାମଲାରେ ଜେଲରେ ସଜା କାଟୁଛି ସ୍ବାମୀ । ବାପଘରୁ ଠାବ ହେଲା ସ୍ତ୍ରୀ । ପୋଲିସର ତଦନ୍ତ ଉପରେ ଉଠିଲା ବଡ ପ୍ରଶ୍ନ । ମହିଳାଙ୍କୁ ଆଣି କୋର୍ଟରେ ହାଜର କରି ବୟାନ ରେକର୍ଡ କରାଇଲା ପୋଲିସ । ଅଧିକ ପଢନ୍ତୁ

ପତ୍ନୀ ହତ୍ୟା ଅଭିଯୋଗରେ ଜେଲରେ ସ୍ବାମୀ, ବାପ ଘରୁ ମିଳିଲା ପତ୍ନୀ

author img

By

Published : Sep 8, 2022, 8:15 PM IST

ପାଟନା: ପତ୍ନୀର ହତ୍ୟା ଅଭିଯୋଗରେ ଜେଲରେ ସଜ୍ଜା କାଟୁଛି ସ୍ବାମୀ । କିନ୍ତୁ ତଥାତଥିତ ଭାବେ ମୃତ ପତ୍ନୀ ପଡୋଶୀ ଦେଶ ନେପାଳରେ ଥିବା ନିଜ ବାପ ଘରୁ ଠାବ ହୋଇଛି । ଏପରି ଏକ ଆଶ୍ଚର୍ଯ୍ୟଚକିତ କରିବା ପରି ଘଟଣା ଦେଖିବାକୁ ମିଳିଛି ବିହାରର ସୀତାମଢୀରେ । ସ୍ବାମୀ ଦ୍ବାରା ହତ୍ୟାର ଶିକାର ହୋଇଥିବା କୁହାଯାଉଥିବା ଉକ୍ତ ମହିଳା ଜୀବିତ ଥିବା ଜଣାପଡିବା ପରେ ନେପାଳରେ ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ବିହାର ଆଣିଛି ।

ସୂଚନା ଅନୁସାରେ, ଘଟଣାଟି ସୀତାମଢୀ ଜିଲ୍ଲାର ଚୌରାତ ଥାନା କ୍ଷେତ୍ରରେ ଘଟିଛି । ଯୌତୁକ ଦାବି କରି ସ୍ଥାନୀୟ ନିବାସୀ ଶଶି କୁମାର ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ହୀରା ଦେବୀ ନାମ୍ନୀ ଜଣେ ମହିଳାଙ୍କୁ ପୋଡି ମାରି ଦେଇଥିବା ଅଭିଯୋଗରେ ଗିରଫ ହୋଇ ଗତ 6ମାସ ହେବ ଜେଲରେ ବନ୍ଦ ରହିଛି । ପତ୍ନୀ ବାପ ଘରେ ଥିବା ଜଣାପଡିବା ପରେ ବିହାର ପୋଲିସର ଏକ ଟିମ ନେପାଳର ଉକ୍ତ ଗ୍ରାମକୁ ଯାଇ ମହିଳାଙ୍କୁ ଆଣି ସ୍ଥାନୀୟ କୋର୍ଟରେ ହାଜର କରାଇଛି । ପରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିବା ନେଇ ସ୍ଥାନୀୟ ଥାନା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏବେ ମହିଳାଜଣଙ୍କ ଏପରି ଆଶ୍ଚର୍ଯ୍ୟଚକିତ ଭାବେ ସାମ୍ନାକୁ ଆସିବା ପରେ ପୁରା ମାମଲାର ମୋଡ ମଧ୍ୟ ବଦଳିଯାଇଛି । ସେତେବେଳେ ପୋଲିସ କରିଥିବା ତଦନ୍ତର ସତ୍ୟତା ନେଇ ପ୍ରଶ୍ନ ଉଠିବା ସହ ପୁଣି ଥରେ ମାମଲାର ସାନି ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

7 ମାସ ତଳେ ହୋଇଥିଲା ମାମଲା:-

7 ମାସ ତଳେ ଏପରି ହତ୍ୟା ଅଭିଯୋଗ ଆଣିଥିଲେ ଶଶୀଙ୍କ ଶଶୁର । ତାଙ୍କ ଝିଅ ହୀରାକୁ ଯୌତୁକ ଦାବି କରି ଜ୍ବାଇଁ ଶଶୀ କୁମାର ହତ୍ୟା କରି ପଡି ଦେଇଥିବା ଶଶୀଙ୍କ ପିତା ବିନୋଦ ନାୟକ ଥାନାରେ ଅଭିଯୋଗ କରିଥିଲେ । ଏହି ହତ୍ୟାକାଣ୍ଡରେ ଜ୍ବାଇଁ ଶଶୀ କୁମାର, ତାର ସାନ ଭାଇ ଓ ପରିବାରର ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତି ଥିବା ଏତଲାରେ ଦର୍ଶାଇଥିଲେ ବିନୋଦ ନାୟକ । ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ବାମୀ ଶଶୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ପରବର୍ତ୍ତୀ ସମୟରେ ପତ୍ନୀ ଜୀବିତ ଥିବା ଜଣାପଡିବା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେତେବେଳେ ମୃତ ମହିଳାଙ୍କ ମୃତଦେହ ଜବତ ନକରି ପୋଲିସ କେମିତି ଶଶୀଙ୍କୁ ହତ୍ୟା ଦଫା ଲଗାଇ କୋର୍ଟ ଫରଓ୍ବାର୍ଡ କଲା ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମହିଳାଙ୍କ ପରିବାର ସଦସ୍ୟଙ୍କ ଦାବି:-

ବାପ ଘରୁ ମହିଳାଙ୍କୁ ଉଦ୍ଧାର କରାଯିବା ପରେ ମହିଳାଙ୍କ ପରିବାର ସଦସ୍ୟ ଭିନ୍ନ ଦାବି କରିଛନ୍ତି । ସ୍ବାମୀ ଶଶୀ ନିଜ ପତ୍ନୀ ହୀରାକୁ ମୁଜାଫରପୁର ରେଳ ଷ୍ଟେସନରେ ଛାଡି ଦେଇ ପଳାଇଥିବା ବେଳେ ହୀରା ନିଜ କୌଶଳ କ୍ରମେ ବାପ ଘର ନେପାଳ ପହଞ୍ଚିବାରେ ସଫଳ ହୋଇଥିଲା । ସେବେ ଠାରୁ ସେ ସେଠାରେ ରହିଆସୁଛି । ଏବେ ପରିବାର ସଦସ୍ୟଙ୍କର ଏପରି ବୟାନ ପରେ ହତ୍ୟା ନେଇ କରାଯାଇଥିବା ଅଭିଯୋଗ ମିଥ୍ୟା ବୋଲି ଜଣାପଡିଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ସହ ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.