ଜୟପୁର: ଜୟପୁର ର ଗୋବିନ୍ଦଗଡ ନିକଟସ୍ଥ ନରସିଂହପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ଭଗବାନ ଠାକୁରଜୀଙ୍କୁ ବିବାହ କରିଛନ୍ତି ନରସିଂହପୁରର ପୂଜା ସିଂ (Pooja Singh Unique Wedding) । ଆପଣ ଶୁଣିଥିବେ ମୀରା ଭଗବାନ କୃଷ୍ଣଙ୍କୁ ତାଙ୍କର ସ୍ବାମୀ ରୂପରେ ଗ୍ରହଣ ଆଜୀବନ ତାଙ୍କର ହୋଇ ହିଁ ରହିଥିଲେ । ଠିକ ସେହିପରି ପୂଜା ସିଂ ମଧ୍ୟ ଭଗବାନଙ୍କ ପାଇଁ ନିଜ ଜୀବନ ସମର୍ପିତ କରିଛନ୍ତି । ସମସ୍ତ ରୀତିନୀତି ଅନୁସାରେ ଠାକୁରଙ୍କ ସହ କରିଛନ୍ତି ବିବାହ ।
ସୂଚନା ଅନୁଯାୟୀ, ପୂଜା ସିଂ ପିଲା ବେଳୁ ହିଁ ବିବାହ ନ କରିବାକୁ ଇଚ୍ଛା କରିଥିଲେ । କିନ୍ତୁ ତାଙ୍କ ବିବାହ ବୟସ ହେବା ପରେ ବିବାହ ପାଇଁ ପ୍ରସ୍ତାବ ଆସିବା କାରଣରୁ ସମସ୍ତଙ୍କୁ ମନାକରିବାକୁ ପଡୁଥିଲା ତାଙ୍କୁ । ତେଣୁ ପୂଜା ତୁଳସୀ ବିବାହ ବିଷୟରେ ଜାଣିବା ପରେ ସେ ମନ୍ଦିର ଯାଇ ନିଜର ମନ କଥା ପଣ୍ଡିତ ଙ୍କୁ କହିଥିଲେ । ଏନେଇ ସେ ଜାଣିବାକୁ ପାଇଥିଲେ ଯେ ସେ ଠାକୁରଙ୍କୁ ମଧ୍ୟ ବିବାହ କରିପାରିବେ ।
ଏହା ପରେ ପୂଜା ତାଙ୍କ ବାପା ମାଆ ଓ ସମ୍ପର୍କୀୟ ମନେଇବାକୁ ଚେଷ୍ଟା କରିଥିଲେ । ଏନେଇ ଅନ୍ୟପଟେ ତାଙ୍କ ପରିବାର ଲୋକ ତାଙ୍କ ପାଇଁ ଯୋଗ୍ୟ ବର ଖୋଜି ରୀତିନୀତି ଅନୁସାରେ ବିବାହ କରାଇବାକୁ କହିଥିଲେ । ହେଲେ ପୂଜା ଠାକୁରଙ୍କୁ ନିଜ ମନରେ ପତି ପରେମେଶ୍ବର ରୂପରେ ଭାବି ଦେଇଥିଲେ । ଏନେଇ ତାଙ୍କ ମାଆଙ୍କ ସହାୟତାରେ 30 ବର୍ଷ ବୟସରେ ପୂଜା ଡିସେମ୍ବର 8 ତାରିଖ ଦିନ ଠାକୁରଙ୍କ ସହ ବିବାହ କରିଥିଲେ । ଏହି ବିବାହରେ 300 ଲୋକ ଯୋଗ ଦେଇଥିବା ବେଳେ ଦୁଇ ରୁ ଅଢେଇ ଲକ୍ଷ ଖର୍ଚ୍ଚ କରାଯାଇଛି ।
ଏନେଇ ପୂଜା କହିଛନ୍ତି ଯେ, "ଦୁଇ ବର୍ଷ ହେଲା ମୁଁ ଏହି ବିବାହ କରିବାକୁ ଚାହୁଁଥିଲି ଯାହା ଏବେ ସମ୍ପନ୍ନ ହୋଇଛି । ମୁଁ ଭଗବାନଙ୍କୁ ହିଁ ନିଜର ପରମେଶ୍ବର ଭାବରେ ଗ୍ରହଣ କରିଛି । ଲୋକ କୁହନ୍ତି କି ବିବାହିତା ହୋଇ ରହିବା ଝିଅ ଙ୍କ ପାଇଁ ସୌଭାଗ୍ୟ ର କଥା । ହେଲେ ଭଗବାନ ତ ଅମର ତେଣୁ ସବୁଦିନ ପାଇଁ ବିବାହିତା ମହିଳା ହୋଇ ରହିବି । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ